ହରିୟାଣାରେ AAPର ଚରମ ପରାଜୟ ଦିଲ୍ଲୀ ବିଧାନସଭା ନିର୍ବାଚନକୁ ପ୍ରଭାବିତ କରିବ କି?

ନୂଆଦିଲ୍ଲୀ ୧୦।୧୦: ଦିଲ୍ଲୀ ଓ ପଞ୍ଜାବରେ କ୍ଷମତାସୀନ ଆମଆଦମୀ ପାର୍ଟି (ଆପ)କୁ ହରିୟାଣା ବିଧାନସଭା ନିର୍ବାଚନରେ ଜୋରଦାର ଝଟକା ଲାଗିଛି। ହରିୟାଣାରେ ଆପକୁ ୨ ପ୍ରତିଶତରୁ ବି କମ୍ ଭୋଟ ମିଳିଛି ଓ ପାର୍ଟି ରାଜ୍ୟରେ ଖାତା ମଧ୍ୟ ଖୋଲିପାରି ନାହିଁ। ଆପ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ଧୁଆଁଧାର ପ୍ରଚାର ସତ୍ତ୍ୱେ ହରିୟାଣାରେ ଆପର ୮୮ରୁ ୮୭ ପ୍ରାର୍ଥୀଙ୍କ ଅମାନତ ଜବତ ହୋଇଯାଇଛି। କେବଳ ୨ଟି ଆସନରେ ପ୍ରାର୍ଥୀଙ୍କୁ ୧୦ ହଜାରରୁ ଅଧିକ ଭୋଟ ମିଳିଛି। ଅରବିନ୍ଦ କେଜରିୱାଲ ହରିୟାଣାର ମୂଳ ବାସିନ୍ଦା। ଭିବାନୀର ଶିବାନୀରେ ତାଙ୍କର ଘର। ଏଥି ପାଇଁ ସେ ହରିୟାଣାରେ ୧୨ରୁ ଅଧିକ ରାଲି କରିଥିବା ବେଳେ ନିଜକୁ ହରିୟାଣା ମାଟିର ପୁଅ କହି ଭୋଟ ଭିକ୍ଷା କରିଥିଲେ। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତଦନ୍ତର ସମ୍ମୁଖୀନ ହୋଇଥିବା କେଜରିୱାଲ ହରିୟାଣାବାସୀଙ୍କୁ ‘ସଚ୍ଚୋଟ ସରକାର’ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ତେବେ ଜନତା କେଜରିୱାଲ ଓ ତାଙ୍କ ପାର୍ଟକୁ ଉପେକ୍ଷା କରିଦେଇଛନ୍ତି। ଦିଲ୍ଲୀ ଭଳି ହରିୟାଣାରେ ମାଗଣା ବିଜୁଳି, ମହଲା କ୍ଲିନିକ୍, ନିଶୁଳ୍କ ଉତ୍ତମ ଶିକ୍ଷାଦାନ ସମେତ ପାର୍ଟି ଲୋକଙ୍କୁ ଅନେକ ପ୍ରତିଶ୍ରୁତିଦେଇଥିଲା, ବେକାରୀକୁ ପ୍ରସଙ୍ଗ କରି ବିଜେପିକୁ ଟାର୍ଗେଟ୍ ମଧ୍ୟ କରିଥିଲା। ତେବେ ହରିୟାଣା ଓ ଏହାର ଜନତା କେଜରିୱାଲଙ୍କପାର୍ଟିକୁ ବିଧାନସଭା ନିର୍ବାଚନରେ ଗୁରୁତ୍ୱ ମଧ୍ୟ ଦେଇନାହାନ୍ତି। ପୁରା ହରିୟାଣାରେ କେବଳ ଜଗାଧାରୀ ସିଟ୍

ହରିୟାଣାରେ AAPର ଚରମ ପରାଜୟ ଦିଲ୍ଲୀ ବିଧାନସଭା ନିର୍ବାଚନକୁ ପ୍ରଭାବିତ କରିବ କି?

ନୂଆଦିଲ୍ଲୀ ୧୦।୧୦: ଦିଲ୍ଲୀ ଓ ପଞ୍ଜାବରେ କ୍ଷମତାସୀନ ଆମଆଦମୀ ପାର୍ଟି (ଆପ)କୁ ହରିୟାଣା ବିଧାନସଭା ନିର୍ବାଚନରେ ଜୋରଦାର ଝଟକା ଲାଗିଛି। ହରିୟାଣାରେ ଆପକୁ ୨ ପ୍ରତିଶତରୁ ବି କମ୍ ଭୋଟ ମିଳିଛି ଓ ପାର୍ଟି ରାଜ୍ୟରେ ଖାତା ମଧ୍ୟ ଖୋଲିପାରି ନାହିଁ। ଆପ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ଧୁଆଁଧାର ପ୍ରଚାର ସତ୍ତ୍ୱେ ହରିୟାଣାରେ ଆପର ୮୮ରୁ ୮୭ ପ୍ରାର୍ଥୀଙ୍କ ଅମାନତ ଜବତ ହୋଇଯାଇଛି। କେବଳ ୨ଟି ଆସନରେ ପ୍ରାର୍ଥୀଙ୍କୁ ୧୦ ହଜାରରୁ ଅଧିକ ଭୋଟ ମିଳିଛି। 

ଅରବିନ୍ଦ କେଜରିୱାଲ ହରିୟାଣାର ମୂଳ ବାସିନ୍ଦା। ଭିବାନୀର ଶିବାନୀରେ ତାଙ୍କର ଘର। ଏଥି ପାଇଁ ସେ ହରିୟାଣାରେ ୧୨ରୁ ଅଧିକ ରାଲି କରିଥିବା ବେଳେ ନିଜକୁ ହରିୟାଣା ମାଟିର ପୁଅ କହି ଭୋଟ ଭିକ୍ଷା କରିଥିଲେ। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତଦନ୍ତର ସମ୍ମୁଖୀନ ହୋଇଥିବା କେଜରିୱାଲ ହରିୟାଣାବାସୀଙ୍କୁ ‘ସଚ୍ଚୋଟ ସରକାର’ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ତେବେ ଜନତା କେଜରିୱାଲ ଓ ତାଙ୍କ ପାର୍ଟକୁ ଉପେକ୍ଷା କରିଦେଇଛନ୍ତି। 

ଦିଲ୍ଲୀ ଭଳି ହରିୟାଣାରେ ମାଗଣା ବିଜୁଳି, ମହଲା କ୍ଲିନିକ୍, ନିଶୁଳ୍କ ଉତ୍ତମ ଶିକ୍ଷାଦାନ ସମେତ ପାର୍ଟି ଲୋକଙ୍କୁ ଅନେକ ପ୍ରତିଶ୍ରୁତିଦେଇଥିଲା, ବେକାରୀକୁ ପ୍ରସଙ୍ଗ କରି ବିଜେପିକୁ ଟାର୍ଗେଟ୍ ମଧ୍ୟ କରିଥିଲା। ତେବେ ହରିୟାଣା ଓ ଏହାର ଜନତା କେଜରିୱାଲଙ୍କପାର୍ଟିକୁ ବିଧାନସଭା ନିର୍ବାଚନରେ ଗୁରୁତ୍ୱ ମଧ୍ୟ ଦେଇନାହାନ୍ତି। ପୁରା ହରିୟାଣାରେ କେବଳ ଜଗାଧାରୀ ସିଟ୍‌ରେ ଆପ ପ୍ରାର୍ଥୀ ଆଦର୍ଶପାଲ ସିଂହ ୪୩୮୧୩ଟି ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି। ତେବେ ପାର୍ଟିର ଅନ୍ୟ ବିଧାୟକ ପ୍ରାର୍ଥୀମାନେ ସେମାନଙ୍କ ଅମାନତ ମଧ୍ୟ ରକ୍ଷା କରିପାରିନାହାନ୍ତି। 

ନିର୍ବାଚନରେ ଆମ ଆଦମୀ ପାର୍ଟିକୁ ମୋଟ ୨.୪୮ ଲକ୍ଷ ଭୋଟ ମିଳିଛି। ଯାହା ମୋଟ ଭୋଟର ମାତ୍ର ୧.୮ ପ୍ରତିଶତ। ଏହା ପୂର୍ବରୁ ୨୦୧୯ରେ ଯେତେବେଳେ ଆପ ୪୬ଟି ଆସନରେ ନିର୍ବାଚନ ଲଢିଥିଲା ସେତେବେଳେ ପାର୍ଟିକୁ ମାତ୍ର ୦.୫ ପ୍ରତିଶତ ଭୋଟ ମିଳିଥିଲା। ଏବେ ନିର୍ବାଚନ ଫଳାଫଳ ଘୋଷଣା ପରେ ପାର୍ଟି କଂଗ୍ରେସ ଉପରେ ଦୋଷାରୋପଣ କରୁଛି। 

ପାର୍ଟିର ବରିଷ୍ଠ ସାଂସଦ ସଞ୍ଜୟ ସିଂହ କହିଛନ୍ତି ଯେ ଆମେ ଲୋକସଭା ନିର୍ବାଚନରେ ମେଣ୍ଟ କରିଥିଲୁ। ଏହି ମେଣ୍ଟକୁ ହରିୟାଣାରେ ୪୭ ପ୍ରତିଶତ ଭୋଟ ମିଳିଥିଲା। ବିଧାନସଭା ନିର୍ବାଚନବେଳେ ଆମେ ମେଣ୍ଟ କରିବାକୁ ଚାହିଁଥିଲୁ, ହେଲେ କଂଗ୍ରେସ ଏଥିପ୍ରତି ଆଗ୍ରହୀ ହୋଇନଥିଲା। ଯାହାର ପରିଣାମ ଏବେ କଂଗ୍ରେସକୁ ମଧ୍ୟ ଭୋଗ କରିବାକୁ ପଡୁଛି ବୋଲି ସିଂହ କହିଛନ୍ତି।  ତେବେ ହରିୟାଣା ବିଧାନସଭା ନିର୍ବାଚନର ପ୍ରଭାବ ଦିଲ୍ଲୀ ବିଧାନସଭା ଉପରେ ପଡି ନପାରେ। କାରଣ ହରିୟାଣା ଓ ଦିଲ୍ଲୀର ତୃଣମୂଳ ସ୍ତରର ପ୍ରସଙ୍ଗ ଭିନ୍ନ। ଦିଲ୍ଲୀର ବସ୍ତିମାନଙ୍କରେ ରହୁଥିବା ଲୋକଙ୍କ ଏକ ବଡ ବର୍ଗ ରହିଛି, ଏହି ବର୍ଗକୁ ଆପର ନୀତି ସୁହାଉଛି, ହେଲେ ହରିୟାଣାରେ ଏପରି ବର୍ଗ ନାହାନ୍ତି ଯିଏ ସିଧାଶଳଖ ପାର୍ଟି ସହ ସଂଯୁକ୍ତ ହୋଇ ପାରିବେ।