ହାଇକୋର୍ଟରୁ କେଜରିୱାଲଙ୍କୁ ଆଶ୍ୱସ୍ତି, ଏଣିକି ସପ୍ତାହରେ ଆଉ ଦୁଇଥର କରିପାରିବେ ଓକିଲଙ୍କ ସହ ବୈଠକ
ନୂଆଦିଲ୍ଲୀ : କଥିତ ମଦ ଦୁର୍ନୀତି ଅଭିଯୋଗରେ ଜେଲରେ ବନ୍ଦୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ହାଇକୋର୍ଟ ଆଶ୍ୱସ୍ତ କରିଛନ୍ତି। ଓକିଲଙ୍କ ସହ ମିଟିଂ ବଢାଇବା ପାଇଁ କେଜରିୱାଲ କରିଥିବା ନିବେଦନକୁ ହାଇକୋର୍ଟ ସ୍ୱୀକାର କରିଛନ୍ତି। ହାଇକୋର୍ଟଙ୍କ ମଞ୍ଜୁରୀ ପରେ ସେ ଏବେ ଜେଲରେ ସପ୍ତାହକୁ ଅତିରିକ୍ତ ୨ ଥର ଓକିଲଙ୍କୁ ଭେଟି ପାରିବେ। କେଜରିୱାଲଙ୍କୁ ମଦ ଦୁର୍ନୀତି ସମ୍ପର୍କିତ ମନିଲଣ୍ଡ୍ରିଂ ମାମଲାରେ ମାର୍ଚ୍ଚ ୨୯ ତାରିଖ ଦିନ ଗିରଫ କରାଯାଇଥିଲା। କେଜରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାମଲାରେ ନିମ୍ନ କୋର୍ଟରୁ ଜାମିନ ମିଳି ସାରିଛି। ଏବେ ସିବିଆଇ ମାମଲା ଯୋଗୁ ସେ ଜେଲରେ ଅଛନ୍ତି। ହାଇକୋର୍ଟରେ ଜଷ୍ଟିସ୍ ନିନା ବଂସଲ କୃଷ୍ଣାଙ୍କ କୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନିବେଦନକୁ ସ୍ୱୀକାର କରି କହିଛନ୍ତି ଯେ ‘ବିଶେଷ ପରିସ୍ଥିତିରେ ବିଶେଷ ଉପାୟର ଆବଶ୍ୟକତା ଥାଏ’। ଜଜ କହିଛନ୍ତି ଯେ ନିରପେକ୍ଷ ଟ୍ରାୟଲର ମୂଳ ଅଧିକାର ଓ ପ୍ରାଭାବୀ ଆଇନଗତ ପ୍ରତିନିଧିତ୍ୱକୁ ମାନ୍ୟତା ଦେଇ ଆବେଦନକାରୀଙ୍କୁ ଭିଡିଓ କନଫରେନସିଂରେ ଓକିଲଙ୍କ ସହ ୨ ଅତିରିକ୍ତ ସକ୍ଷାତର ଅନୁମତି ଦିଆଯାଉଛି। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ କେଜରିୱାଲ ଯେଉଁ ପର୍ଯ୍ୟନ୍ତ ଜେଲରେ ଅଛନ୍ତି ସେ ପର୍ଯ୍ୟନ୍ତ ତାଙ୍କୁ ଏହି ସୁବିଧା ମିଳିବ। ଏହି ମାମଲାରେ ହାଇକୋର୍ଟ ଜୁଲାଇ ୧୮ ତାରିଖ ଦିନ ଶୁଣାଣି କରି ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ଇଡି ଓ ତ
ନୂଆଦିଲ୍ଲୀ : କଥିତ ମଦ ଦୁର୍ନୀତି ଅଭିଯୋଗରେ ଜେଲରେ ବନ୍ଦୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ହାଇକୋର୍ଟ ଆଶ୍ୱସ୍ତ କରିଛନ୍ତି। ଓକିଲଙ୍କ ସହ ମିଟିଂ ବଢାଇବା ପାଇଁ କେଜରିୱାଲ କରିଥିବା ନିବେଦନକୁ ହାଇକୋର୍ଟ ସ୍ୱୀକାର କରିଛନ୍ତି। ହାଇକୋର୍ଟଙ୍କ ମଞ୍ଜୁରୀ ପରେ ସେ ଏବେ ଜେଲରେ ସପ୍ତାହକୁ ଅତିରିକ୍ତ ୨ ଥର ଓକିଲଙ୍କୁ ଭେଟି ପାରିବେ। କେଜରିୱାଲଙ୍କୁ ମଦ ଦୁର୍ନୀତି ସମ୍ପର୍କିତ ମନିଲଣ୍ଡ୍ରିଂ ମାମଲାରେ ମାର୍ଚ୍ଚ ୨୯ ତାରିଖ ଦିନ ଗିରଫ କରାଯାଇଥିଲା।
କେଜରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାମଲାରେ ନିମ୍ନ କୋର୍ଟରୁ ଜାମିନ ମିଳି ସାରିଛି। ଏବେ ସିବିଆଇ ମାମଲା ଯୋଗୁ ସେ ଜେଲରେ ଅଛନ୍ତି। ହାଇକୋର୍ଟରେ ଜଷ୍ଟିସ୍ ନିନା ବଂସଲ କୃଷ୍ଣାଙ୍କ କୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନିବେଦନକୁ ସ୍ୱୀକାର କରି କହିଛନ୍ତି ଯେ ‘ବିଶେଷ ପରିସ୍ଥିତିରେ ବିଶେଷ ଉପାୟର ଆବଶ୍ୟକତା ଥାଏ’। ଜଜ କହିଛନ୍ତି ଯେ ନିରପେକ୍ଷ ଟ୍ରାୟଲର ମୂଳ ଅଧିକାର ଓ ପ୍ରାଭାବୀ ଆଇନଗତ ପ୍ରତିନିଧିତ୍ୱକୁ ମାନ୍ୟତା ଦେଇ ଆବେଦନକାରୀଙ୍କୁ ଭିଡିଓ କନଫରେନସିଂରେ ଓକିଲଙ୍କ ସହ ୨ ଅତିରିକ୍ତ ସକ୍ଷାତର ଅନୁମତି ଦିଆଯାଉଛି।
କୋର୍ଟ ଏହା ମଧ୍ୟ କହିଛନ୍ତି ଯେ କେଜରିୱାଲ ଯେଉଁ ପର୍ଯ୍ୟନ୍ତ ଜେଲରେ ଅଛନ୍ତି ସେ ପର୍ଯ୍ୟନ୍ତ ତାଙ୍କୁ ଏହି ସୁବିଧା ମିଳିବ। ଏହି ମାମଲାରେ ହାଇକୋର୍ଟ ଜୁଲାଇ ୧୮ ତାରିଖ ଦିନ ଶୁଣାଣି କରି ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ଇଡି ଓ ତିହାର ଜେଲ କର୍ତ୍ତୃପକ୍ଷ କେଜରିୱାଲଙ୍କ ନିବେଦନକୁ ବିରୋଧ କରି କହିଥିଲେ ଆଇନ ସମସ୍ତଙ୍କ ନିମନ୍ତେ ସମାନ। ଏଥିରେ କେଜରିୱାଲଙ୍କ ଓକିଲ କହିଥିଲେ ଯେ ଆମ ଆଦମୀ ପାର୍ଟି ମୁଖିଆ ସାରା ଦେଶରେ ପାଖାପାଖି ୩୫ଟି ମୋକଦ୍ଦମାର ସମ୍ମୁଖୀନ ହୋଇଛନ୍ତି। ଏଣୁ ନିରପେକ୍ଷ ଶୁଣାଣି ନିମନ୍ତେ ମୋକଦ୍ଦମା ଉପରେ ଚର୍ଚ୍ଚା ନିମନ୍ତେ ଭିଡିଓ କନଫରେନସିଂ ମାଧ୍ୟମରେ ତାଙ୍କ ଓକିଲଙ୍କ ସହିତ ଆଉ ୨ଟି ଅତିରିକ୍ତ ସାକ୍ଷାତ ଆଲୋଚନା ଜରୁରି।
ଏହାର ବିରୋଧ କରି ତିହାର ଜେଲ କର୍ତ୍ତୃପକ୍ଷ କହିଥିଲେ ଯେ ଏପରି ଅନେକ ବନ୍ଦୀ ଅଛନ୍ତି ଯେଉଁମାନଙ୍କ ବିରୋଧରେ ଶତାଧିକ ମାମଲା ଲମ୍ବିତ ରହିଛି। ସେମାନଙ୍କୁ ସେମାନଙ୍କ ଓକିଲଙ୍କ ସହିତ ମାତ୍ର ୨ ଥର ସାକ୍ଷାତର ଅନୁମତି ରହିଛି। ଏଥିରେ ଇଡି ଓକିଲ କହିଥିଲେ ଯେ କେଜରିୱାଲ ଓକିଲଙ୍କ ସହ ତାଙ୍କ ବୈଠକକୁ ଦିଲ୍ଲୀ ସରକାରର ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ପଠାଇବାକୁ ବ୍ୟବହାର କରୁଛନ୍ତି। ତେବେ ତର୍କକୁ ବିରୋଧ କରି କେଜରିୱାଲଙ୍କ ଓକିଲ କହିଥିଲେ ଯେ ମାମଲାରେ ଇଡି କିଛି କହିବା ଉଚିତ ନୁହେଁ। କାରଣ କେଜରିୱାଲ ବିଚାରବିଭାଗୀୟ ହାଜତରେ ଅଛନ୍ତି ଓ ଜେଲ ଅଧିକାରୀ ମାମଲାର ମୁଖ୍ୟ ପକ୍ଷକାର।