ହାଇଓ୍ୱାକୁ ଧକ୍କା ଦେଲା ଓମ୍ଫେଡ୍ ଗାଡ଼ି, ଡ୍ରାଇଭର ଓ ହେଲ୍‌ପର୍‌ ଆହତ

କଟକ ୨୮।୦୧ : କଟକ ତେଲେଙ୍ଗାପେଣ୍ଠ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ହାଇଓ୍ୱାକୁ ଧକ୍କା ଦେଲା ଓମ୍‌ଫେଡ୍‌ ଗାଡି । ଯେଉଁଥିରେ ଟ୍ରକ ଡ୍ରାଇଭର ଓ ହେଲ୍‌ପର ଆହତ ହୋଇଥିବା ଜଣାପଡିଛି । ଏପିରିକି ଟ୍ରକର ବ୍ୟାବିନ୍‌ ଭିତରେ ହେଲ୍‌ପର ଜଣଙ୍କ ଫସିରହିଥିଲେ । ଯାହାଙ୍କୁ ଉଦ୍ଧାର କରି ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଛି ।  ଖବର ଅନୁଯାୟୀ, ମଙ୍ଗଳବାର ସକାଳେ ଏକ ଓମ୍‌ଫେଡ ଗାଡ଼ି ନରାଜରୁ ଫୁଲନଖରା ହବ୍‌କୁ ଫେରୁଥିଲା । ତେଲେଙ୍ଗାପେଣ୍ଠ ନିକଟ ଏକ ହାଇଓ୍ବାକୁ ସାମ୍ନା ପଟୁ ଧକ୍କା ଦେଇଥିଲା ଗାଡ଼ି। ଯାହାଫଳରେ ଓମ୍‌ଫେଡ୍ ଟ୍ରକ୍ କ୍ୟାବିନ୍‌ରେ ହେଲ୍‌ପର ଜଣକ ଫସିରହିଥିଲେ। ତେବେ ଦୁର୍ଘଟଣା ନେଇ ତୁରନ୍ତ ବାରଙ୍ଗ ଅଗ୍ନିଶମ ବାହିନୀଙ୍କୁ ଖବର ଦିଆଯାଇଥିଲା। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ଘଣ୍ଟାର କସରତ ପରେ ହେଲ୍‌ପର ଜଣଙ୍କୁ କଟର ସହାୟତାରେ ଉଦ୍ଧାର କରିଥିଲେ । ଏହାପରେ ତୁରନ୍ତ ତାଙ୍କୁ କଟକ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ଗାଡିରୁ ଜବତ କରି ତଦନ୍ତ ଜାରି ରଖିଛି ।   

ହାଇଓ୍ୱାକୁ ଧକ୍କା ଦେଲା ଓମ୍ଫେଡ୍ ଗାଡ଼ି, ଡ୍ରାଇଭର ଓ ହେଲ୍‌ପର୍‌ ଆହତ

କଟକ ୨୮।୦୧ : କଟକ ତେଲେଙ୍ଗାପେଣ୍ଠ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ହାଇଓ୍ୱାକୁ ଧକ୍କା ଦେଲା ଓମ୍‌ଫେଡ୍‌ ଗାଡି । ଯେଉଁଥିରେ ଟ୍ରକ ଡ୍ରାଇଭର ଓ ହେଲ୍‌ପର ଆହତ ହୋଇଥିବା ଜଣାପଡିଛି । ଏପିରିକି ଟ୍ରକର ବ୍ୟାବିନ୍‌ ଭିତରେ ହେଲ୍‌ପର ଜଣଙ୍କ ଫସିରହିଥିଲେ । ଯାହାଙ୍କୁ ଉଦ୍ଧାର କରି ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଛି ।  

ଖବର ଅନୁଯାୟୀ, ମଙ୍ଗଳବାର ସକାଳେ ଏକ ଓମ୍‌ଫେଡ ଗାଡ଼ି ନରାଜରୁ ଫୁଲନଖରା ହବ୍‌କୁ ଫେରୁଥିଲା । ତେଲେଙ୍ଗାପେଣ୍ଠ ନିକଟ ଏକ ହାଇଓ୍ବାକୁ ସାମ୍ନା ପଟୁ ଧକ୍କା ଦେଇଥିଲା ଗାଡ଼ି। ଯାହାଫଳରେ ଓମ୍‌ଫେଡ୍ ଟ୍ରକ୍ କ୍ୟାବିନ୍‌ରେ ହେଲ୍‌ପର ଜଣକ ଫସିରହିଥିଲେ। ତେବେ ଦୁର୍ଘଟଣା ନେଇ ତୁରନ୍ତ ବାରଙ୍ଗ ଅଗ୍ନିଶମ ବାହିନୀଙ୍କୁ ଖବର ଦିଆଯାଇଥିଲା। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ଘଣ୍ଟାର କସରତ ପରେ ହେଲ୍‌ପର ଜଣଙ୍କୁ କଟର ସହାୟତାରେ ଉଦ୍ଧାର କରିଥିଲେ । ଏହାପରେ ତୁରନ୍ତ ତାଙ୍କୁ କଟକ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ଗାଡିରୁ ଜବତ କରି ତଦନ୍ତ ଜାରି ରଖିଛି ।