ହସପିଟାଲ ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର; ହାତରେ ଲାଗିଛି ଛୁଞ୍ଚି
ଯୁବକଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ, ହାତରେ ଛୁଞ୍ଚି ଲାଗିଥିବାରୁ ରୋଗୀ ହୋଇଥିବା ସନ୍ଦେହ କରାଯାଉଛି।
ହସପିଟାଲ ପରିସରରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲର ସିଟି ସ୍କାନ ୱାର୍ଡ ପଛପଟେ ଥିବା ଏକ ଦେବଦାରୁ ଗଛରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ଯୁବକଙ୍କ ପରିଚୟ ମିଳିନାହିଁ। ଯୁବକଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ, ହାତରେ ଛୁଞ୍ଚି ଲାଗିଥିବାରୁ ରୋଗୀ ହୋଇଥିବା ସନ୍ଦେହ କରାଯାଉଛି।
ଯୁବକଙ୍କ ଜଣଙ୍କ ଆତ୍ମହତ୍ୟା କରିଛନ୍ତି, ଅନ୍ୟ କିଛି କାରଣ ଅଛି ତାହା ଜଣାପଡ଼ି ନାହିଁ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।