ହରିୟାଣାରେ ବିଜେପିକୁ ‘ସାବିତ୍ରୀ’ ଚିନ୍ତା; ହିସାରରେ ସ୍ବାଧୀନ ପ୍ରାର୍ଥୀ ହେଲେ ଉଦ୍ୟୋଗପତି ମହିଳା
ନୂଆଦିଲ୍ଲୀ: ଅକ୍ଟୋବର ୫ ତାରିଖରେ ହରିୟାଣାରେ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ଘଡ଼ି କେ ଘୋଡ଼ା ଛୁଟୁଛି । ଦେଶର ସବୁଠୁ ଧନୀ ବିଧାନସଭା ପ୍ରାର୍ଥୀ ସାବିତ୍ରୀ ଜିନ୍ଦଲଙ୍କୁ ନେଇ ହରିୟାଣା ରାଜନୀତି ହଲଚଲ ହୋଇଛି । ଟିକେଟ୍ ନମିଳିବାରୁ ଭାରତୀୟ ଜନତା ପାର୍ଟି ଛାଡ଼ି ଥିବା ସାବିତ୍ରୀ ଜିନ୍ଦଲ ହିସାର ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ପ୍ରଥମ ସେ କଂଗ୍ରେସରେ ସାମିଲ୍ ହେବେ ବୋଲି ଚର୍ଚ୍ଚା ହେଉଥିଲା । ମାତ୍ର ଏହା ଉପରେ ପୂର୍ଣ୍ଣଚ୍ଛେଦ ପକାଇ ନିର୍ଦଳୀୟ ଭାବେ ନିର୍ବାଚନୀ ମଇଦାନକ ଓହ୍ଲାଇଛନ୍ତି । ନାମାଙ୍କନ ଦାଖଲ ପରେ ସୋସିଆଲ୍ ମିଡିଆ ଏକ୍ସରେ ପ୍ରତିକ୍ରିୟା ରଖିଥିଲେ ସାବିତ୍ରୀ ଜିନ୍ଦଲ । ସେ କହିଛନ୍ତି, ଭଗବାନଙ୍କ କୃପାରୁ ଏବଂ ହିସାର ପରିବାର ସେପ୍ଟେମ୍ବର ୫ ତାରିଖରେ ଯେଉଁ ଆଦେଶ ଦେଇଥିଲେ, ତାକୁ ଆଶୀର୍ବାଦ ସହ ନେଇ ସେପ୍ଟେମ୍ବର ୧୨ ତାରିଖରେ ହିସାର ବିଧାନସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛି । ଭାରତୀୟ ଜନତା ପାର୍ଟିରୁ ଟିକେଟ୍ କଟିବା ପରେ ସାବିତ୍ରୀ ଜିନ୍ଦଲ ହିସାର ବିଧାନସଭା ଆସନରୁ ସ୍ବାଧୀନ ପ୍ରାର୍ଥୀ ହୋଇଛନ୍ତି । ବିଜେପି ତାଙ୍କ ସ୍ଥାନରେ ମନ୍ତ୍ରୀ କମଲ ଗୁପ୍ତାଙ୍କୁ ପ୍ରାର୍ଥୀ କରିଛି । ସେପଟେ କଂଗ୍ରେସର ପୂର୍ବତନ ବିଧାୟକ କହିଛନ୍ତି, ସାବିତ୍ରୀ ଜିନ୍ଦଲଙ୍କୁ ଟିକେଟ୍ ନମିଳିବା ପରେ ତାଙ୍କ ସମର୍ଥକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତାଙ୍କୁ ଶ
ନୂଆଦିଲ୍ଲୀ: ଅକ୍ଟୋବର ୫ ତାରିଖରେ ହରିୟାଣାରେ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ଘଡ଼ି କେ ଘୋଡ଼ା ଛୁଟୁଛି । ଦେଶର ସବୁଠୁ ଧନୀ ବିଧାନସଭା ପ୍ରାର୍ଥୀ ସାବିତ୍ରୀ ଜିନ୍ଦଲଙ୍କୁ ନେଇ ହରିୟାଣା ରାଜନୀତି ହଲଚଲ ହୋଇଛି । ଟିକେଟ୍ ନମିଳିବାରୁ ଭାରତୀୟ ଜନତା ପାର୍ଟି ଛାଡ଼ି ଥିବା ସାବିତ୍ରୀ ଜିନ୍ଦଲ ହିସାର ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ପ୍ରଥମ ସେ କଂଗ୍ରେସରେ ସାମିଲ୍ ହେବେ ବୋଲି ଚର୍ଚ୍ଚା ହେଉଥିଲା । ମାତ୍ର ଏହା ଉପରେ ପୂର୍ଣ୍ଣଚ୍ଛେଦ ପକାଇ ନିର୍ଦଳୀୟ ଭାବେ ନିର୍ବାଚନୀ ମଇଦାନକ ଓହ୍ଲାଇଛନ୍ତି । ନାମାଙ୍କନ ଦାଖଲ ପରେ ସୋସିଆଲ୍ ମିଡିଆ ଏକ୍ସରେ ପ୍ରତିକ୍ରିୟା ରଖିଥିଲେ ସାବିତ୍ରୀ ଜିନ୍ଦଲ । ସେ କହିଛନ୍ତି, ଭଗବାନଙ୍କ କୃପାରୁ ଏବଂ ହିସାର ପରିବାର ସେପ୍ଟେମ୍ବର ୫ ତାରିଖରେ ଯେଉଁ ଆଦେଶ ଦେଇଥିଲେ, ତାକୁ ଆଶୀର୍ବାଦ ସହ ନେଇ ସେପ୍ଟେମ୍ବର ୧୨ ତାରିଖରେ ହିସାର ବିଧାନସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛି ।
ଭାରତୀୟ ଜନତା ପାର୍ଟିରୁ ଟିକେଟ୍ କଟିବା ପରେ ସାବିତ୍ରୀ ଜିନ୍ଦଲ ହିସାର ବିଧାନସଭା ଆସନରୁ ସ୍ବାଧୀନ ପ୍ରାର୍ଥୀ ହୋଇଛନ୍ତି । ବିଜେପି ତାଙ୍କ ସ୍ଥାନରେ ମନ୍ତ୍ରୀ କମଲ ଗୁପ୍ତାଙ୍କୁ ପ୍ରାର୍ଥୀ କରିଛି । ସେପଟେ କଂଗ୍ରେସର ପୂର୍ବତନ ବିଧାୟକ କହିଛନ୍ତି, ସାବିତ୍ରୀ ଜିନ୍ଦଲଙ୍କୁ ଟିକେଟ୍ ନମିଳିବା ପରେ ତାଙ୍କ ସମର୍ଥକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତାଙ୍କୁ ଶାନ୍ତ କରିବା ପାଇଁ ସାବିତ୍ରୀ ଜିନ୍ଦଲ ଏହି ପଦକ୍ଷେପ ନେଇଛନ୍ତି । ପୁଣି ଥରେ ବିଜେପିକୁ ଫେରିବା ତାଙ୍କ ପକ୍ଷେ ଅସମ୍ଭବ ବୋଲି କହିଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ । କୁରୁକ୍ଷେତ୍ର ସାଂସଦ କୋଟିପତି ନବୀନ ଜିନ୍ଦଲ ୨୦୨୪ ଲୋକସଭା ନିର୍ବାଚନ ବେଳେ କଂଗ୍ରେସରୁ ମୁହଁ ଫେରାଇ ବିଜେପିରେ ସାମିଲ୍ ହୋଇଥିଲେ । ଏହାର କିଛି ଦିନ ପରେ ସାବିତ୍ରୀ ଜିନ୍ଦଲ ନିଜ ପୁଅ ସହିତ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ବୋଲି ।
ଜାତୀୟ ଗଣମାଧ୍ୟମ ଇଣ୍ଡିଆନ ଏକ୍ସପ୍ରେସ ଅନୁଯାୟୀ, ସାବିତ୍ରୀ ଜିନ୍ଦଲ ଦାବି କରିଛନ୍ତି, ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ କରିବାକୁ ନେଇ ସେ ତାଙ୍କ ପୁଅ ନବୀନ ଜିନ୍ଦଲଙ୍କ ସହିତ କୌଣସି ଆଲୋଚନା କରି ନାହାନ୍ତି । ହିସାର ବାସୀଙ୍କ ଆଦେଶକୁ ଅନୁସରଣ କରୁଛି । ହିସାରବାସୀ ଚାହୁଁଛନ୍ତି ଏହା ତାଙ୍କର ଶେଷ ବିଧାନସଭା ନିର୍ବାଚନ । ତେଣୁ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଗତ ୨୦ ବର୍ଷ ହେଲା ହିସାରବାସୀଙ୍କ ସହିତ ରହିଛନ୍ତି । ଲୋକେ ମୋତେ ସେବା କରିବାର ଗୋଟିଏ ସୁଯୋଗ ଦେବା ଦରକାର । ନହେଲ ଏହା ତାଙ୍କ ଶେଷ ନିର୍ବାଚନ ହେବା ବୋଲି ସାବିତ୍ରୀ ଜିନ୍ଦଲ କହିଛନ୍ତି ।
ଫୋବର୍ସର ଶୀର୍ଷ ୧୦ ଧନୀ ଭାରତୀୟଙ୍କ ମଧ୍ୟରେ ସାବିତ୍ରୀ ଜିନ୍ଦଲ ଏକ ମାତ୍ର ମହିଳା । ସାବିତ୍ରୀଙ୍କ ଜିନ୍ଦଲଙ୍କ ସ୍ବାମୀ ତଥା ଜିନ୍ଦଲ ସମୂହର ସଂସ୍ଥାପକ ମୃତ୍ୟୁ ପରେ ଓପି ଜିନ୍ଦଲଙ୍କ ମୃତ୍ୟୁ ପରେ ରାଜନୀତିରେ ପ୍ରବେଶ କରିଥିଲେ । ୨୦୦୫ରେ ହିସାର ଉପ-ନିର୍ବାଚନ ଜିତିବା ପରେ ସେ ଭୂବିନ୍ଦର ସିଂହ ହୁଡ୍ଡାଙ୍କ ନେତୃତ୍ବଧୀନ ହରିୟାଣା କଂଗ୍ରେସ ସରକାରରେ ୯ ବର୍ଷ ପର୍ଯ୍ୟନ୍ତ ମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିଥିଲେ । ହେଲେ ୨୦୧୪ରେ ରାଜ୍ୟ ମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ କମଲ ଗୁପ୍ତାଙ୍କ ଠାରୁ ବିଧାନସଭା ନିର୍ବାଚନ ହାରି ଯାଇଥିଲେ ।