ହଲିଉଡ୍‌ରେ ହାହାକାର: ଲସ୍‌ଏଞ୍ଜେଲ୍ସ ବନାଗ୍ନିର କାରଣ ଖୋଜୁଛନ୍ତି ତଦନ୍ତକାରୀ

ଲସ୍‌ଏଞ୍ଜେଲ୍ସ/ଓ୍ବାଶିଂଟନ୍‌,୧୧ା୧:ଆମେରିକା କାଲିଫର୍ନିଆସ୍ଥିତ ଲସ୍‌ଏଞ୍ଜେଲ୍ସ ବନାଗ୍ନି ଅନୂ୍ୟନ ୧୦ ଜଣଙ୍କ ଜୀବନ ନେବା ସହ ଅନେକ ଲକ୍ଷ ଲୋକଙ୍କ ଘରଦ୍ୱାରକୁ ଭସ୍ମୀଭୂତ କରିଦେଇଛି। ପାସିଫିକ୍‌ ପାଲିସାଡେସ୍‌ ଓ ପାସାଡେନା ଉପକୂଳ ଜଙ୍ଗଲରେ ମଙ୍ଗଳବାରଠାରୁ ଲାଗିଥିବା ନିଅଁା ଭୟଙ୍କର ରୂପ ଧାରଣ କରିଥିବାବେଳେ ଏହାକୁ ଆୟତ୍ତ କରିବାରେ ସରକାରୀ କଳ ବିଫଳ ହୋଇଛି। ଏଭଳି ସମୟରେ ତଦନ୍ତକାରୀମାନେ ବନାଗ୍ନିର ଉତ୍ପତ୍ତିସ୍ଥଳ ଓ ଏହାର କାରଣ ଖୋଜିବା ଆରମ୍ଭ କରିଦେଇଛନ୍ତି। ଲସ୍‌ଏଞ୍ଜେଲ୍ସରେ ହଲିଉଡ୍‌ର ଅନେକ ଅଭିନେତ୍ରୀ ଅଭିନେତାଙ୍କ ବିଳାସପୂର୍ଣ୍ଣ କୋଠା ରହିଥିଲା, […] The post ହଲିଉଡ୍‌ରେ ହାହାକାର: ଲସ୍‌ଏଞ୍ଜେଲ୍ସ ବନାଗ୍ନିର କାରଣ ଖୋଜୁଛନ୍ତି ତଦନ୍ତକାରୀ appeared first on Dharitri Odia News.

ହଲିଉଡ୍‌ରେ ହାହାକାର: ଲସ୍‌ଏଞ୍ଜେଲ୍ସ ବନାଗ୍ନିର କାରଣ ଖୋଜୁଛନ୍ତି ତଦନ୍ତକାରୀ

ଲସ୍‌ଏଞ୍ଜେଲ୍ସ/ଓ୍ବାଶିଂଟନ୍‌,୧୧ା୧:ଆମେରିକା କାଲିଫର୍ନିଆସ୍ଥିତ ଲସ୍‌ଏଞ୍ଜେଲ୍ସ ବନାଗ୍ନି ଅନୂ୍ୟନ ୧୦ ଜଣଙ୍କ ଜୀବନ ନେବା ସହ ଅନେକ ଲକ୍ଷ ଲୋକଙ୍କ ଘରଦ୍ୱାରକୁ ଭସ୍ମୀଭୂତ କରିଦେଇଛି। ପାସିଫିକ୍‌ ପାଲିସାଡେସ୍‌ ଓ ପାସାଡେନା ଉପକୂଳ ଜଙ୍ଗଲରେ ମଙ୍ଗଳବାରଠାରୁ ଲାଗିଥିବା ନିଅଁା ଭୟଙ୍କର ରୂପ ଧାରଣ କରିଥିବାବେଳେ ଏହାକୁ ଆୟତ୍ତ କରିବାରେ ସରକାରୀ କଳ ବିଫଳ ହୋଇଛି। ଏଭଳି ସମୟରେ ତଦନ୍ତକାରୀମାନେ ବନାଗ୍ନିର ଉତ୍ପତ୍ତିସ୍ଥଳ ଓ ଏହାର କାରଣ ଖୋଜିବା ଆରମ୍ଭ କରିଦେଇଛନ୍ତି।
ଲସ୍‌ଏଞ୍ଜେଲ୍ସରେ ହଲିଉଡ୍‌ର ଅନେକ ଅଭିନେତ୍ରୀ ଅଭିନେତାଙ୍କ ବିଳାସପୂର୍ଣ୍ଣ କୋଠା ରହିଥିଲା, ଯାହାକି ଜଙ୍ଗଲ ନିଅଁା ଯୋଗୁ ଜଳିପୋଡ଼ି ପାଉଁଶ ହୋଇଯାଇଛି। ବାସହରା ହୋଇ ଅନ୍ୟତ୍ର ପଳାୟନ କରିଥିବା ସେଲିବ୍ରିଟିଙ୍କ ମଧ୍ୟରେ ରହିଛନ୍ତି ଜାମିଏ ଲି କୁର୍ଟିସ୍‌, ବିଲ୍ଲି କ୍ରିଷ୍ଟାଲ। ଏମାନଙ୍କ ଘର ଘଞ୍ଚ ଜଙ୍ଗଲ ସଂଲଗ୍ନ ପିଏଡ୍ରା ମୋରାଡା ଡ୍ରାଇଭ୍‌ରେ ରହିଥିଲା। ଆମେରିକାରେ ଜଙ୍ଗଲ ନିଅଁା ପାଇଁ ମୁଖ୍ୟତଃ ବଜ୍ରପାତକୁ ଦାୟୀ କରାଯାଉଥିବାବେଳେ ତଦନ୍ତକାରୀମାନେ ସଦ୍ୟ ବନାଗ୍ନି ପଛରେ ଏହି କାରଣକୁ ଖଣ୍ଡନ କରିଥିବା ନ୍ୟାଶନାଲ ଫାୟାର ପ୍ରୋଟେକ୍ସନ ଆସୋସିଏଶନ୍‌ ପକ୍ଷରୁ କୁହାଯାଇଛି। ଲସ୍‌ଏଞ୍ଜେଲ୍ସ କାଉଣ୍ଟିରୁ ଆରମ୍ଭ ହୋଇ ଚାରିଆଡ଼େ ନିଅଁା ବ୍ୟାପିଥିଲା। କିନ୍ତୁ ପାଲିସାଡେସ୍‌ ଅଞ୍ଚଳରେ କୌଣସି ବଜ୍ରପାତ ହୋଇ ନ ଥିବା ଜଣାପଡ଼ିଛି। ଅନ୍ୟ ୨ଟି କାରଣକୁ ନେଇ ମଧ୍ୟ ଅନୁଧ୍ୟାନ ଚାଲିଛି। ଗୋଟିଏ ହେଲା ଉଦ୍ଦେଶ୍ୟମୂଳକ ଭାବେ ନିଅଁା ଲଗାଯିବା ଓ ଅନ୍ୟଟି ୟୁଟିଲିଟି ଲାଇନ୍ସରୁ ସୃଷ୍ଟି ହେବା। ୧୯୯୧ ଓକ୍‌ଲାଣ୍ଡ୍‌ ହିଲ୍ସ ଫାୟାର ସମେତ କାଲିଫର୍ନିଆ ନିଅଁା ସମ୍ପର୍କରେ ପୂର୍ବରୁ ତଦନ୍ତ କରିଆସିଥିବା ଫ୍ଲୋରିଡାର ସାଇଣ୍ଟିଫିକ୍‌ ଫାୟାର ଆନାଲିସିସ୍‌ ମାଲିକ ଜନ୍‌ ଲେଣ୍ଟିନି କହିଛନ୍ତି, ନିଅଁା ଯେତିକି ଅଞ୍ଚଳକୁ ବ୍ୟାପିଛି, ତାକୁ ଅନୁଧ୍ୟାନ କଲେ ଏହାର ପ୍ରକୃତ କାରଣ ନେଇ କିଛି ଜଣାପଡ଼ୁନାହିଁ। ପ୍ରଥମେ ଏହା କେଉଁ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଲାଗିଥିଲା, ତା’ ଉପରେ ଫୋକସ୍‌ କରାଯିବ। ତା’ ପରେ ବନାଗ୍ନିର ଉତ୍ସ ଜଣାପଡ଼ିପାରେ। ତେବେ କିଏ ନିଅଁା ଲଗାଇଦେଇଥିଲା କି ୟୁଟିଲିଟି ଲାଇନ୍ସ ବିଭ୍ରାଟରୁ ଏହା ବ୍ୟାପିଥିଲା ସେନେଇ ସରକାରୀ ଭାବେ କିଛି ସ୍ପଷ୍ଟ କରାଯାଇ ନାହିଁ।
ବିଦ୍ୟୁତ୍‌ ଦୁର୍ଘଟଣା ଯୋଗୁ ଜଙ୍ଗଲରେ ନିଅଁା ଲାଗିଥିବା ଜାଣିବା ପରେ ୟୁଟିଲିଟି ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକ କାଲିଫର୍ନିଆ ପବ୍ଲିକ୍‌ ୟୁଟିଲିଟିଜ୍‌ କମିଶନ (ୟୁପିୟୁସି)କୁ ପ୍ରଥମେ ଅବଗତ କରାଇବା ନିୟମ ରହିଛି। ଏହା ପରେ କେଉଁଠି ଆଇନର ଉଲ୍ଲଂଘନ ହୋଇଛି ସେନେଇ କର୍ମଚାରୀମାନେ ତଦନ୍ତ କରିଥାଆନ୍ତି ବୋଲି କମିଶନ କମ୍ୟୁନିକୋଶନ୍‌ ନିର୍ଦ୍ଦେଶକ ଟେରିଏ ପ୍ରୋସ୍ପର ଇ-ମେଲ୍‌ ମାଧ୍ୟମରେ ସୂଚନା ଦେଇଛନ୍ତି।
କାଲିଫର୍ନିଆ ଇତିହାସରେ ଅନ୍ୟତମ ବୃହତ୍‌ ବନାଗ୍ନି କୁହାଯାଉଥିବା ୨୦୧୭ର ଥୋମାସ୍‌
ଫାୟାର ସାଉଥ୍‌ କାଲିଫର୍ନିଆ ଏଡିସନ୍‌ ପାଓ୍ବାର ଲାଇନ୍ସରୁ ସୃଷ୍ଟି ହୋଇଥିଲା। ସେତେବେଳେ ଦ୍ରୁତଗତିରେ ପବନ ବହି ପାଓ୍ବାର ଲାଇନ୍ସ ସଂସ୍ପର୍ଶରେ ଆସିବାରୁ ଜଙ୍ଗଲ ନିଅଁା ବ୍ୟାପିଥିଲା। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଭେଞ୍ଚୁରା କାଉଣ୍ଟି ବନ ବିଭାଗ ଏହି ବିଷୟ ଜାଣିପାରିଥିଲା।

The post ହଲିଉଡ୍‌ରେ ହାହାକାର: ଲସ୍‌ଏଞ୍ଜେଲ୍ସ ବନାଗ୍ନିର କାରଣ ଖୋଜୁଛନ୍ତି ତଦନ୍ତକାରୀ appeared first on Dharitri Odia News.