ହାଇକୋର୍ଟ ପକ୍ଷରୁ କଟକରେ ଆରମ୍ଭ ହେଲା ଜାତୀୟ ବିଚାରପତି ବ୍ୟାଡମିଣ୍ଟନ ପ୍ରତିଯୋଗିତା

କଟକ : ଓଡିଶା ହାଇକୋର୍ଟ ପକ୍ଷରୁ ପ୍ରଥମ କରି ଜାତୀୟ ବିଚାରପତି ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଘାଟିତ ହୋଇଛି। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ଠାରେ ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାକୁ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଆଜି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ପ୍ରତିଯୋଗିତାରେ ମୋଟ ୨୦ଜଣ ବିଚାରପତି ଅଂଶ ଗ୍ରହଣ କରିଛନ୍ତି । ଓଡିଶା ହାଇକୋର୍ଟର ୮ଜଣ ବିଚାରପତିଙ୍କ ସମେତ ଅନ୍ୟ କେତେକ ହାଇକୋର୍ଟର ୧୨ଜଣ […]

ହାଇକୋର୍ଟ ପକ୍ଷରୁ କଟକରେ ଆରମ୍ଭ ହେଲା ଜାତୀୟ ବିଚାରପତି ବ୍ୟାଡମିଣ୍ଟନ ପ୍ରତିଯୋଗିତା
National Judges Badminton Competition started in Cuttack by odisha High Court

କଟକ : ଓଡିଶା ହାଇକୋର୍ଟ ପକ୍ଷରୁ ପ୍ରଥମ କରି ଜାତୀୟ ବିଚାରପତି ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଘାଟିତ ହୋଇଛି। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ଠାରେ ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାକୁ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଆଜି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ପ୍ରତିଯୋଗିତାରେ ମୋଟ ୨୦ଜଣ ବିଚାରପତି ଅଂଶ ଗ୍ରହଣ କରିଛନ୍ତି । ଓଡିଶା ହାଇକୋର୍ଟର ୮ଜଣ ବିଚାରପତିଙ୍କ ସମେତ ଅନ୍ୟ କେତେକ ହାଇକୋର୍ଟର ୧୨ଜଣ ବିଚାରପତି ଏହି ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ।

HIGH COURT PHOTO 3 scaled

ଆଜି କ୍ୱାର୍ଟର ପର୍ଯ୍ୟାୟ ଶେଷ ହୋଇଥିବା ବେଳେ ଆସନ୍ତାକାଲି ସେମି ଫାଇନାଲ ଓ ଫାଇନାଲ ଅନୁଷ୍ଠିତ ହେବ। ତେବେ ସିଙ୍ଗଲ ସେମି ଫାଇନାଲରେ ପହଞ୍ଚିଛନ୍ତି ଓଡିଶା ହାଇକୋର୍ଟ ବିଚାରପତି ଜଷ୍ଟିସ ଭି.ନରସିଂହ । ଆସନ୍ତାକାଲି ଜଷ୍ଟିସ ରାଜା ବିଜୟା ରାଘବନଙ୍କ ସହ ଜଷ୍ଟିସ ନରସିଂହଙ୍କ ମୁକାବିଲା ହେବ। ସେହିପରି ଜଷ୍ଟିସ ଏମ.ସତୀଶ କୁମାର ଓ ଜଷ୍ଟିସ ବିଚୁ କୁରିଆନ ଥୋମାସଙ୍କ ମଧ୍ୟରେ ଦ୍ୱିତୀୟ ସିଙ୍ଗଲ ସେମି ଫାଇନାଲ ଅନୁଷ୍ଠିତ ହେବ ।

ଅନ୍ୟପଟରେ ପ୍ରଥମ ଡବଲ ସେମିଫାଇନାଲ ମ୍ୟାଚ ଜଷ୍ଟିସ ବିଚୁ କୁରିଆନ ଥୋମାସ ଓ ଜଷ୍ଟିସ ରାଜା ବିଜୟା ରାଘବନଙ୍କ ସହ ଜଷ୍ଟିସ ଆନନ୍ଦ ସେନ ଓ ଜଷ୍ଟିସ ରଙ୍ଗନ ମୁଖୋପାଧ୍ୟାୟଙ୍କ ସହ ଅନୁଷ୍ଠିତ ହେବ । ଦ୍ୱିତୀୟ ଡବଲ୍ସ ସେମି ଫାଇନାଲ ଜଷ୍ଟିସ କୋନାକାନ୍ତି ଶ୍ରୀନିବାସ ରେଡୀ ଓ ଜଷ୍ଟିସ ଭେଙ୍କଟେଶ୍ୱରଲୁ ନିମ୍ମଗଦ୍ଦାଙ୍କ ସହ ଜଷ୍ଟିସ ଲାନ୍ଥିରାୟନ ଓ ଜଷ୍ଟିସ ଏନ.ସତୀଶ କୁମାରଙ୍କ ଯୋଡି ସହ ଅନୁଷ୍ଠିତ ହେବ । ଆସନ୍ତାକାଲି ଏହାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବା ସହ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ବୋଲି ହାଇକୋର୍ଟ ପକ୍ଷରୁ କୁହାଯାଇଛି।