ହସ୍ ମନି କେସ୍ ମାମଲାରେ ବଢିଲା ଡୋନାଲ୍ଡ ଟ୍ରମ୍ପଙ୍କ ଅଡୁଆ, ଶପଥ ପୂର୍ବରୁ ହେବେ କୋର୍ଟରେ ହାଜର

ନୂଆଦିଲ୍ଲୀ ୦୪/୦୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଡୁଆ ବଢିବାକୁ ଯାଉଛି । ୭୮ ବର୍ଷୀୟ ଟ୍ରମ୍ପ ଶପଥ ପୂର୍ବରୁ ଏକ ବଡ଼ ସଙ୍କଟର ସମ୍ମୁଖୀନ ହେବାକୁ ଯାଉଛନ୍ତି । ହସ୍ ମନି କେସ୍ ମାମଲାର ଶୁଣାଣି ପାଇଁ ଟ୍ରମ୍ପଙ୍କୁ କୋର୍ଟରେ ହାଜର ହେବାକୁ ପଡ଼ିପାରେ । ଜାନୁଆରୀ ୧୦ରେ କୋର୍ଟ ଏହି ଦଣ୍ଡ ଘୋଷଣା କରିବେ । ଏହି ସମୟ ମଧ୍ୟରେ ଟ୍ରମ୍ପଙ୍କୁ ନିଜେ କୋର୍ଟରେ ହାଜର ହେବାକୁ ପଡ଼ିବ। ତେବେ ଜେଲ ନ ଯିବାକୁ ବିଚାରପତି ସୂଚିତ କରିଛନ୍ତି। ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବାର ଦୁଇ ସପ୍ତାହ ତଳେ ଏହି କୋର୍ଟର ନିର୍ଦ୍ଦେଶ ଆସିଛି। ଜାନୁଆରୀ ୨୦ରେ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ । ଏହାପୂର୍ବରୁ ଟ୍ରମ୍ପ ପର୍ଣ୍ଣ ଷ୍ଟାରଙ୍କୁ ଟଙ୍କା ଦେବା ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ଏହାକୁ ଏକ ରାଜନୈତିକ ଷଡଯନ୍ତ୍ର ବୋଲି କହିଥିଲେ । ନ୍ୟୁୟର୍କର ଜଜ୍ ଜୁଆନ୍ ମାର୍ଚେନ୍ ସୂଚାଇ ଦେଇଛନ୍ତି ଯେ ସେ ଟ୍ରମ୍ପଙ୍କୁ ଜେଲ ଦଣ୍ଡ କିମ୍ବା ଜୋରିମାନା ଦେବେ ନାହିଁ । ବରଂ ତାଙ୍କୁ 'ସର୍ତ୍ତମୂଳକ ମୁକ୍ତି' ଦେବେ। ସେ ତାଙ୍କ ଆଦେଶରେ ଲେଖିଛନ୍ତି ଯେ ନବ ନିର୍ବାଚିତ ରାଷ୍ଟ୍ରପତି ବ୍ୟକ୍ତିଗତ ଭାବରେ କିମ୍ବା ଶୁଣାଣି ପାଇଁ ହାଜର ହୋଇପାରିବେ ।ଜଷ୍ଟିସ୍ ଜୁଆନ୍ ମାର୍ଚାନଙ୍କ ନିଷ୍ପତ୍ତି ମୁତାବକ ଟ୍ରମ୍ପଙ୍କୁ ଜାନୁଆରୀ ୨୦ରେ ଶପଥ ନେବାର ଠିକ୍ ୧୦ ଦିନ ପୂର୍ବରୁ କୋର୍ଟରେ ହାଜର ହେବାକୁ ପଡିବ, ଯାହା ଆମ

ହସ୍ ମନି କେସ୍ ମାମଲାରେ ବଢିଲା ଡୋନାଲ୍ଡ ଟ୍ରମ୍ପଙ୍କ ଅଡୁଆ, ଶପଥ ପୂର୍ବରୁ ହେବେ କୋର୍ଟରେ ହାଜର

ନୂଆଦିଲ୍ଲୀ ୦୪/୦୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଡୁଆ ବଢିବାକୁ ଯାଉଛି । ୭୮ ବର୍ଷୀୟ ଟ୍ରମ୍ପ ଶପଥ ପୂର୍ବରୁ ଏକ ବଡ଼ ସଙ୍କଟର ସମ୍ମୁଖୀନ ହେବାକୁ ଯାଉଛନ୍ତି । ହସ୍ ମନି କେସ୍ ମାମଲାର ଶୁଣାଣି ପାଇଁ ଟ୍ରମ୍ପଙ୍କୁ କୋର୍ଟରେ ହାଜର ହେବାକୁ ପଡ଼ିପାରେ । ଜାନୁଆରୀ ୧୦ରେ କୋର୍ଟ ଏହି ଦଣ୍ଡ ଘୋଷଣା କରିବେ । ଏହି ସମୟ ମଧ୍ୟରେ ଟ୍ରମ୍ପଙ୍କୁ ନିଜେ କୋର୍ଟରେ ହାଜର ହେବାକୁ ପଡ଼ିବ। ତେବେ ଜେଲ ନ ଯିବାକୁ ବିଚାରପତି ସୂଚିତ କରିଛନ୍ତି। 

ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବାର ଦୁଇ ସପ୍ତାହ ତଳେ ଏହି କୋର୍ଟର ନିର୍ଦ୍ଦେଶ ଆସିଛି। ଜାନୁଆରୀ ୨୦ରେ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ । ଏହାପୂର୍ବରୁ ଟ୍ରମ୍ପ ପର୍ଣ୍ଣ ଷ୍ଟାରଙ୍କୁ ଟଙ୍କା ଦେବା ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ଏହାକୁ ଏକ ରାଜନୈତିକ ଷଡଯନ୍ତ୍ର ବୋଲି କହିଥିଲେ । ନ୍ୟୁୟର୍କର ଜଜ୍ ଜୁଆନ୍ ମାର୍ଚେନ୍ ସୂଚାଇ ଦେଇଛନ୍ତି ଯେ ସେ ଟ୍ରମ୍ପଙ୍କୁ ଜେଲ ଦଣ୍ଡ କିମ୍ବା ଜୋରିମାନା ଦେବେ ନାହିଁ । ବରଂ ତାଙ୍କୁ 'ସର୍ତ୍ତମୂଳକ ମୁକ୍ତି' ଦେବେ। ସେ ତାଙ୍କ ଆଦେଶରେ ଲେଖିଛନ୍ତି ଯେ ନବ ନିର୍ବାଚିତ ରାଷ୍ଟ୍ରପତି ବ୍ୟକ୍ତିଗତ ଭାବରେ କିମ୍ବା ଶୁଣାଣି ପାଇଁ ହାଜର ହୋଇପାରିବେ ।

ଜଷ୍ଟିସ୍ ଜୁଆନ୍ ମାର୍ଚାନଙ୍କ ନିଷ୍ପତ୍ତି ମୁତାବକ ଟ୍ରମ୍ପଙ୍କୁ ଜାନୁଆରୀ ୨୦ରେ ଶପଥ ନେବାର ଠିକ୍ ୧୦ ଦିନ ପୂର୍ବରୁ କୋର୍ଟରେ ହାଜର ହେବାକୁ ପଡିବ, ଯାହା ଆମେରିକାର ଇତିହାସରେ ଏକ ଅଦ୍ଭୁତପୂର୍ବ ଘଟଣା । ଟ୍ରମ୍ପଙ୍କ ପୂର୍ବରୁ ଆମେରିକାର କୌଣସି ପୂର୍ବତନ କିମ୍ବା ବର୍ତ୍ତମାନର ରାଷ୍ଟ୍ରପତି ଏପରି ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇ ନାହାଁନ୍ତି ।