ହମାସ ସୁପ୍ରିମକମାଣ୍ଡର ଇସ୍ମାଇଲ ହନିୟେ ନିହତ, ତେହେରାନରେ ଘରେ ପଶି ହତ୍ୟା କଲା ଇସ୍ରାଏଲ
ତେହେରାନ: ପାଲେଷ୍ଟାଇନରେ ସକ୍ରିୟ ଆତଙ୍କବାଦୀ ସଙ୍ଗଠନ ହମାସର ସୁପ୍ରିମ କମାଣ୍ଡର ଇସ୍ମାଇଲ ହନିୟେ ପ୍ରାଣ ହରାଇଛନ୍ତି। ତାଙ୍କୁ ଇରାନରେ ମଙ୍ଗଳବାର ସେହି ସମୟରେ ହତ୍ୟାକରାଯାଇଛି ଯେତେବେଳେ ସେ ଇରାନର ନୂଆ ରାଷ୍ଟ୍ରପତିଙ୍କ ଶପଥଗ୍ରହଣ ଉତ୍ସବରୁ ଫେରିଥିଲେ। ଇରାନ ସେନା ରିଭଲ୍ୟୁସନାରୀ ଗାର୍ଡସ ପକ୍ଷରୁ ବୁଧବାର ଜାରି ବୟାନରେ ହନିୟେଙ୍କ ମୃତ୍ୟୁ ପୁଷ୍ଟି କରାଯାଇଛି। ବୟାନରେ କୁହାଯାଇଛି ଯେ ‘ଆମେ ପାଲେଷ୍ଟାଇନ ବାସିନ୍ଦା ଓ ଆରବ ଦେଶଙ୍କୁ ବଡ଼ ଦୁଃଖର ସହିତ ସୂଚିତ କରୁଛୁ କି ହମାସ ରାଜନୈତିକ ୱିଙ୍ଗ ନେତା ଇସ୍ମାଇଲ ହନିୟେ ଆଉ ନାହାନ୍ତି’। ବୟାନରେ ଇସ୍ରାଏଲ ତାଙ୍କୁ ତେହେରାନରେ ସେ ରହୁଥିବା ଠିକଣାରେ ହତ୍ୟା କରିଥିବା କୁହାଯାଇଛି। ଏହି ଘଟଣା ସେତେବେଳେ ହୋଇଥିଲା ଯେତେବେଳେ ସେ ଇରାନ ନୂଆ ରାଷ୍ଟ୍ରପତିଙ୍କ ଶପଥଗ୍ରହଣ ଉତ୍ସବରୁ ଫେରିଥିଲେ। ସୂଚନା ଅନୁସାରେ ଇସ୍ମାଇଲଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣାରେ ତାଙ୍କର କିଛି ସୁରକ୍ଷା କର୍ମୀ ମଧ୍ୟ ଆହତ ହୋଇଛନ୍ତି। ଇସ୍ମାଇଲ ହନିୟେ ଇରାନର ନୂଆ ରାଷ୍ଟ୍ରପତିଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗ ଦେବାକୁ ତେହେରାନ ଆସିଥିଲେ। ଏଥିରେ ହମାସ ଦାବି କରିଛି ଯେ ଇସ୍ରାଏଲ ହନିୟେଙ୍କ ତେହେରାନ ଠିକଣା ଉପରେ ଏୟାର ଷ୍ଟ୍ରାଇକ୍ ବି କରିଥିଲା। ଉଲ୍ଲେଖଯୋଗ୍ୟ ଯେ ହମାସ ଗତବର୍ଷ ଅକ୍ଟୋବର ୭ ତାରିଖ ଦିନ ଅଚାନ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ହମାସର ଏହି ଆକ୍ରମଣରେ ଅନୁନ୍ୟ ୧୨ଶହ ଇସ୍ର
ତେହେରାନ: ପାଲେଷ୍ଟାଇନରେ ସକ୍ରିୟ ଆତଙ୍କବାଦୀ ସଙ୍ଗଠନ ହମାସର ସୁପ୍ରିମ କମାଣ୍ଡର ଇସ୍ମାଇଲ ହନିୟେ ପ୍ରାଣ ହରାଇଛନ୍ତି। ତାଙ୍କୁ ଇରାନରେ ମଙ୍ଗଳବାର ସେହି ସମୟରେ ହତ୍ୟାକରାଯାଇଛି ଯେତେବେଳେ ସେ ଇରାନର ନୂଆ ରାଷ୍ଟ୍ରପତିଙ୍କ ଶପଥଗ୍ରହଣ ଉତ୍ସବରୁ ଫେରିଥିଲେ। ଇରାନ ସେନା ରିଭଲ୍ୟୁସନାରୀ ଗାର୍ଡସ ପକ୍ଷରୁ ବୁଧବାର ଜାରି ବୟାନରେ ହନିୟେଙ୍କ ମୃତ୍ୟୁ ପୁଷ୍ଟି କରାଯାଇଛି। ବୟାନରେ କୁହାଯାଇଛି ଯେ ‘ଆମେ ପାଲେଷ୍ଟାଇନ ବାସିନ୍ଦା ଓ ଆରବ ଦେଶଙ୍କୁ ବଡ଼ ଦୁଃଖର ସହିତ ସୂଚିତ କରୁଛୁ କି ହମାସ ରାଜନୈତିକ ୱିଙ୍ଗ ନେତା ଇସ୍ମାଇଲ ହନିୟେ ଆଉ ନାହାନ୍ତି’।
ବୟାନରେ ଇସ୍ରାଏଲ ତାଙ୍କୁ ତେହେରାନରେ ସେ ରହୁଥିବା ଠିକଣାରେ ହତ୍ୟା କରିଥିବା କୁହାଯାଇଛି। ଏହି ଘଟଣା ସେତେବେଳେ ହୋଇଥିଲା ଯେତେବେଳେ ସେ ଇରାନ ନୂଆ ରାଷ୍ଟ୍ରପତିଙ୍କ ଶପଥଗ୍ରହଣ ଉତ୍ସବରୁ ଫେରିଥିଲେ। ସୂଚନା ଅନୁସାରେ ଇସ୍ମାଇଲଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣାରେ ତାଙ୍କର କିଛି ସୁରକ୍ଷା କର୍ମୀ ମଧ୍ୟ ଆହତ ହୋଇଛନ୍ତି। ଇସ୍ମାଇଲ ହନିୟେ ଇରାନର ନୂଆ ରାଷ୍ଟ୍ରପତିଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗ ଦେବାକୁ ତେହେରାନ ଆସିଥିଲେ। ଏଥିରେ ହମାସ ଦାବି କରିଛି ଯେ ଇସ୍ରାଏଲ ହନିୟେଙ୍କ ତେହେରାନ ଠିକଣା ଉପରେ ଏୟାର ଷ୍ଟ୍ରାଇକ୍ ବି କରିଥିଲା।
ଉଲ୍ଲେଖଯୋଗ୍ୟ ଯେ ହମାସ ଗତବର୍ଷ ଅକ୍ଟୋବର ୭ ତାରିଖ ଦିନ ଅଚାନ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ହମାସର ଏହି ଆକ୍ରମଣରେ ଅନୁନ୍ୟ ୧୨ଶହ ଇସ୍ରାଏଲୀ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଏହା ଛଡା ହମାସ ଆକ୍ରମଣକାରୀମାନେ ୨୫୦ରୁ ଅଧିକ ଇସ୍ରାଏଲୀଙ୍କୁ ବନ୍ଧକ କରିଥିଲେ। ଏହା ପରଠାରୁ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏଥିରେ ଇସ୍ରାଏଲ ଇସ୍ମାଇଲ ହନିୟେକୁ ହତ୍ୟା କରିବା ଏକ ବଡ଼ ସଫଳତା ବୋଲି ଏବେ ବିଚାର କରାଯାଉଛି। କେବଳ ଏତିକି ନୁହେଁ ଏହା ଇରାନ ଲାଗି ମଧ୍ୟ ଏକ ଝଟକା ସାବ୍ୟସ୍ତ ହୋଇଛି।
କାରଣ ଇରାନ ରାଜଧାନୀରେ ଇସ୍ରାଏଲ ତାର ଶତ୍ରୁକୁ ନିପାତ କରିଛି। ଉଲ୍ଲେଖଯୋଗ୍ୟ ଯେ ହମାସକୁ ଇରାନ ସମର୍ଥିତ ଉଗ୍ରବାଦ ସଙ୍ଗଠନ ବୁଝାଯାଏ। କେବଳ ଏତିକି ନୁହେଁ ଗତଦିନରେ ଲେବାନନରୁ ହିଜବୁଲ୍ଲାହ ମଧ୍ୟ ଇରାନ ଉପରକୁ ରକେଟ ମାଡ କରିଥିଲା। ଏହି ଆକ୍ରମଣରେ ୧୨ ଜଣ ପିଲାଙ୍କ ମୃତ୍ୟୁ ହୋଇଥିଲା। ହିଜବୁଲ୍ଲାହକୁ ମଧ୍ୟ ଇରାନର ସମର୍ଥନ ରହିଛି। ଏଥିରେ ଇସ୍ରାଏଲ ଇସ୍ମାଇଲ ହନିୟେକୁ ତେହେରାନରେ ହତ୍ୟା କରି ଅନ୍ୟ ଶତ୍ରୁଙ୍କୁ ମଧ୍ୟ ସଂକେତ ଦେଇଛି।