ହଷ୍ଟେଲରେ ଦଶମ ଶ୍ରେଣୀ ଛାତ୍ରୀ ମାଆ ହେବା ଘଟଣାରେ ଯୁବକ ଗିରଫ

ଚିତ୍ରକୋଣ୍ଡା: ହଷ୍ଟେଲରେ ଦଶମ ଶ୍ରେଣୀ ଛାତ୍ରୀ ମାଆ ହେବା ଘଟଣାରେ ଚିତ୍ରକୋଣ୍ଡା ଥାନା ଦିଶାରୀଗୁଡା ଗ୍ରାମର ୨୨ବର୍ଷୀୟ ଯୁବକ ସୁଶାନ୍ତ ଖିଲକୁ ଗିରଫ କରାଯାଇଛି। ତାକୁ ଅଧିକ ପଚରାଉଚରା କରାଯାଉଛି। ତେବେ ପୂର୍ବରୁ ଏହି ଘଟଣାରେ ପ୍ରଧାନ ଶିକ୍ଷକ ଅଜିତ କୁମାର ମାଡକାମୀଙ୍କୁ ରାଜ୍ୟ ସରକାର ନିଲମ୍ୱନ କରିଛନ୍ତି। ତାଙ୍କ ନିଲମ୍ବନ ନେଇ ଜିଲ୍ଲା ପ୍ରଶାସନର ସୁପାରିସ କରିଥିଲେ। ପୂର୍ବରୁ ମାଟ୍ରନ ସୁଚିତ୍ରା ଚର୍ଚ୍ଚି ଏଏନ୍‌ଏମ୍‌ କବିତା କୁମାରୀ ପାତ୍ର ବିଦା ହୋଇସାରିଛନ୍ତି। ସୂଚନା ଅନୁଯାୟୀ, ୧୦ମ […] The post ହଷ୍ଟେଲରେ ଦଶମ ଶ୍ରେଣୀ ଛାତ୍ରୀ ମାଆ ହେବା ଘଟଣାରେ ଯୁବକ ଗିରଫ appeared first on Odisha.News.

ହଷ୍ଟେଲରେ ଦଶମ ଶ୍ରେଣୀ ଛାତ୍ରୀ ମାଆ ହେବା ଘଟଣାରେ ଯୁବକ ଗିରଫ

ଚିତ୍ରକୋଣ୍ଡା: ହଷ୍ଟେଲରେ ଦଶମ ଶ୍ରେଣୀ ଛାତ୍ରୀ ମାଆ ହେବା ଘଟଣାରେ ଚିତ୍ରକୋଣ୍ଡା ଥାନା ଦିଶାରୀଗୁଡା ଗ୍ରାମର ୨୨ବର୍ଷୀୟ ଯୁବକ ସୁଶାନ୍ତ ଖିଲକୁ ଗିରଫ କରାଯାଇଛି। ତାକୁ ଅଧିକ ପଚରାଉଚରା କରାଯାଉଛି। ତେବେ ପୂର୍ବରୁ ଏହି ଘଟଣାରେ ପ୍ରଧାନ ଶିକ୍ଷକ ଅଜିତ କୁମାର ମାଡକାମୀଙ୍କୁ ରାଜ୍ୟ ସରକାର ନିଲମ୍ୱନ କରିଛନ୍ତି। ତାଙ୍କ ନିଲମ୍ବନ ନେଇ ଜିଲ୍ଲା ପ୍ରଶାସନର ସୁପାରିସ କରିଥିଲେ। ପୂର୍ବରୁ ମାଟ୍ରନ ସୁଚିତ୍ରା ଚର୍ଚ୍ଚି ଏଏନ୍‌ଏମ୍‌ କବିତା କୁମାରୀ ପାତ୍ର ବିଦା ହୋଇସାରିଛନ୍ତି। ସୂଚନା ଅନୁଯାୟୀ, ୧୦ମ ଶ୍ରେଣୀର ଜଣେ ଛାତ୍ରୀ ଗର୍ଭବତୀ ଥିବା ବେଳେ ପରୀକ୍ଷା ଦେଇ ସ୍କୁଲ ହଷ୍ଟେଲକୁ ଫେରିଥିଲେ। ଯାହା ପରେ ସେ ପିଲା ଜନ୍ମ କରିଛନ୍ତି । ଚିତ୍ରକୋଣ୍ଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଅପରପକ୍ଷରେ ସ୍କୁଲ ଚାରି କାନ୍ଥ ଭିତରେ ଏତେବଡ଼ ଘଟଣା କେମିତି ଘଟିଲା ତାହାକୁ ନେଇ ଏବେ ଚିନ୍ତାରେ ବାପା ମା।

The post ହଷ୍ଟେଲରେ ଦଶମ ଶ୍ରେଣୀ ଛାତ୍ରୀ ମାଆ ହେବା ଘଟଣାରେ ଯୁବକ ଗିରଫ appeared first on Odisha.News.