ହରିଜନ ଶବ୍ଦ ବ୍ୟବହାରକୁ ନେଇ ଜେତିଲା ବିବାଦ, ଜମିବାଡ଼ି କିଣାବିକା କବଲାରେ…
କେନ୍ଦୁଝର,୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ଥାନୀୟ ଅନୁସୂଚିତ ଜାତି ଏକତା ମଞ୍ଚ କେନ୍ଦୁଝର ତରଫରୁ ବୁଧବାର କେନ୍ଦୁଝର ସବ ରେଜିଷ୍ଟ୍ରାର ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଜମିବାଡ଼ି କିଣା ବିକା ସମୟରେ କବଲା ଉପରେ ହରିଜନ ଶବ୍ଦ ବ୍ୟବହାର ନ କରିବାକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଭାରତୀୟ ଆଇନ ଅନୁଯାୟୀ ହରିଜନ ଶବ୍ଦ ବ୍ୟବହାର ପାଇଁ ପ୍ରତିବନ୍ଧକ ରହିଛି। ଏଣୁ ସରକାରୀ ସ୍ତରରେ ଏହି ଶବ୍ଦ ବ୍ୟବହାର ମନା କରାଯାଇଛି ବୋଲି ସେମାନେ ଉଲ୍ଲେଖ କରିଛନ୍ତି। ଏହା […] The post ହରିଜନ ଶବ୍ଦ ବ୍ୟବହାରକୁ ନେଇ ଜେତିଲା ବିବାଦ, ଜମିବାଡ଼ି କିଣାବିକା କବଲାରେ… appeared first on Dharitri Odia News.
କେନ୍ଦୁଝର,୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ଥାନୀୟ ଅନୁସୂଚିତ ଜାତି ଏକତା ମଞ୍ଚ କେନ୍ଦୁଝର ତରଫରୁ ବୁଧବାର କେନ୍ଦୁଝର ସବ ରେଜିଷ୍ଟ୍ରାର ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଜମିବାଡ଼ି କିଣା ବିକା ସମୟରେ କବଲା ଉପରେ ହରିଜନ ଶବ୍ଦ ବ୍ୟବହାର ନ କରିବାକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଭାରତୀୟ ଆଇନ ଅନୁଯାୟୀ ହରିଜନ ଶବ୍ଦ ବ୍ୟବହାର ପାଇଁ ପ୍ରତିବନ୍ଧକ ରହିଛି। ଏଣୁ ସରକାରୀ ସ୍ତରରେ ଏହି ଶବ୍ଦ ବ୍ୟବହାର ମନା କରାଯାଇଛି ବୋଲି ସେମାନେ ଉଲ୍ଲେଖ କରିଛନ୍ତି। ଏହା ସତ୍ତ୍ୱେ କବଲା ଲେଖିବା ବେଳେ ଏଭଳି ଶବ୍ଦର ବ୍ୟବହାର କରାଯାଉଥିବାରୁ ଉଦ୍ବେଗ ପ୍ରକାଶ କରି ନିରୋଧ ଚନ୍ଦ୍ର ବେହେରା, ସୁଢଳ କୁମାର ସେଠୀ, ପୂର୍ଣ୍ଣଚନ୍ଦ୍ର ଦାସ, ପବିତ୍ର ମୋହନ ପାତ୍ରଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ଦାବିପତ୍ର ପ୍ରଦାନ କରିଛନ୍ତି।
The post ହରିଜନ ଶବ୍ଦ ବ୍ୟବହାରକୁ ନେଇ ଜେତିଲା ବିବାଦ, ଜମିବାଡ଼ି କିଣାବିକା କବଲାରେ… appeared first on Dharitri Odia News.