ହରିୟାଣାରେ ରାଜନୈତିକ ସଙ୍କଟ: ଖଟ୍ଟାରଙ୍କୁ ଭେଟିଲେ ୪ ଜେଜେପି ବିଧାୟକ
ଚଣ୍ଡିଗଡ଼,୯ା୫ ହରିୟାଣାର ସରକାରରୁ ୩ ସ୍ବାଧୀନ ବିଧାୟକ ସମର୍ଥନ ପ୍ରତ୍ୟାହାର କରିନେବା ପରେ ରାଜ୍ୟରେ ରାଜନୈତିକ ସଙ୍କଟ ଦେଖାଦେଇଛି। ଭାଜପା ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଜନନାୟକ ଜନତା ପାର୍ଟି (ଜେଜେପି) ଅଧ୍ୟକ୍ଷ ଦୁଷ୍ୟନ୍ତ ଚୌତାଲା ଦାବି କରିଛନ୍ତି। ଏଥିପାଇଁ ସେ ଗୁରୁବାର ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟଙ୍କୁ ପତ୍ର ଲେଖିଛନ୍ତି। ସରକାର ଗଠନ ପାଇଁ ଜେଜେପି ଯେକୌଣସି ଦଳକୁ ସମର୍ଥନ ଦେବା ଲାଗି ପ୍ରସ୍ତୁତ ଅଛି। ଭାଜପା ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇ ନ ପାରିଲେ, […] The post ହରିୟାଣାରେ ରାଜନୈତିକ ସଙ୍କଟ: ଖଟ୍ଟାରଙ୍କୁ ଭେଟିଲେ ୪ ଜେଜେପି ବିଧାୟକ appeared first on Dharitri Odia News.
ଚଣ୍ଡିଗଡ଼,୯ା୫ ହରିୟାଣାର ସରକାରରୁ ୩ ସ୍ବାଧୀନ ବିଧାୟକ ସମର୍ଥନ ପ୍ରତ୍ୟାହାର କରିନେବା ପରେ ରାଜ୍ୟରେ ରାଜନୈତିକ ସଙ୍କଟ ଦେଖାଦେଇଛି। ଭାଜପା ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଜନନାୟକ ଜନତା ପାର୍ଟି (ଜେଜେପି) ଅଧ୍ୟକ୍ଷ ଦୁଷ୍ୟନ୍ତ ଚୌତାଲା ଦାବି କରିଛନ୍ତି। ଏଥିପାଇଁ ସେ ଗୁରୁବାର ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟଙ୍କୁ ପତ୍ର ଲେଖିଛନ୍ତି। ସରକାର ଗଠନ ପାଇଁ ଜେଜେପି ଯେକୌଣସି ଦଳକୁ ସମର୍ଥନ ଦେବା ଲାଗି ପ୍ରସ୍ତୁତ ଅଛି। ଭାଜପା ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇ ନ ପାରିଲେ, ହରିୟାଣାରେ ରାଷ୍ଟ୍ରପତି ଶାସନ ଜାରି ପାଇଁ ଚୌତାଲା ଦାବି କରିଛନ୍ତି।
ହରିୟାଣାର ନାୟବ ସିଂ ସାଇନି ସରକାରଙ୍କୁ ଭାଙ୍ଗିବା ପାଇଁ ଭାଜପାର ପୂର୍ବତନ ସହଯୋଗୀ ଜେଜେପି କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମେଣ୍ଟକୁ ସମର୍ଥନ କରିବାକୁ ପ୍ରସ୍ତୁତ ଅଛି। ଏନେଇ ଚୌତାଲା ବୁଧବାର ଘୋଷଣା କରିବା ସହ ନିଜ ଦଳର ବିଧାୟକମାନଙ୍କୁ ଚେତାବନୀ ଦେଇଥିଲେ। ଯଦି ଜେଜେପିର କୌଣସି ବିଧାୟକ ଗୈରିକ ଦଳକୁ ସମର୍ଥନ କରନ୍ତି, ତେବେ ତାଙ୍କ ବିଧାୟକ ପଦ ରଦ୍ଦ ହେବ ବୋଲି ଚୌତାଲା କହିଥିଲେ।
ସୂଚନାଯୋଗ୍ୟ, ୮୮ ସଦସ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭାରେ ୩ ସ୍ବାଧୀନ ବିଧାୟକଙ୍କ ସମର୍ଥନ ପ୍ରତ୍ୟାହାର ପରେ ଭାଜପା ନେତୃତ୍ୱାଧୀନ ମେଣ୍ଟର ବିଧାୟକ ସଂଖ୍ୟା ୪୩କୁ ହ୍ରାସ ପାଇଛି। ଗତ ମାର୍ଚ୍ଚରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟ୍ଟାର ଏବଂ ସ୍ବାଧୀନ ବିଧାୟକ ରଞ୍ଜି ସିଂ ଚୌତାଲା ଇସ୍ତଫା ଦେଇଥିଲେ। ଅନ୍ୟପକ୍ଷରେ ସରକାରଙ୍କ ପ୍ରତି କୌଣସି ବିପଦ ନାହଁି, ଏହା ପୂରା ସମୟ କ୍ଷମତାରେ ରହିବ ବୋଲି ମୁଖ୍ୟମନ୍ତ୍ରୀ ସାଇନି କହିଛନ୍ତି। ସରକାର ଭାଙ୍ଗିବା ପାଇଁ ଚୌତାଲା ଅଣ୍ଟା ଭିଡ଼ିଥିବା ବେଳେ ତାଙ୍କ ଦଳର ୪ ଜଣ ବିଧାୟକ ଗୁରୁବାର ଅପରାହ୍ନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଖଟ୍ଟାରଙ୍କୁ ଭେଟିଥିବା ଏକ ସୂତ୍ରରୁ ଜଣାପଡ଼ିଛି। ପାନିପଥରେ ମନ୍ତ୍ରୀ ମହିପାଲ ଧଣ୍ଡାଙ୍କ ବାସଭବନରେ ଏହି ବୈଠକ ବସିଥିଲା।
କଂଗ୍ରେସ ରାଜ୍ୟପାଳଙ୍କୁ ଭେଟିବା ଲାଗି ଶୁକ୍ରବାର ପର୍ଯ୍ୟନ୍ତ ସମୟ ମାଗିଥିବାବେଳେ ନୈତିକତା ଦୃଷ୍ଟିରୁ ସଂଖ୍ୟାଲଘୁ ସରକାର ଇସ୍ତଫା ଦେଇଦେବା ଉଚିତ ବୋଲଇ ଭୂପିନ୍ଦର ସିଂ ହୁଡ଼ା କହିଛନ୍ତି।
The post ହରିୟାଣାରେ ରାଜନୈତିକ ସଙ୍କଟ: ଖଟ୍ଟାରଙ୍କୁ ଭେଟିଲେ ୪ ଜେଜେପି ବିଧାୟକ appeared first on Dharitri Odia News.