ହସେଇଲେ ବିଧାୟକ ତାରାପ୍ରସାଦ ବାହିନୀପତି

କୋକସରା,୧୧ା୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ୍‌ସ୍ତରୀୟ କଳାହାଣ୍ଡି ଉତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ବ୍ଲକ୍‌ ଅଧ୍ୟକ୍ଷା ରୀତା ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବର ଶେଷ ସାରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗଦେଇ ମନ ମତାଣିଆ ଅଭିଭାଷଣରେ ଉପସ୍ଥିତ ଦର୍ଶକଙ୍କୁ ହସର ଖୋରାକ ଯୋଗାଇଥିଲେ। ଏହା କୌଣସି ବ୍ଲକ୍‌ସ୍ତରୀୟ ନୁହେଁ, ବରଂ ଜିଲାସ୍ତରୀୟ ଉତ୍ସବରୁ କମ୍‌ ନୁହେଁ ବୋଲି କହି ବ୍ଲକ୍‌ ପ୍ରଶାସନ ଓ ଆୟୋଜକ କମିଟିକୁ ପ୍ରଶଂସା କରିଥିଲେ। […] The post ହସେଇଲେ ବିଧାୟକ ତାରାପ୍ରସାଦ ବାହିନୀପତି appeared first on Dharitri Odia News.

ହସେଇଲେ ବିଧାୟକ ତାରାପ୍ରସାଦ ବାହିନୀପତି

କୋକସରା,୧୧ା୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ୍‌ସ୍ତରୀୟ କଳାହାଣ୍ଡି ଉତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ବ୍ଲକ୍‌ ଅଧ୍ୟକ୍ଷା ରୀତା ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବର ଶେଷ ସାରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗଦେଇ ମନ ମତାଣିଆ ଅଭିଭାଷଣରେ ଉପସ୍ଥିତ ଦର୍ଶକଙ୍କୁ ହସର ଖୋରାକ ଯୋଗାଇଥିଲେ। ଏହା କୌଣସି ବ୍ଲକ୍‌ସ୍ତରୀୟ ନୁହେଁ, ବରଂ ଜିଲାସ୍ତରୀୟ ଉତ୍ସବରୁ କମ୍‌ ନୁହେଁ ବୋଲି କହି ବ୍ଲକ୍‌ ପ୍ରଶାସନ ଓ ଆୟୋଜକ କମିଟିକୁ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, କୋକସରା ବିଡିଓ ଡ. ହିମାଞ୍ଚଳ ମାଝୀ ଉପସ୍ଥିତ ଥିଲେ। ଏହି ଅବସରରେ କୋକସରା ନାଗରିକ ସମାଜ ପକ୍ଷରୁ ବିଡିଓ ମାଝୀ, ବ୍ଲକ୍‌ ଅଧ୍ୟକ୍ଷା ରୀତା ଅଗ୍ରୱାଲ ଓ ବ୍ଲକ୍‌ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଏହାସହ ମଞ୍ଚରେ କାର୍ଯ୍ୟ କରିଥିବା ଉପେନ୍ଦ୍ର ନାଏକ ଗ୍ରୁପ୍‌, ଟେଣ୍ଟ ହାଉସର ଫାଲ୍‌ଗୁନୀ ରାଉତ, ଖାଦ୍ୟ ପରିଚାଳନାରେ ସହଯୋଗ ପାଇଁ ବିଶ୍ୱନାଥ ପଟ୍ଟନାୟକ ଗ୍ରୁପ୍‌କୁ ଉତ୍ସବ କମିଟି ପକ୍ଷରୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ଲୋକପ୍ରିୟ ଗାୟିକା ଅର୍ଚ୍ଚନା ପାଢ଼ୀଙ୍କ ବଂଶୀବାଲେ ଗୀତ ଓ ଅମର ଦାସଙ୍କ ‘କାଣା ହିଁ ଗଲା ସଜନୀ କେ’ ଗୀତରେ ଦର୍ଶକ ଝୁମି ଉଠିଥିଲେ। କାର୍ଯ୍ୟକ୍ରମରେ ବ୍ଲକ୍‌ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲଙ୍କ ସମେତ ବ୍ଲକ ବିଏସ୍‌ଏସ୍‌ଓ ଦୀପକ କୁମାର ବେହେରା, ଭାରପ୍ରାପ୍ତ ଜିପିଡିଓ ବିରଞ୍ଚି ଖରସେଲ ପ୍ରମୁଖ ସହଯୋଗ କରିଥିଲେ।

The post ହସେଇଲେ ବିଧାୟକ ତାରାପ୍ରସାଦ ବାହିନୀପତି appeared first on Dharitri Odia News.