ହରଭଜନଙ୍କ ଭବିଷ୍ୟବାଣୀ: ଏହି ଦୁଇ ଟିମ ମଧ୍ୟରେ ଖେଳାଯିବ IPL 2024 ଫାଇନାଲ ମ୍ୟାଚ
ନୂଆଦିଲ୍ଲୀ,୧୯।୫: ପୂର୍ବତନ ଭାରତୀୟ ଅଫ ସ୍ପିନର ହରଭଜନ ସିଂ ଆଇପିଏଲ ୨୦୨୪ର ଫାଇନାଲିଷ୍ଟ ଦଳ ଚୟନ କରିଛନ୍ତି। ହରଭଜନ ସିଂ ବିଶ୍ୱାସ କରନ୍ତି ଯେ ଆଇପିଏଲ ୨୦୨୪ର ଅନ୍ତିମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ କୋଲକାତା ନାଇଟ ରାଇଡର୍ସ ଦଳ ମଧ୍ୟରେ ଖେଳାଯାଇପାରେ। ଶନିବାର ସିଏସକେକୁ ୨୭ରନରେ ପରାସ୍ତ କରି ଆରସିବି ଦଳ ପ୍ଲେ ଅଫରେ ସ୍ଥାନ ଦଖଲ କରିଥିଲା। ଚଳିତ ସିଜନରେ ଆରସିବି ଏପର୍ଯ୍ୟନ୍ତ ୬ ଟି ମ୍ୟାଚ ଜିତିଥିବାବେଳେ କେକେଆର ଦଳ ୧୩ […] The post ହରଭଜନଙ୍କ ଭବିଷ୍ୟବାଣୀ: ଏହି ଦୁଇ ଟିମ ମଧ୍ୟରେ ଖେଳାଯିବ IPL 2024 ଫାଇନାଲ ମ୍ୟାଚ appeared first on Dharitri Odia News.
ନୂଆଦିଲ୍ଲୀ,୧୯।୫: ପୂର୍ବତନ ଭାରତୀୟ ଅଫ ସ୍ପିନର ହରଭଜନ ସିଂ ଆଇପିଏଲ ୨୦୨୪ର ଫାଇନାଲିଷ୍ଟ ଦଳ ଚୟନ କରିଛନ୍ତି। ହରଭଜନ ସିଂ ବିଶ୍ୱାସ କରନ୍ତି ଯେ ଆଇପିଏଲ ୨୦୨୪ର ଅନ୍ତିମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ କୋଲକାତା ନାଇଟ ରାଇଡର୍ସ ଦଳ ମଧ୍ୟରେ ଖେଳାଯାଇପାରେ।
ଶନିବାର ସିଏସକେକୁ ୨୭ରନରେ ପରାସ୍ତ କରି ଆରସିବି ଦଳ ପ୍ଲେ ଅଫରେ ସ୍ଥାନ ଦଖଲ କରିଥିଲା। ଚଳିତ ସିଜନରେ ଆରସିବି ଏପର୍ଯ୍ୟନ୍ତ ୬ ଟି ମ୍ୟାଚ ଜିତିଥିବାବେଳେ କେକେଆର ଦଳ ୧୩ ଟି ମ୍ୟାଚ ମଧ୍ୟରୁ ୯ ଟିରେ ବିଜୟର ସ୍ବାଦ ଚାଖିଛି।
ସୂଚନାଯୋଗ୍ୟ, ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂ ଆଇପିଏଲ ୨୦୨୪ର ଫାଇନାଲିଷ୍ଟ ଦଳ ବିଷୟରେ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ କଥା ହେବାବେଳେ ଭଜୀ କହିଛନ୍ତି ଯେ ମୁଁ ଭାବୁଛି ଆରସିବି ଏବଂ କେକେଆର୍ ଆଇପିଏଲ ୨୦୨୪ର ଅନ୍ତିମ ମ୍ୟାଚ ଖେଳିବ। ଯଦି ଏହା ଘଟେ ତେବେ କୋହଲି ଏବଂ ଗମ୍ଭୀର ପୁଣି ଥରେ ମୁହାଁମୁହିଁ ହେବେ। ଆରସିବି ଏହି ପଏଣ୍ଟ ଦ୍ୱାରା ଟ୍ରଫି ଜିତିପାରେ, ସେମାନେ ପ୍ରତ୍ୟେକ ରନ ପାଇଁ କଠିନ ପରିଶ୍ରମ କରିଛନ୍ତି। ଯଦି ସେମାନେ ଏହି ରଣନୀତି ସହିତ ଖେଳନ୍ତି ତେବେ ଏହି ଦଳକୁ ଅଟକାଇବା କଷ୍ଟକର ହେବ।
The post ହରଭଜନଙ୍କ ଭବିଷ୍ୟବାଣୀ: ଏହି ଦୁଇ ଟିମ ମଧ୍ୟରେ ଖେଳାଯିବ IPL 2024 ଫାଇନାଲ ମ୍ୟାଚ appeared first on Dharitri Odia News.