ହରିୟାଣା ରେଜଲ୍ଟ: ଭାଜପାକୁ ଜିତାଇଦେଲେ କେଜରିଓ୍ବାଲ!
ନୂଆଦିଲ୍ଲୀ,୯।୧୦: ହରିୟାଣା ନିର୍ବାଚନର ଅନ୍ତିମ ଫଳାଫଳ ସାମ୍ନାକୁ ଆସିଛି। ରାଜ୍ୟରେ ୯୦ ଆସନରୁ ଭାଜପା ୪୮ଟି ଆସନ ପାଇଛି। ସେହିପରି କଂଗ୍ରେସ ମାତ୍ର ୩୯ଟି ଆସନ ହାତେଇ ପାରିଛି। ଫଳାଫଳନୁସାରେ ଭାଜପା ପୁଣି ଥରେ ରାଜ୍ୟରେ ସରକାର ଗଠନ କରିବକୁ ଯାଉଛି। କ୍ରମାଗତ ତୃତୀୟ ଥର ପାଇଁ ଭାଜପା ହରିୟାଣାରେ କ୍ଷମତା ଦଖଲ କରିବାକୁ ଯାଉଥିବାବେଳେ କଂଗ୍ରେସର ଆଶା ସମ୍ପୂର୍ଣ୍ଣ ରୂପେ ଧୁଳିସାତ୍ ହୋଇଯାଇଛି। କଂଗ୍ରେସ ଆଶାବାଦୀ ଥିଲା ଯେ ଏଥର ଦଳ କ୍ଷମତାକୁ ଫେରିବ। କିନ୍ତୁ […] The post ହରିୟାଣା ରେଜଲ୍ଟ: ଭାଜପାକୁ ଜିତାଇଦେଲେ କେଜରିଓ୍ବାଲ! appeared first on Dharitri Odia News.
ନୂଆଦିଲ୍ଲୀ,୯।୧୦: ହରିୟାଣା ନିର୍ବାଚନର ଅନ୍ତିମ ଫଳାଫଳ ସାମ୍ନାକୁ ଆସିଛି। ରାଜ୍ୟରେ ୯୦ ଆସନରୁ ଭାଜପା ୪୮ଟି ଆସନ ପାଇଛି। ସେହିପରି କଂଗ୍ରେସ ମାତ୍ର ୩୯ଟି ଆସନ ହାତେଇ ପାରିଛି। ଫଳାଫଳନୁସାରେ ଭାଜପା ପୁଣି ଥରେ ରାଜ୍ୟରେ ସରକାର ଗଠନ କରିବକୁ ଯାଉଛି। କ୍ରମାଗତ ତୃତୀୟ ଥର ପାଇଁ ଭାଜପା ହରିୟାଣାରେ କ୍ଷମତା ଦଖଲ କରିବାକୁ ଯାଉଥିବାବେଳେ କଂଗ୍ରେସର ଆଶା ସମ୍ପୂର୍ଣ୍ଣ ରୂପେ ଧୁଳିସାତ୍ ହୋଇଯାଇଛି। କଂଗ୍ରେସ ଆଶାବାଦୀ ଥିଲା ଯେ ଏଥର ଦଳ କ୍ଷମତାକୁ ଫେରିବ। କିନ୍ତୁ ଏପରି ହୋଇନାହିଁ। ପୂର୍ବରୁ ୧୦ବର୍ଷ ଧରି କ୍ଷମତାସୀନ ଦଳ ପୁଣି ବହୁମତ ହାସଲ କରି କ୍ଷମତାକୁ ଫେରିଛି।
ତେବେ କଂଗ୍ରେସ ହାରିବାର କାରଣ ଜାଟ୍ ଭୋଟ କୁହାଯାଉଥିବାବେଳେ ରାଜନୈତିକ ବିଶେଷଜ୍ଞ ପରାଜୟର ସବୁଠାରୁ ବଡ଼ କାରଣ ଅନ୍ୟକିଛି କହୁଛନ୍ତି। ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି କି, ଯେଉଁ ଆସନଗୁଡିକରେ କଂଗ୍ରେସର ପରାଜିତ ହୋଇଛି ତା’ର ସବୁଠାରୁ ବଡ କାରଣ ହେଉଛି ଆମ ଆଦମୀ ପାର୍ଟି ପ୍ରାର୍ଥୀ। କାରଣ କଂଗ୍ରେସ ଭୋଟ ଏଏପିକୁ ଯାଇଛି।
ଯଦିଓ AAP ହରିୟାଣାରେ ଆକାଉଣ୍ଟ ଖୋଲିବାରେ ସକ୍ଷମ ହୋଇନାହିଁ, ଦଳ ଜମ୍ମୁ କଶ୍ମୀରରେ ଗୋଟିଏ ଆସନ ଜିତିଛି। ଏନେଇ ଗତକାଲି କେଜରିଓ୍ବାଲ କହିଛନ୍ତି ଯେ, ଜମ୍ମୁ କଶ୍ମୀର ହେଉଛି ପଞ୍ଚମ ରାଜ୍ୟ, ଯେଉଁଠାରେ ଆମ ଆଦମୀ ପାର୍ଟିର ଜଣେ ବିଧାୟକ ବିଜୟୀ ହୋଇଛନ୍ତି। ଆମ ଆଦମୀ ପାର୍ଟିର ପ୍ରାର୍ଥୀ ମେହେରାଜ ମଲିକ ଦୋଡା ଠାରୁ ଭାଜପା ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି।
ସୂଚନାଥାଉ କି, ହରିୟାଣା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟକୁ ନେଇ ଅନେକ ଆଲୋଚନା ହୋଇଥିଲା। କିନ୍ତୁ ଶେଷରେ ଏହି ମେଣ୍ଟ ଗଠନ ହୋଇପାରିଲା ନାହିଁ। ଏହା ପରେ କେବଳ ଏଏପି ନିଜ ପ୍ରାର୍ଥୀଙ୍କୁ ୮୯ ଟି ଆସନରେ ଛିଡା କରାଇଥିଲା। ହେଲେ ଗୋଟିଏ ବି ଆସନ ଦଖଲ କରିପାରିଲା ନାହିଁ।
ନିର୍ବାଚନ ପ୍ରଚାର ସମୟରେ କେଜରିୱାଲ ଦାବି କରିଥିଲେ ଯେ ହରିୟାଣାରେ ସରକାର ଏଏପି ସମର୍ଥନ ବିନା ଗଠନ ହେବ ନାହିଁ, କିନ୍ତୁ ଫଳାଫଳ ମଧ୍ୟ ଏହି ଦାବିକୁ ଭୁଲ ପ୍ରମାଣିତ କରିଛି। କେଜ୍ରିୱାଲଙ୍କ ଏହି ବିବୃତ୍ତି ଏପରି ସମୟରେ ଆସିଛି ଯେତେବେଳେ କଂଗ୍ରେସ ବଡ଼ ପରାଜୟ ସମ୍ମୁଖୀନ ହୋଇଛି। ତେବେ ଭୋଟ ଗଣିତକୁ ଦେଖିଲେ ଜାଣି ପାରିବା ଯେ, ମେଣ୍ଟ ଆଲୋଚନା ବିଫଳ ହେବାରୁ ଏଏପି କଂଗ୍ରେସ ସିଟ୍ରେ ମଧ୍ୟ ପ୍ରାର୍ଥୀ ଦେଇଥିଲା। ଯେଉଁ କାରଣରୁ ଭୋଟ ବ୍ୟାଙ୍କ୍ ବାଣ୍ଟି ହୋଇ ଯାଇଥିଲା। ଏମିତି କିଛି ଆସନ ଅଛି ଯେଉଁଥିରେ କଂଗ୍ରେସ ପ୍ରାର୍ଥୀ ତୃତୀୟ ସ୍ଥାନରେ ରହିଥିବା ଦେଖିବାକୁ ମିଳିଛି।
ଯଦି ଆମେ ଭୋଟ ପ୍ରତିଶତକୁ ଦେଖିବା ତେବେ ଭାଜପାର ଭୋଟ ପ୍ରତିଶତ ୩୯.୯୪ ହୋଇଥିବାବେଳେ କଂଗ୍ରେସର ଭୋଟ ପ୍ରତିଶତ ୩୯.୩୧ ଓ AAP ର ଭୋଟ ପ୍ରତିଶତ- ୧.୭୯। ଏଭଳି ପରିସ୍ଥିତିରେ ଯଦି ଆମେ କଂଗ୍ରେସ ଏବଂ AAP ର ଭୋଟ ପ୍ରତିଶତକୁ ଏକାଠି କରିବା, ତେବେ ଏହା ଭାଜପାର ଭୋଟ ପ୍ରତିଶତ ଠାରୁ ପ୍ରାୟ ୧ ପ୍ରତିଶତ ଅଧିକ।
ଗତକାଲି ହରିୟାଣା ରେଜଲ୍ଟ ପରେ ଆମ ଆଦମୀ ପାର୍ଟି (ଆପ) ନେତା ଅରବିନ୍ଦ କେଜରିଓ୍ବାଲ କଂଗ୍ରେସର ପରାଜୟକୁ ନେଇ କମେଣ୍ଟ କରିଛନ୍ତି। କଂଗ୍ରେସର କଟା ଘା’ରେ ଚୂନ ଦେଇ ସେ କହିଛନ୍ତି ଯେ, ନିର୍ବାଚନରେ କେବେବି ଅତ୍ୟଧିକ ଆତ୍ମବିଶ୍ୱାସୀ ହେବା ଉଚିତ୍ ନୁହେଁ। ପ୍ରତ୍ୟେକ ନିର୍ବାଚନର ସବୁଠାରୁ ବଡ ଶିକ୍ଷା ହେଉଛି ଯେ ଆପଣ କେବେବି ଅତ୍ୟଧିକ ଆତ୍ମବିଶ୍ୱାସୀ ହେବା ଉଚିତ ନୁହେଁ। କୌଣସି ନିର୍ବାଚନକୁ ହାଲୁକା ଭାବେ ଗ୍ରହଣ କରାଯିବା ଉଚିତ୍ ନୁହେଁ କାରଣ ପ୍ରତ୍ୟେକ ଆସନ ଏକ ଚ୍ୟାଲେଞ୍ଜ ଅଟେ।
The post ହରିୟାଣା ରେଜଲ୍ଟ: ଭାଜପାକୁ ଜିତାଇଦେଲେ କେଜରିଓ୍ବାଲ! appeared first on Dharitri Odia News.