ହଷ୍ଟେଲରେ ଛାତ୍ରୀଙ୍କୁ ବଳାତ୍କାର: ଅନ୍ତେବାସୀ, ଅଭିଭାବକଙ୍କୁ ଜେରା କଲା ପୋଲିସ

ନନ୍ଦପୁର/ଲମତାପୁଟ,୪ା୫(ତୁଷାର କାନ୍ତ ମହାନ୍ତି/ଭକ୍ତରାମ ବାଙ୍କିଆ)- ନନ୍ଦପୁର ପୋଲିସ ଉପଖଣ୍ଡ ଅଧୀନ ଲମତାପୁଟ ବ୍ଲକରେ ହଷ୍ଟେଲରେ ଛାତ୍ରୀଙ୍କୁ ବଳାତ୍କାର ଘଟଣାରେ ରବିବାର ମାଛକୁଣ୍ଡ ପୋଲିସ ଅନ୍ତେବାସୀ ଓ ତାଙ୍କ ଅଭିଭାବକଙ୍କୁ ଜେରା କରିଛି। ଘଟଣାକୁ ନେଇ ବ୍ଲକ୍‌ରେ ରାଜନୀତି ସରଗରମ ଥିବା ବେଳେ ୫ ଦିନ ବିତିଥିଲେ ସୁଦ୍ଧା ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ଠାବ କରିପାରି ନାହିଁ। ଜିଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ପୂଜାରୀ ଓ ନନ୍ଦପୁର ଏସ୍‌ଡିପିଓ ଦେବେନ୍ଦ୍ର ମଲ୍ଲିକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ […] The post ହଷ୍ଟେଲରେ ଛାତ୍ରୀଙ୍କୁ ବଳାତ୍କାର: ଅନ୍ତେବାସୀ, ଅଭିଭାବକଙ୍କୁ ଜେରା କଲା ପୋଲିସ appeared first on Dharitri Odia News.

ହଷ୍ଟେଲରେ ଛାତ୍ରୀଙ୍କୁ ବଳାତ୍କାର: ଅନ୍ତେବାସୀ, ଅଭିଭାବକଙ୍କୁ ଜେରା କଲା ପୋଲିସ

ନନ୍ଦପୁର/ଲମତାପୁଟ,୪ା୫(ତୁଷାର କାନ୍ତ ମହାନ୍ତି/ଭକ୍ତରାମ ବାଙ୍କିଆ)- ନନ୍ଦପୁର ପୋଲିସ ଉପଖଣ୍ଡ ଅଧୀନ ଲମତାପୁଟ ବ୍ଲକରେ ହଷ୍ଟେଲରେ ଛାତ୍ରୀଙ୍କୁ ବଳାତ୍କାର ଘଟଣାରେ ରବିବାର ମାଛକୁଣ୍ଡ ପୋଲିସ ଅନ୍ତେବାସୀ ଓ ତାଙ୍କ ଅଭିଭାବକଙ୍କୁ ଜେରା କରିଛି।

ଘଟଣାକୁ ନେଇ ବ୍ଲକ୍‌ରେ ରାଜନୀତି ସରଗରମ ଥିବା ବେଳେ ୫ ଦିନ ବିତିଥିଲେ ସୁଦ୍ଧା ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ଠାବ କରିପାରି ନାହିଁ। ଜିଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ପୂଜାରୀ ଓ ନନ୍ଦପୁର ଏସ୍‌ଡିପିଓ ଦେବେନ୍ଦ୍ର ମଲ୍ଲିକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ କେତେକ ସ୍ଥାନୀୟ ଯୁବକ ଓ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଥାନାକୁ ଡାକି ପଚରାଉଚରା କରାଯାଇଥିଲା।

ହଷ୍ଟେଲ ଅନ୍ତେବାସୀ ଓ ଛାତ୍ରୀଙ୍କ ଅଭିଭାବକଙ୍କୁ ୱାନ ଟୁ ୱାନ ଜେରା କରିଛି। ଶନିବାର ବିଜେଡି ଓ କଂଗ୍ରେସ ପକ୍ଷରୁ ଖବରଦାତା ସମ୍ମିଳନୀ କରି ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ସହ ୨୪ ଘଣ୍ଟାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ରାଜରାସ୍ତାରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ। ଯେକୌଣସି ସ୍ଥିତିକୁ ଆୟତ କରିବା ପାଇଁ ଏକାଧିକ ପ୍ଲାଟୁନ ପୋଲିସ ହଷ୍ଟେଲ ପରିସର, ମାଛକୁଣ୍ଡ ଥାନା ସହ ଲମତାପୁଟ ବ୍ଲକ୍‌ ସଦର ମହକୁମା ଅଞ୍ଚଳରେ ମୂତୟନ କରାଯାଇଛି। ପୋଲିସ ପକ୍ଷରୁ ଘଟଣା ଓ ତଦନ୍ତ ପ୍ରକ୍ରିୟା ସମ୍ପର୍କରେ ଗଣମାଧ୍ୟମକୁ କୌଣସି ଖବର ଦିଆଯାଉନାହିଁ। ଶୀଘ୍ର ଘଟଣାର ସତ୍ୟାସତ୍ୟ ବାହାର କରି ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

The post ହଷ୍ଟେଲରେ ଛାତ୍ରୀଙ୍କୁ ବଳାତ୍କାର: ଅନ୍ତେବାସୀ, ଅଭିଭାବକଙ୍କୁ ଜେରା କଲା ପୋଲିସ appeared first on Dharitri Odia News.