ହରିୟାଣାରେ ବିଜେପିର ବିଜୟ ହାଟ୍ରିକ୍

ହରିୟାଣାରେ ବିଜେପି, ଜାମ୍ମୁ-କାଶ୍ମୀରରେ କଂଗ୍ରେସ-ଏନସି ମେଣ୍ଟ। ଏକଜିଟ୍ ପୋଲ୍ ଆକଳନର ସଂପୂର୍ଣ୍ଣ ବିପରୀତ ଆସିଛି ଏକଜାଟ୍ ପୋଲ ଗଣତିର ଫଳ। ସବୁଠୁ ଆଶ୍ଚର୍ଯ୍ୟଜନକ ଫଳ ଆସିଛି ହରିୟାଣାରେ।

ହରିୟାଣାରେ ବିଜେପିର ବିଜୟ ହାଟ୍ରିକ୍

ହରିୟାଣାରେ ବିଜେପିର ବିଜୟ ହାଟ୍ରିକ୍...ଯାହା କେବେ ହୋଇ ନଥିଲା ତାକୁ ପୁଣି କରି ଦେଖାଇଲା ମୋଦି ମ୍ୟାଜିକ୍...ପୂର୍ବଠୁ ଆହୁରି ବଡ଼, ଦୃଢ଼, ବିଶାଳ ବିଜୟ...ଭୋଟ୍ ପୂର୍ବରୁ ତଥାକଥିତ ପରାଜୟ ହାୱା ଆଶ୍ଚର୍ଯ୍ୟଜନକ ଭାବେ ବିଜୟର ଆନ୍ଧିରେ ବଦଳିଯିବା ପରର ଦୃଶ୍ୟ ଇଏ । ପଦ୍ମ ଶିବିରରେ ଜବରଦସ୍ତ ବିଜୟ ଉତ୍ସବ । ଦିଲ୍ଲୀକୁ ଲାଗିଥିବା ୯୦ ଆସନ ବିଶିଷ୍ଟ ଏଇ ରାଜ୍ୟରେ ବିଜେପି ଏକାକି କ୍ଷମତାର କୁହୁକ ସଂଖ୍ୟା ପାର୍ କରୁ କରୁ ସେଲିବ୍ରେସନରେ ମାତି ଯାଇଥିଲେ ନେତା ଓ କର୍ମୀ, ତ ଲୋକାରଣ୍ୟ ହୋଇଯାଇଥିଲା ବିଜେପି ବିଜୟର ନାୟକ ସାଜିଥିବା ସିଏମ୍ ନାଏବ୍ ସିଂ ସୈନୀଙ୍କ ବାସଭବନ । ଆଉ ଖୋଦ୍ ଲଡୱା ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ସୈନୀଙ୍କ ବିଜୟ ଘୋଷଣା ଉଲ୍ଲାସକୁ ଦ୍ବିଗୁଣା କରି ଦେଇଥିଲା ।