ହାଇକୋର୍ଟ ବାର୍‌ ନିର୍ବାଚନ: ୭ଟି ପଦ ପାଇଁ ୪୦ପ୍ରାର୍ଥୀ

କଟକ,୨୯।୩: ଆଜି ଆଇନଜୀବୀମାନଙ୍କ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଥିବା ସମସ୍ତ ବାର୍‌ରେ ଆଜି ନିର୍ବାଚନ ହେଉଛି। ୨୦୨୧ ମସିହା ଠାରୁ ପ୍ରତ୍ୟକ ବାର୍‌ରେ ଗୋଟିଏ ଦିନରେ ର୍ନିବାଚନ କରାଯାଉଛି। ସମସ୍ତ ବାରରେ ବିଭିନ୍ନ ପଦପଦବୀ ପାଇଁ ର୍ନିବାଚନ କରାଯାଉଛି।ବଡ଼କଥା ହେଉଛି ପ୍ରତ୍ୟକ ବର୍ଷ ମାର୍ଚ୍ଚ ଶେଷ ଶନିବାରରେ ଏହି ର୍ନିବାଚନ ଆୟୋଜନ ପାଇଁ ପାଇଁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ଏହି କ୍ରମରେ ରାଜ୍ୟର ପ୍ରତ୍ୟକ ବାର ର୍ନିବାଚନ ପାଇଁ ଜଣେ ଆଇନଜୀବୀ କେବଳ ଗୋଟିଏ ଭୋଟ […] The post ହାଇକୋର୍ଟ ବାର୍‌ ନିର୍ବାଚନ: ୭ଟି ପଦ ପାଇଁ ୪୦ପ୍ରାର୍ଥୀ appeared first on Dharitri Odia News.

ହାଇକୋର୍ଟ ବାର୍‌ ନିର୍ବାଚନ: ୭ଟି ପଦ ପାଇଁ ୪୦ପ୍ରାର୍ଥୀ

କଟକ,୨୯।୩: ଆଜି ଆଇନଜୀବୀମାନଙ୍କ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଥିବା ସମସ୍ତ ବାର୍‌ରେ ଆଜି ନିର୍ବାଚନ ହେଉଛି। ୨୦୨୧ ମସିହା ଠାରୁ ପ୍ରତ୍ୟକ ବାର୍‌ରେ ଗୋଟିଏ ଦିନରେ ର୍ନିବାଚନ କରାଯାଉଛି। ସମସ୍ତ ବାରରେ ବିଭିନ୍ନ ପଦପଦବୀ ପାଇଁ ର୍ନିବାଚନ କରାଯାଉଛି।ବଡ଼କଥା ହେଉଛି ପ୍ରତ୍ୟକ ବର୍ଷ ମାର୍ଚ୍ଚ ଶେଷ ଶନିବାରରେ ଏହି ର୍ନିବାଚନ ଆୟୋଜନ ପାଇଁ ପାଇଁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ଏହି କ୍ରମରେ ରାଜ୍ୟର ପ୍ରତ୍ୟକ ବାର ର୍ନିବାଚନ ପାଇଁ ଜଣେ ଆଇନଜୀବୀ କେବଳ ଗୋଟିଏ ଭୋଟ ଦେଇପାରିବ। ଅର୍ଥାତ ଜଣେ ଆଇନଜୀବୀ ଯେକୌଣସି ବାର ପାଇଁ ମାତ୍ର ଥରେ ମତଦାନ କରିପାରିବ। ଏହି କ୍ରମରେ ଆଜି ହାଇକୋର୍ଟ ବାର୍‌ରେ ମଧ୍ୟ ର୍ନିବାଚନ ହେଉଛି। ୭ ଟି ପଦବୀ ପାଇଁ ର୍ନିବାଚନ ଅନୁଷ୍ଠିତ ହେଉଛି। ଏହି ୭ ଟି ପଦବୀ ପାଇଁ ୪୦ ଜଣ ପାର୍ଥି ର୍ନିବାଚନ ଲଢ଼ୁଛନ୍ତି।

ହାଇକୋର୍ଟ ବାର ର୍ନିବାଚନ ପାଇଁ ୪ ହଜାର ୭୫୦ ଜଣ ଆଇନଜୀବୀ ମତଦାନ ଦେଉଛନ୍ତି । ସକାଳ ସାଢ଼େ ୭ଟାରୁ ଭୋଟ ଆରମ୍ଭ ହୋଇ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ପ୍ରକ୍ରିୟା ଚାଲିବ। ୫ଟାରୁ ଭୋଟ ଗଣତି ଆରମ୍ଭ ହେବ।
ହାଇକୋର୍ଟ ବାର୍‌ ଆସୋସିଏଶନରେ ସଭାପତି ପଦ ଲାଗି ବରିଷ୍ଠ ଆଇନଜୀବୀ ମନୋଜ ମିଶ୍ର, ଆଇନଜୀବୀ ଲଲାଟେନ୍ଦୁ ସାମନ୍ତରାୟ ଏବଂ ଆଇନଜୀବୀ ସୁରେନ୍ଦ୍ରନାଥ କରଙ୍କ ମଧ୍ୟରେ ତ୍ରିମୁଖି ଲଢ଼େଇ ହେଉଛି।ସେହିପରି ଉପସଭାପତି ଓ ସମ୍ପାଦକ ପଦ ଲାଗି ୫ଜଣଙ୍କ ଲେଖାଏଁ ଆଇନଜୀବୀ ପ୍ରତିଦନ୍ଦିତା କରୁଛନ୍ତି । ଯୁଗ୍ମ ସମ୍ପାଦକ ଓ ସହକାରୀ ସମ୍ପାଦକ ପଦ ଲାଗି ୪ଜଣ ଲେଖାଏଁ ଆଇନଜୀବୀ ପ୍ରତିଦନ୍ଦିତା କରୁଛନ୍ତି । ପାଠାଗାର ସହକାରୀ ସମ୍ପାଦକ ପଦ ପାଇଁ 6 ଜଣ ପ୍ରତିଦ୍ବନ୍ଦୀତା କରୁଛନ୍ତି । ୯ଟି କାର୍ଯ୍ୟର୍ନିବାହୀ ସଭ୍ୟ ପଦ ଲାଗି ୧୩ଜଣ ଆଇନଜୀବୀ ପ୍ରାର୍ଥୀ ହୋଇଛନ୍ତି ।ତେବେ ଆଜି ସମସ୍ତ ପଦପଦବୀ ର ଫଳାଫଳ ଘୋଷଣା କରାଯିବ।ମାତ୍ର କେବଳ ଏକଜ୍ୟୁକେଟିଭ ସଦସ୍ୟ ଫଳାଫଳ ଆସନ୍ତାକାଲି ଘୋଷଣା କରାଯିବ ବୋଲି ର୍ନିବାଚନ ଅଧିକାରୀ ସୂଚନା ଦେଇଛନ୍ତି।

The post ହାଇକୋର୍ଟ ବାର୍‌ ନିର୍ବାଚନ: ୭ଟି ପଦ ପାଇଁ ୪୦ପ୍ରାର୍ଥୀ appeared first on Dharitri Odia News.