ହରିୟାଣା ନିର୍ବାଚନ ପରେ ଇଣ୍ଡିଆ ମେଣ୍ଟରେ ବିଚ୍ଛିନ୍ନତା! ଏଏପି, ଶିବସେନା ୟୁବିଟି ପରେ ଆରଜେଡି ଦେଖାଇଲା ଆଖି

ନୂଆଦିଲ୍ଲୀ,୨୧।୧୦: ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ କଂଗ୍ରେସ ପାଇଁ ସମସ୍ୟା ଆଣିଦେଇଛି। ଗୋଟିଏ ପଟେ ରାଜ୍ୟରେ ସରକାର ଗଠନ କରିବାର ଇଚ୍ଛା ଭାଙ୍ଗିଯାଇଥିବା ବେଳେ ଗୋଟି ପରେ ଗୋଟିଏ ନେତା ଦଳ ଛାଡିବାରେ ଲାଗିଛନ୍ତି। ଏଥି ସହିତ ହରିୟାଣାର ଫଳାଫଳ ପରେ କଂଗ୍ରେସକୁ ମଧ୍ୟ ଇଣ୍ଡିଆ ମେଣ୍ଟରେ ଅନ୍ତର୍ଭୁକ୍ତ ସହଯୋଗୀ ଦଳର କଠୋର ଆଭିମୁଖ୍ୟର ସମ୍ମୁଖୀନ ହେବାକୁ ପଡିଛି। ଏହା ପରେ ଏବେ ପ୍ରଶ୍ନ ଉଠୁଛି ଯେ ଇଣ୍ଡିଆ ମେଣ୍ଟରେ ସବୁକିଛି ଠିକ ଅଛି କି ନାହିଁ। […] The post ହରିୟାଣା ନିର୍ବାଚନ ପରେ ଇଣ୍ଡିଆ ମେଣ୍ଟରେ ବିଚ୍ଛିନ୍ନତା! ଏଏପି, ଶିବସେନା ୟୁବିଟି ପରେ ଆରଜେଡି ଦେଖାଇଲା ଆଖି appeared first on Dharitri Odia News.

ହରିୟାଣା ନିର୍ବାଚନ ପରେ ଇଣ୍ଡିଆ ମେଣ୍ଟରେ ବିଚ୍ଛିନ୍ନତା! ଏଏପି, ଶିବସେନା ୟୁବିଟି ପରେ ଆରଜେଡି ଦେଖାଇଲା ଆଖି

ନୂଆଦିଲ୍ଲୀ,୨୧।୧୦: ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ କଂଗ୍ରେସ ପାଇଁ ସମସ୍ୟା ଆଣିଦେଇଛି। ଗୋଟିଏ ପଟେ ରାଜ୍ୟରେ ସରକାର ଗଠନ କରିବାର ଇଚ୍ଛା ଭାଙ୍ଗିଯାଇଥିବା ବେଳେ ଗୋଟି ପରେ ଗୋଟିଏ ନେତା ଦଳ ଛାଡିବାରେ ଲାଗିଛନ୍ତି। ଏଥି ସହିତ ହରିୟାଣାର ଫଳାଫଳ ପରେ କଂଗ୍ରେସକୁ ମଧ୍ୟ ଇଣ୍ଡିଆ ମେଣ୍ଟରେ ଅନ୍ତର୍ଭୁକ୍ତ ସହଯୋଗୀ ଦଳର କଠୋର ଆଭିମୁଖ୍ୟର ସମ୍ମୁଖୀନ ହେବାକୁ ପଡିଛି। ଏହା ପରେ ଏବେ ପ୍ରଶ୍ନ ଉଠୁଛି ଯେ ଇଣ୍ଡିଆ ମେଣ୍ଟରେ ସବୁକିଛି ଠିକ ଅଛି କି ନାହିଁ।

ବାସ୍ତବରେ କଂଗ୍ରେସ ହରିୟାଣା ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ସହ ମେଣ୍ଟ ଗଠନ କରିନଥିଲା। ଦାବି କରାଯାଇଛି ଯେ ଯଦି ରାଜ୍ୟରେ ଏଏପି ସହିତ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱିତା କରିଥାନ୍ତା ତେବେ ଏହା ଲାଭବାନ ହୋଇଥାନ୍ତା ଏବଂ ରାଜ୍ୟରେ କଂଗ୍ରେସ ସରକାର ଗଠନ ହୋଇଥାନ୍ତା। ଯେତେବେଳେ ଫଳାଫଳ ଆସିଲା, ଆମ ଆଦମୀ ପାର୍ଟି କଂଗ୍ରେସକୁ ଆତ୍ମବିଶ୍ୱାସୀ ବୋଲି ମଧ୍ୟ କହିଥିଲା। ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିୱାଲ ମଧ୍ୟ କହିଥିଲେ ଯେ କୌଣସି ନିର୍ବାଚନକୁ ହାଲୁକା ଭାବେ ଗ୍ରହଣ କରାଯିବା ଉଚିତ୍‌ ନୁହେଁ। ଆମ ଆଦମୀ ପାର୍ଟି ବ୍ୟତୀତ ମହାରାଷ୍ଟ୍ରରେ ଇଣ୍ଡିଆ ମେଣ୍ଟର ଶିବସେନା ଏବଂ ୟୁବିଟି ମଧ୍ୟ କଂଗ୍ରେସକୁ ଶୁଣାଇଦେଇଛନ୍ତି।

ବର୍ତ୍ତମାନ ବିବାଦ ଝାଡଖଣ୍ଡରେ ରହିଛି। ଝାଡଖଣ୍ଡରେ ମଧ୍ୟ ଝାଡଖଣ୍ଡ ମକ୍ତି ମୋର୍ଚ୍ଚା, କଂଗ୍ରେସ ଏବଂ ରାଷ୍ଟ୍ରୀୟ ଜନତା ଦଳ ମିଳିତ ଭାବେ ଇଣ୍ଡିଆ ମେଣ୍ଟ ଅଧୀନରେ ନିର୍ବାଚନ ଳଢୁଛନ୍ତି। ଝାଡଖଣ୍ଡ ବିଧାନସଭା ନିର୍ବାଚନ ସମ୍ପର୍କରେ ଶନିବାର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଘୋଷଣା କରିଛନ୍ତି ଯେ, ଜେଏମଏମ ଏବଂ କଂଗ୍ରେସ ଝାଡ଼ଖଣ୍ଡର ୭୦ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହି ନିଷ୍ପତ୍ତିକୁ ଆରଜେଡି ଆପତ୍ତି ଜଣାଇଛି। ଆରଜେଡି ଏମ୍‌ପି ମନୋଜ ଝା ରବିବାର କହିଛନ୍ତି ଯେ ଆମର ୧୮-୨୦ଟି ସିଟ ଭଲ ଅଛି ଏବଂ ଆମେ ୧୨-୧୩ରୁ କମ ସିଟ ଗ୍ରହଣ କରିବୁ ନାହିଁ।

The post ହରିୟାଣା ନିର୍ବାଚନ ପରେ ଇଣ୍ଡିଆ ମେଣ୍ଟରେ ବିଚ୍ଛିନ୍ନତା! ଏଏପି, ଶିବସେନା ୟୁବିଟି ପରେ ଆରଜେଡି ଦେଖାଇଲା ଆଖି appeared first on Dharitri Odia News.