ହସ୍ପିଟାଲରେ ଉତ୍ତମ, ମନ୍ଦିରରେ ପ୍ରଶଂସକଙ୍କ ପ୍ରାର୍ଥନା

କନକ ବ୍ୟୁରୋ: ସୁପରଷ୍ଟାର ଉତ୍ତମ ମହାନ୍ତି ଅସୁସ୍ଥ ହୋଇ ଦିଲ୍ଲୀରେ ଚିକିତ୍ସିତ ହେଉଛନ୍ତି । ଲୋକଙ୍କ ପ୍ରିୟ ଅଭିନେତା ସୁସ୍ଥ ହୋଇ ଶୀଘ୍ର ଫେରିଆସନ୍ତୁ ବୋଲି ପ୍ରାର୍ଥନା କରୁଛନ୍ତି ଓଡିଶାବାସୀ। ଓଲିଉଡ ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ଶ୍ରୀତମ ଦାସ ଆଦି ଅଭିନେତା ଉତ୍ତମ ମହାନ୍ତିଙ୍କ ଆରୋଗ୍ୟ କାମନା କରି ପ୍ରାର୍ଥନା କରିଛନ୍ତି । ଓଡ଼ିଆ ଚଳଚ୍ଚିତ୍ର ଜଗତର ଭେଟରାନ୍ ଅଭିନେତା ଉତ୍ତମ ମହାନ୍ତିଙ୍କ ପ୍ରତି ଥିବା ଓଡ଼ିଶାବାସୀଙ୍କ ଭଲ ପାଇବା । ହାତରେ ଦୀପ ଧରି ଉତ୍ତମଙ୍କ ଜୀବନ ସଳିତାର ସୁରକ୍ଷା କାମନା କରୁଛନ୍ତି ପ୍ରଶଂସକ । କେନ୍ଦ୍ରାପଡ଼ା ବାଘଡ଼ିଆ ଗାଁର ମାଆ ଗୋଜବାୟାଣୀଙ୍କ ପୀଠରେ ହୋଇଛି ସମୁହ ଦୀପଦାନ । ଉତ୍ତମଙ୍କ ଫଟୋ ଧରି ଆଶୁ ଆରୋଗ୍ୟ ପାଇଁ କାମନା କରିଛନ୍ତି ପ୍ରଶଂସକ। ନିଜ ଅଭିନେତା କିଭଳି ଶୀଘ୍ର ସୁସ୍ଥ ହେବେ, ସେନେଇ କ୍ୟାମ୍ପେନ ଆରମ୍ଭ କରିଛନ୍ତି ସିନେପ୍ରେମୀ।  ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ଓଡ଼ିଆ ଚଳଚ୍ଚିତ୍ର ଜଗତ । ଓଲିଉଡର ମୁରବି କିଭଳି ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ ସେନେଇ ପ୍ରାର୍ଥନା କରୁଛନ୍ତି ପ୍ରତିଟି କଳାକାର । ସେପଟେ ଓଡ଼ିଶା ବାହାରେ ଥିବା ଉତ୍ତମଙ୍କ ପ୍ରଂଶସକ ମଧ୍ୟ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ୧୯୭୭ ମସିହାରେ ପ୍ରଥମ ସିନେମା 'ଅଭିମାନ'ରୁ କ୍ୟାରିଅର ଆରମ୍ଭ କରିଥିଲେ ଉତ୍ତମ ମହାନ୍ତି। ୧୩୫ଟି ଓଡ଼ିଆ ଚଳଚ୍ଚିତ୍ର, ୩୦ଟି ବଙ୍ଗଳା ଓ ଗୋଟିଏ ହ

ହସ୍ପିଟାଲରେ ଉତ୍ତମ, ମନ୍ଦିରରେ ପ୍ରଶଂସକଙ୍କ ପ୍ରାର୍ଥନା

କନକ ବ୍ୟୁରୋ: ସୁପରଷ୍ଟାର ଉତ୍ତମ ମହାନ୍ତି ଅସୁସ୍ଥ ହୋଇ ଦିଲ୍ଲୀରେ ଚିକିତ୍ସିତ ହେଉଛନ୍ତି । ଲୋକଙ୍କ ପ୍ରିୟ ଅଭିନେତା ସୁସ୍ଥ ହୋଇ ଶୀଘ୍ର ଫେରିଆସନ୍ତୁ ବୋଲି ପ୍ରାର୍ଥନା କରୁଛନ୍ତି ଓଡିଶାବାସୀ। ଓଲିଉଡ ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ଶ୍ରୀତମ ଦାସ ଆଦି ଅଭିନେତା ଉତ୍ତମ ମହାନ୍ତିଙ୍କ ଆରୋଗ୍ୟ କାମନା କରି ପ୍ରାର୍ଥନା କରିଛନ୍ତି ।

ଓଡ଼ିଆ ଚଳଚ୍ଚିତ୍ର ଜଗତର ଭେଟରାନ୍ ଅଭିନେତା ଉତ୍ତମ ମହାନ୍ତିଙ୍କ ପ୍ରତି ଥିବା ଓଡ଼ିଶାବାସୀଙ୍କ ଭଲ ପାଇବା । ହାତରେ ଦୀପ ଧରି ଉତ୍ତମଙ୍କ ଜୀବନ ସଳିତାର ସୁରକ୍ଷା କାମନା କରୁଛନ୍ତି ପ୍ରଶଂସକ । କେନ୍ଦ୍ରାପଡ଼ା ବାଘଡ଼ିଆ ଗାଁର ମାଆ ଗୋଜବାୟାଣୀଙ୍କ ପୀଠରେ ହୋଇଛି ସମୁହ ଦୀପଦାନ । ଉତ୍ତମଙ୍କ ଫଟୋ ଧରି ଆଶୁ ଆରୋଗ୍ୟ ପାଇଁ କାମନା କରିଛନ୍ତି ପ୍ରଶଂସକ। ନିଜ ଅଭିନେତା କିଭଳି ଶୀଘ୍ର ସୁସ୍ଥ ହେବେ, ସେନେଇ କ୍ୟାମ୍ପେନ ଆରମ୍ଭ କରିଛନ୍ତି ସିନେପ୍ରେମୀ। 

ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ଓଡ଼ିଆ ଚଳଚ୍ଚିତ୍ର ଜଗତ । ଓଲିଉଡର ମୁରବି କିଭଳି ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ ସେନେଇ ପ୍ରାର୍ଥନା କରୁଛନ୍ତି ପ୍ରତିଟି କଳାକାର । ସେପଟେ ଓଡ଼ିଶା ବାହାରେ ଥିବା ଉତ୍ତମଙ୍କ ପ୍ରଂଶସକ ମଧ୍ୟ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

୧୯୭୭ ମସିହାରେ ପ୍ରଥମ ସିନେମା 'ଅଭିମାନ'ରୁ କ୍ୟାରିଅର ଆରମ୍ଭ କରିଥିଲେ ଉତ୍ତମ ମହାନ୍ତି। ୧୩୫ଟି ଓଡ଼ିଆ ଚଳଚ୍ଚିତ୍ର, ୩୦ଟି ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିଛନ୍ତି । ଶ୍ରେଷ୍ଠ ଅଭିନେତା ଭାବେ ୩ ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ହାତେଇଛନ୍ତି । ୭୦, ୮୦ ଦଶକରେ ଓଲିଉଡ୍‌ରେ ଚାଲୁଥିଲା ତାଙ୍କ ରାଜ। ଉତ୍ତମଙ୍କ ଅଭିନୟ ଦେଖିବାକୁ ପାଗଳ ହେଉଥିଲେ ସିନେପ୍ରେମୀ। ଏବେ ଲିଭର ସିରୋସିସରେ ଆକ୍ରାନ୍ତ ହୋଇ ଗୁରୁତର ହେବା ପରେ ଦିଲ୍ଲୀ ମେଦାନ୍ତ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଛି । ତେଣୁ ତାଙ୍କ ଆଶୁ ଆରୋଗ୍ୟ ପାଇଁ ମନ୍ଦିରରେ ପ୍ରାର୍ଥନା କରୁଛନ୍ତି ସିନେପ୍ରେମୀ ।