ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ୨୦ ମୃତ, ଜୀବନ ବଞ୍ଚାଇବାକୁ ଡେଇଁ ପଡିଲେ ଲୋକେ
ବେଜିଂ,୯।୪: ଉତ୍ତର ଚାଇନାର ହେବେଇ ପ୍ରଦେଶରୁ ଏକ ଦୁଃଖଦ ଦୁର୍ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଏକ ନର୍ସିଂ ହୋମରେ ଅଗ୍ନିକାଣ୍ଡ ଘଟି ୨୦ ଜଣଙ୍କର ମୃତ୍ୟୁ ହୋଇଛି। ମଙ୍ଗଳବାର ରାତି ପ୍ରାୟ ୯ଟାରେ ଚେଙ୍ଗଡେ ସହରର ଲୋଙ୍ଗହୁଆ କାଉଣ୍ଟିରେ ଅଗ୍ନିକାଣ୍ଡ ଘଟିଥିଲା। ବହୁ କଷ୍ଟ ପରେ ନିଆଁ ଲିଭାଯାଇ ପାରିଲା। ବୁଧବାର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ସରକାରୀ ସମାଚାର ଏଜେନ୍ସି ସିହ୍ନୁଆ ସ୍ଥାନୀୟ ଅଧିକାରୀଙ୍କ ଉଦ୍ଧୃତି ଦେଇ କହିଛି ଯେ ବୁଧବାର ସକାଳ ସୁଦ୍ଧା ମୋଟ […] The post ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ୨୦ ମୃତ, ଜୀବନ ବଞ୍ଚାଇବାକୁ ଡେଇଁ ପଡିଲେ ଲୋକେ appeared first on Dharitri Odia News.
ବେଜିଂ,୯।୪: ଉତ୍ତର ଚାଇନାର ହେବେଇ ପ୍ରଦେଶରୁ ଏକ ଦୁଃଖଦ ଦୁର୍ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଏକ ନର୍ସିଂ ହୋମରେ ଅଗ୍ନିକାଣ୍ଡ ଘଟି ୨୦ ଜଣଙ୍କର ମୃତ୍ୟୁ ହୋଇଛି। ମଙ୍ଗଳବାର ରାତି ପ୍ରାୟ ୯ଟାରେ ଚେଙ୍ଗଡେ ସହରର ଲୋଙ୍ଗହୁଆ କାଉଣ୍ଟିରେ ଅଗ୍ନିକାଣ୍ଡ ଘଟିଥିଲା। ବହୁ କଷ୍ଟ ପରେ ନିଆଁ ଲିଭାଯାଇ ପାରିଲା। ବୁଧବାର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।
ସରକାରୀ ସମାଚାର ଏଜେନ୍ସି ସିହ୍ନୁଆ ସ୍ଥାନୀୟ ଅଧିକାରୀଙ୍କ ଉଦ୍ଧୃତି ଦେଇ କହିଛି ଯେ ବୁଧବାର ସକାଳ ସୁଦ୍ଧା ମୋଟ ୨୦ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ଏହି ଘଟଣାରେ ଆହୁରି ଅନେକ ଲୋକ ଆହତ ହୋଇଛନ୍ତି, କିନ୍ତୁ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ନିଆଁରୁ ରକ୍ଷା ପାଇବା ପାଇଁ ଅନେକ ଲୋକ କୋଠାରୁ ତଳକୁ ଡେଇଁ ପଡ଼ିଥିଲେ। ରିପୋର୍ଟରେ କୁହାଯାଇଛି ଯେ ଅଗ୍ନିକାଣ୍ଡର କାରଣ ତଦନ୍ତ କରାଯାଉଛି।
ଅଗ୍ନିକାଣ୍ଡ ସମୟରେ ନର୍ସିଂ ହୋମରେ ଅନେକ ବୟସ୍କ ବ୍ୟକ୍ତି ଏବଂ କର୍ମଚାରୀ ଉପସ୍ଥିତ ଥିଲେ। ଅଗ୍ନିଶମ ବିଭାଗ ତୁରନ୍ତ ପଦକ୍ଷେପ ନେଇ ନିଆଁକୁ ଆୟତ୍ତ କରିଥିଲା, କିନ୍ତୁ ନିଆଁ ଏତେ ତୀବ୍ର ଥିଲା ଯେ ଏହାକୁ ଲିଭାଇବାକୁ ବହୁତ ସମୟ ଲାଗିଥିଲା। ଚାଇନାର ସରକାରୀ ସମାଚାର ଏଜେନ୍ସି ସିହ୍ନୁଆ ଅନୁଯାୟୀ, ଏହି ଘଟଣା ପରେ ସ୍ଥାନୀୟ ପ୍ରଶାସନ ତଦନ୍ତ ଆରମ୍ଭ କରିଛି ଏବଂ ନିଆଁ କିପରି ଲାଗିଲା ତାହା ଜାଣିବାକୁ ଚେଷ୍ଟା କରୁଛି। ଉଦ୍ଧାର ହୋଇଥିବା ବ୍ୟକ୍ତିମାନଙ୍କୁ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କ ଉପରେ ନଜର ରଖାଯାଇଛି ଏବଂ ଚିକିତ୍ସା କରାଯାଉଛି।
The post ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ୨୦ ମୃତ, ଜୀବନ ବଞ୍ଚାଇବାକୁ ଡେଇଁ ପଡିଲେ ଲୋକେ appeared first on Dharitri Odia News.