ହସ୍ପିଟାଲରେ ଲାଗିଲା ନିଆଁ
ନବରଙ୍ଗପୁର,୪।୨(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ପୂଜାରୀଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମଙ୍ଗଳବାର ନିଆଁ ଲାଗିଯାଇଛି। ହେଲେ ଅଗ୍ନିକାଣ୍ଡରେ ରୋଗୀ ଏବଂ ସମ୍ପର୍କୀୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମିଳିଥିବା ସୂଚନା ମୁତାବକ, ପୂର୍ବାହ୍ନରେ ହସ୍ପିଟାଲରେ ବିଦ୍ୟୁତ୍ ଶଟସର୍କିଟ ହୋଇ ଅକ୍ସିଜେନ ଗୋଦାମ ଗୃହରେ ନିଆଁ ଲାଗି ଏକ ସିଲିଣ୍ଡର ଫାଟି ଶବ୍ଦ ହେବା ଯୋଗୁ ସ୍ବାସ୍ଥ୍ୟ କର୍ମଚାରୀ ସୁପରିଟେଣ୍ଡେଣ୍ଟକୁ ଖବର ଦେଇଥିଲେ। ଏପରି କି ହସ୍ପିଟାଲରେ ଉପସ୍ଥିତ ଥିବା କର୍ମଚାରୀ ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ। […] The post ହସ୍ପିଟାଲରେ ଲାଗିଲା ନିଆଁ appeared first on Dharitri Odia News.
ନବରଙ୍ଗପୁର,୪।୨(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ପୂଜାରୀଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମଙ୍ଗଳବାର ନିଆଁ ଲାଗିଯାଇଛି। ହେଲେ ଅଗ୍ନିକାଣ୍ଡରେ ରୋଗୀ ଏବଂ ସମ୍ପର୍କୀୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ମିଳିଥିବା ସୂଚନା ମୁତାବକ, ପୂର୍ବାହ୍ନରେ ହସ୍ପିଟାଲରେ ବିଦ୍ୟୁତ୍ ଶଟସର୍କିଟ ହୋଇ ଅକ୍ସିଜେନ ଗୋଦାମ ଗୃହରେ ନିଆଁ ଲାଗି ଏକ ସିଲିଣ୍ଡର ଫାଟି ଶବ୍ଦ ହେବା ଯୋଗୁ ସ୍ବାସ୍ଥ୍ୟ କର୍ମଚାରୀ ସୁପରିଟେଣ୍ଡେଣ୍ଟକୁ ଖବର ଦେଇଥିଲେ। ଏପରି କି ହସ୍ପିଟାଲରେ ଉପସ୍ଥିତ ଥିବା କର୍ମଚାରୀ ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ। ହେଲେ ନିଆଁର ଭୟାଭବ ଅଧିକ ଥିବାରୁ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ କାହାର କିଛି କ୍ଷତି ହୋଇ ନ ଥିବା ଡାକ୍ତର ପତିତପାବନ ଦ୍ୱିବେଦୀ କହିଛନ୍ତି।
The post ହସ୍ପିଟାଲରେ ଲାଗିଲା ନିଆଁ appeared first on Dharitri Odia News.