ହାଇକୋର୍ଟଙ୍କ ଝଟ୍କା, ଓସେପାର ମେରିଟ ଲିଷ୍ଟ ଖାରଜ
କଟକ ୧୨।୦୩ : କନିଷ୍ଠ ଶିକ୍ଷକ ଚୟନରେ ଅନିୟମିତତା ମାମଲା । ହାଇକୋର୍ଟରୁ ଲାଗିଲା ଶକ୍ତ ଝଟ୍କା । ଓସେପାର ମେରିଟ ଲିଷ୍ଟକୁ ଖାରଜ କରିଛନ୍ତି ମାନ୍ୟବର କୋର୍ଟ । ଜିଲ୍ଲାଓ୍ୱାରୀ ମେରିଟ ଲିଷ୍ଟକୁ ବି ଖାରଜ କରିଛନ୍ତି ହାଇକୋର୍ଟ । ଏହାପରେ ସାନି ମେରିଟ୍ ଲିଷ୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।ଖବର ଅନୁଯାୟୀ, ଜୁନିଅର ଟିଚର ନିଯୁକ୍ତି ଅନିୟମିତତା ମାମଲାର ରାୟ ପ୍ରକାଶ ପାଇଛି । ଓସେପା ଦ୍ୱାରା ପ୍ରକାଶିତ ମେଧା ତାଲିକାକୁ ହାଇକୋର୍ଟ ଖାରଜ କରିଛନ୍ତି ଏବଂ ସାନି ମେଧା ତାଲିକା ପ୍ରକାଶ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତିି। ଓସେପା ପକ୍ଷରୁ ଯେଉଁ ଜିଲ୍ଲା ୱାରି ମେଧା ତାଲିକା ପ୍ରକାଶିତ ହୋଇଥିଲା, ତାକୁ ମଧ୍ୟ ହାଇକୋର୍ଟ ଖାରଜ କରିଛନ୍ତି। ୨୦୨୩ ଅକ୍ଟୋବର ୨୩ ତାରିଖରେ ପ୍ରାୟ ୨୦ ହଜାର ଜୁନିଅର ଟିଚର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପରେ ଏହାକୁ ନେଇ ବିବାଦ ମୁଣ୍ଡ ଟେକିଲା ଏବଂ କିଛି ପ୍ରାର୍ଥୀ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ହୋଇଥିବାର ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ମାମଲାର ପ୍ରାରମ୍ଭିକ ଶୁଣାଣି କରି, ଗତ ଜାନୁୟାରୀ 19 ତାରିଖ ଦିନ ନିଯୁକ୍ତି ପ୍ରକ୍ରିୟା ଉପରେ ରହିତାଦେଶ ଜାରି କରିଥିଲେ ହାଇକୋର୍ଟ। ଗତ ୩୧ ତାରିଖରେ ମାମଲାର ଶୁଣାଣି ଶେଷ ହୋଇଥିଲା। ଯାହାର ରାୟ ଆଜି ପ୍ରକାଶ ପାଇଛି।
କଟକ ୧୨।୦୩ : କନିଷ୍ଠ ଶିକ୍ଷକ ଚୟନରେ ଅନିୟମିତତା ମାମଲା । ହାଇକୋର୍ଟରୁ ଲାଗିଲା ଶକ୍ତ ଝଟ୍କା । ଓସେପାର ମେରିଟ ଲିଷ୍ଟକୁ ଖାରଜ କରିଛନ୍ତି ମାନ୍ୟବର କୋର୍ଟ । ଜିଲ୍ଲାଓ୍ୱାରୀ ମେରିଟ ଲିଷ୍ଟକୁ ବି ଖାରଜ କରିଛନ୍ତି ହାଇକୋର୍ଟ । ଏହାପରେ ସାନି ମେରିଟ୍ ଲିଷ୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ଖବର ଅନୁଯାୟୀ, ଜୁନିଅର ଟିଚର ନିଯୁକ୍ତି ଅନିୟମିତତା ମାମଲାର ରାୟ ପ୍ରକାଶ ପାଇଛି । ଓସେପା ଦ୍ୱାରା ପ୍ରକାଶିତ ମେଧା ତାଲିକାକୁ ହାଇକୋର୍ଟ ଖାରଜ କରିଛନ୍ତି ଏବଂ ସାନି ମେଧା ତାଲିକା ପ୍ରକାଶ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତିି। ଓସେପା ପକ୍ଷରୁ ଯେଉଁ ଜିଲ୍ଲା ୱାରି ମେଧା ତାଲିକା ପ୍ରକାଶିତ ହୋଇଥିଲା, ତାକୁ ମଧ୍ୟ ହାଇକୋର୍ଟ ଖାରଜ କରିଛନ୍ତି।
୨୦୨୩ ଅକ୍ଟୋବର ୨୩ ତାରିଖରେ ପ୍ରାୟ ୨୦ ହଜାର ଜୁନିଅର ଟିଚର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପରେ ଏହାକୁ ନେଇ ବିବାଦ ମୁଣ୍ଡ ଟେକିଲା ଏବଂ କିଛି ପ୍ରାର୍ଥୀ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ହୋଇଥିବାର ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ମାମଲାର ପ୍ରାରମ୍ଭିକ ଶୁଣାଣି କରି, ଗତ ଜାନୁୟାରୀ 19 ତାରିଖ ଦିନ ନିଯୁକ୍ତି ପ୍ରକ୍ରିୟା ଉପରେ ରହିତାଦେଶ ଜାରି କରିଥିଲେ ହାଇକୋର୍ଟ। ଗତ ୩୧ ତାରିଖରେ ମାମଲାର ଶୁଣାଣି ଶେଷ ହୋଇଥିଲା। ଯାହାର ରାୟ ଆଜି ପ୍ରକାଶ ପାଇଛି।