ହାଇକୋର୍ଟ ଗଲେ କେଜରିଓ୍ବାଲ
ନୂଆଦିଲ୍ଲୀ,୧।୭: ଦିଲ୍ଲୀର ମଦ ନୀତି ଦୁର୍ନୀତି ମାମଲାରେ ତିହାର ଜେଲରେ ରହିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦିଲ୍ଲୀ ହାଇକୋର୍ଟରେ ହାଜର ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦିଲ୍ଲୀ ହାଇକୋର୍ଟରେ ସିବିଆଇ ଗିରଫକୁ ଚ୍ୟାଲେଞ୍ଜ କରିଛନ୍ତି। ଦିଲ୍ଲୀର ମଦ ସ୍କାମ ମାମଲାରେ ସେ ମଧ୍ୟ ହାଇକୋର୍ଟରେ ଆବେଦନ କରି ସିବିଆଇର ରିମାଣ୍ଡକୁ ଚ୍ୟାଲେଞ୍ଜ କରିଛନ୍ତି। ସୂଚନାଯୋଗ୍ୟ, ନିକଟରେ ସିବିଆଇ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କରିଥିଲା। ଅରବିନ୍ଦ କେଜରିୱାଲ ତାଙ୍କ ଆବେଦନରେ ସିବିଆଇ ଗିରଫକୁ ବେଆଇନ ବୋଲି କହିଛନ୍ତି। […] The post ହାଇକୋର୍ଟ ଗଲେ କେଜରିଓ୍ବାଲ appeared first on Dharitri Odia News.
ନୂଆଦିଲ୍ଲୀ,୧।୭: ଦିଲ୍ଲୀର ମଦ ନୀତି ଦୁର୍ନୀତି ମାମଲାରେ ତିହାର ଜେଲରେ ରହିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦିଲ୍ଲୀ ହାଇକୋର୍ଟରେ ହାଜର ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦିଲ୍ଲୀ ହାଇକୋର୍ଟରେ ସିବିଆଇ ଗିରଫକୁ ଚ୍ୟାଲେଞ୍ଜ କରିଛନ୍ତି। ଦିଲ୍ଲୀର ମଦ ସ୍କାମ ମାମଲାରେ ସେ ମଧ୍ୟ ହାଇକୋର୍ଟରେ ଆବେଦନ କରି ସିବିଆଇର ରିମାଣ୍ଡକୁ ଚ୍ୟାଲେଞ୍ଜ କରିଛନ୍ତି। ସୂଚନାଯୋଗ୍ୟ, ନିକଟରେ ସିବିଆଇ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କରିଥିଲା।
ଅରବିନ୍ଦ କେଜରିୱାଲ ତାଙ୍କ ଆବେଦନରେ ସିବିଆଇ ଗିରଫକୁ ବେଆଇନ ବୋଲି କହିଛନ୍ତି। ଏହା ବ୍ୟତୀତ ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ ମଧ୍ୟ ଦିଲ୍ଲୀ କୋର୍ଟର ଜୁନ ୨୬ର ଆଦେଶକୁ ଚ୍ୟାଲେଞ୍ଜ କରିଛନ୍ତି ଯେଉଁଥିରେ ତାଙ୍କୁ ତିନି ଦିନ ପାଇଁ ସିବିଆଇ ହେପାଜତକୁ ପଠାଯାଇଥିଲା। ଦିଲ୍ଲୀ ସରକାରଙ୍କ ଏକ୍ସାଇଜ ନୀତିରେ ଅନିୟମିତତା ଅଭିଯୋଗରେ ଅରବିନ୍ଦ କେଜରିୱାଲଙ୍କୁ ସିବିଆଇ ଗିରଫ କରିଥିଲା।
The post ହାଇକୋର୍ଟ ଗଲେ କେଜରିଓ୍ବାଲ appeared first on Dharitri Odia News.