ହରିୟାଣାରେ ଭାଙ୍ଗିପାରେ କଂଗ୍ରେସ ମେଣ୍ଟ, ଏକା ଚାଲିବ ଆପ୍‌

ଚଣ୍ଡୀଗଡ଼,୭ା୯: ହରିୟାଣା ବିଧାନସଭା ନିର୍ବାଚନରେ ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯୋଜନା କରୁଛି ଆପ୍‌। ରବିବାର ଦଳ ଏହାର ପ୍ରଥମ ତାଲିକା ପ୍ରକାଶ କରିପାରେ। ଆମ ଆଦ୍‌ମୀ ପାର୍ଟି(ଆପ୍‌) ୫୦ଟି ଆସନରେ ନିର୍ବାଚନ ଲଢ଼ିପାରିବ। ଏହାପୂର୍ବରୁ ସିଟ୍‌ ବାଣ୍ଟିବା ନେଇ କଂଗ୍ରେସ ଏବଂ ଆମ୍‌ ଆଦମୀ ପାର୍ଟି (ଏଏପି) ସହିତ ମଧ୍ୟ ଆଲୋଚନା ଚାଲିଥିଲା। ଶୁକ୍ରବାର ଆସନ ବାଣ୍ଟିବା ନେଇ ଦୁଇ ଦଳ ମଧ୍ୟରେ କୌଣସି ଚୁକ୍ତିନାମା ହୋଇପାରି ନ ଥିଲା। ଏହାକୁ ନେଇ ହରିୟାଣା ବିଧାନସଭା ନିର୍ବାଚନରେ […] The post ହରିୟାଣାରେ ଭାଙ୍ଗିପାରେ କଂଗ୍ରେସ ମେଣ୍ଟ, ଏକା ଚାଲିବ ଆପ୍‌ appeared first on Dharitri Odia News.

ହରିୟାଣାରେ ଭାଙ୍ଗିପାରେ କଂଗ୍ରେସ ମେଣ୍ଟ, ଏକା ଚାଲିବ ଆପ୍‌

ଚଣ୍ଡୀଗଡ଼,୭ା୯: ହରିୟାଣା ବିଧାନସଭା ନିର୍ବାଚନରେ ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯୋଜନା କରୁଛି ଆପ୍‌। ରବିବାର ଦଳ ଏହାର ପ୍ରଥମ ତାଲିକା ପ୍ରକାଶ କରିପାରେ। ଆମ ଆଦ୍‌ମୀ ପାର୍ଟି(ଆପ୍‌) ୫୦ଟି ଆସନରେ ନିର୍ବାଚନ ଲଢ଼ିପାରିବ।

ଏହାପୂର୍ବରୁ ସିଟ୍‌ ବାଣ୍ଟିବା ନେଇ କଂଗ୍ରେସ ଏବଂ ଆମ୍‌ ଆଦମୀ ପାର୍ଟି (ଏଏପି) ସହିତ ମଧ୍ୟ ଆଲୋଚନା ଚାଲିଥିଲା। ଶୁକ୍ରବାର ଆସନ ବାଣ୍ଟିବା ନେଇ ଦୁଇ ଦଳ ମଧ୍ୟରେ କୌଣସି ଚୁକ୍ତିନାମା ହୋଇପାରି ନ ଥିଲା। ଏହାକୁ ନେଇ ହରିୟାଣା ବିଧାନସଭା ନିର୍ବାଚନରେ ଦୁଇ ଦଳ ମଧ୍ୟରେ କୌଣସି ମେଣ୍ଟ ହେବ ନାହିଁ ବୋଲି କଳ୍ପନାଜଳ୍ପନା ଚାଲିଛି।

ସୂଚନାନୁସାରେ, ଆମ ଆଦମୀ ପାର୍ଟି ହରିୟାଣାରେ ୧୦ଟି ସିଟ୍‌ ଦାବି କରୁଥିବାବେଳେ କଂଗ୍ରେସ ଆମ ଆଦମୀ ପାର୍ଟିକୁ ୧୦ଟି ସିଟ୍‌ ଦେବାକୁ ପ୍ରସ୍ତୁତ ନୁହେଁ। ହରିୟାଣାରେ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ହେଉଛି ୧୨ ସେପ୍ଟେମ୍ବର।

ସୂଚନା ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ନେତୃତ୍ୱରେ ଦଳ ସହ ମିଳିତ ମେଣ୍ଟ ଉପରେ କଂଗ୍ରେସ ଦଳର କିଛି ନେତା ଆପତ୍ତି ଜଣାଇଛନ୍ତି। ସୂତ୍ରରୁ ଜଣାପଡିଛି ଯେ, ହୁଡା ଗୋଷ୍ଠୀ ଏବଂ ଅନ୍ୟ କେତେକ ନେତା ଆପ୍‌ ସହିତ ସିଟ୍‌ ବାଣ୍ଟିବାକୁ ବିରୋଧ କରୁଛନ୍ତି। ଏହି ନେତାମାନେ ବିଶ୍ୱାସ କରନ୍ତି ଯେ, ହରିୟାଣାରେ କେଜ୍‌ରିଓ୍ବାଲଙ୍କ ଦଳର କୌଣସି ବିଶେଷ ଆଧାର ନାହିଁ।

The post ହରିୟାଣାରେ ଭାଙ୍ଗିପାରେ କଂଗ୍ରେସ ମେଣ୍ଟ, ଏକା ଚାଲିବ ଆପ୍‌ appeared first on Dharitri Odia News.