ହାଇକୋର୍ଟ ଦେଲେ ନିଆରା ଜାମିନ ସର୍ତ୍ତ: ଜାଣନ୍ତୁ କ’ଣ
କଟକ,୪।୫(ପ୍ରଭୁକଲ୍ୟାଣ ପାଲ): ହାଇକୋର୍ଟଙ୍କ ନିଆରା ଜାମିନ ସର୍ତ୍ତ । ଗଛ ଲଗାଇବେ ଏବଂ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ସଫେଇ କରିବେ। ଆଦେଶ ନ ମାନିଲେ ଜାମିନ ରଦ୍ଦ ହେବ। ଜେଲରେ ଥିବା ଜଣେ ଅଭିଯୁକ୍ତଙ୍କ ଜାମିନ ମାମଲା ଶୁଣାଣି କରି ଏପରି ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ମାମଲାରୁ ପ୍ରକାଶ ଯେ, ଜାନୁଆରୀ ୨୩ରେ ଅଭିଯୋଗକାରୀ ଭୁବନେଶ୍ୱରର ପିତାପଲିରୁ ପାତ୍ରପଡ଼ା ଅଭିମୁଖେ ଯାଉଥିଲେ। ସେତିକିବେଳେ ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଲିଫ୍ଟ ମାଗିଥିଲେ। […] The post ହାଇକୋର୍ଟ ଦେଲେ ନିଆରା ଜାମିନ ସର୍ତ୍ତ: ଜାଣନ୍ତୁ କ’ଣ appeared first on Dharitri Odia News.
କଟକ,୪।୫(ପ୍ରଭୁକଲ୍ୟାଣ ପାଲ): ହାଇକୋର୍ଟଙ୍କ ନିଆରା ଜାମିନ ସର୍ତ୍ତ । ଗଛ ଲଗାଇବେ ଏବଂ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ସଫେଇ କରିବେ। ଆଦେଶ ନ ମାନିଲେ ଜାମିନ ରଦ୍ଦ ହେବ। ଜେଲରେ ଥିବା ଜଣେ ଅଭିଯୁକ୍ତଙ୍କ ଜାମିନ ମାମଲା ଶୁଣାଣି କରି ଏପରି ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ ।
ମାମଲାରୁ ପ୍ରକାଶ ଯେ, ଜାନୁଆରୀ ୨୩ରେ ଅଭିଯୋଗକାରୀ ଭୁବନେଶ୍ୱରର ପିତାପଲିରୁ ପାତ୍ରପଡ଼ା ଅଭିମୁଖେ ଯାଉଥିଲେ। ସେତିକିବେଳେ ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଲିଫ୍ଟ ମାଗିଥିଲେ। ସେ ଗାଡି ଅଟକାଇବା ପରେ ଅନ୍ୟ ୨ଜଣ ସାଙ୍ଗଙ୍କୁ ଗାଡିରେ ନେବା ପାଇଁ କହିଥିଲେ ଅଜଣା ବ୍ୟକ୍ତି ଜଣକ। ତେବେ ଦୁଇ ସାଙ୍ଗ ଆସିବା ପରେ ଅଭିଯୋଗକାରୀଙ୍କୁ ହତ୍ୟା ଧମକ ଦେଇ କାରକୁ ଖୋର୍ଦ୍ଧା ନେଇ ଫେରାର ହୋଇଯାଇଥିଲେ ।
ଏନେଇ ସ୍ଥାନୀୟ ଥାନାରେ ଏତଲା ଦିଆଯାଇଥିଲା। ଏତଲା ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ତଳ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଆବେଦନକାରୀ। ତେବେ ମାମଲାକୁ ଗୁରୁତ୍ୱର ସହ ଗ୍ରହଣ କରି ଆବଦେନକାରୀଙ୍କୁ ସର୍ତ୍ତମୂଳକ ଜାମିନ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଜାମିନରେ ଛାଡ଼ ପାଇବା ପରେ ଏକ ମାସ କ୍ୟାପିଟାଲ ହସ୍ପିଟାଲରେ ରୁମ ଓ ୱାର୍ଡ଼ ସଫେଇ କାର୍ଯ୍ୟ ଏବଂ ମୌସୁମୀ ସମୟରେ ଡୁମଡୁମା ଅଞ୍ଚଳରେ ଥିବା ସରକାରୀ ଜମି, କିମ୍ବା ଘରୋଇ ଜମିରେ ୧୦୦ ଆମ୍ବ, ନିମ୍ବ, ତେନ୍ତୁଳି ଗଛ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।
ଚାରା ଲଗାଇବା ଦିଗରେ ଡିଏଫଓ ଏବଂ ରାଜସ୍ବ କର୍ତ୍ତୃପକ୍ଷଙ୍କ ସହଯୋଗ ଲୋଡି ପାରିବେ ଆବେଦନକାରୀ। ଏହାସହ ଚାରା ଲଗାଗଲା କି ନାହିଁ ତାହାକୁ ନିରୀକ୍ଷଣ କରିବେ ସ୍ଥାନୀୟ ଥାନା ଅଧିକାରୀ । ଯଦି ସର୍ତ୍ତ ଉଲ୍ଲଂଘନ ହୁଏ ତେବେ ଜାମିନ ବାତିଲ ହେବ ବୋଲି ହାଇକୋର୍ଟ ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି।
The post ହାଇକୋର୍ଟ ଦେଲେ ନିଆରା ଜାମିନ ସର୍ତ୍ତ: ଜାଣନ୍ତୁ କ’ଣ appeared first on Dharitri Odia News.