ହାଇକୋର୍ଟରୁ ନିରାଶ ପରେ ସୁପ୍ରିମକୋର୍ଟରେ ପହଞ୍ଚିଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୦।୪: ଦିଲ୍ଲୀ ମଦ ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ହାଇକୋର୍ଟଙ୍କ ଆଦେଶ ବିରୋଧରେ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। କେଜ୍‌ରିଓ୍ବାଲଙ୍କ ଓକିଲମାନେ ବୁଧବାର ପୂର୍ବାହ୍ନ ୧୦.୩୦ରେ ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କୁ ଶୀଘ୍ର ଶୁଣାଣି ପାଇଁ ଅନୁରୋଧ କରିବେ। ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ଆମ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ଯଥାର୍ଥତା ବୋଲି କହିଛନ୍ତି। କେଜ୍‌ରିଓ୍ବାଲଙ୍କ ଗିରଫଦାରୀରେ କୌଣସି ଆଇନଗତ ବ୍ୟବସ୍ଥା ଉଲ୍ଲଂଘନ […] The post ହାଇକୋର୍ଟରୁ ନିରାଶ ପରେ ସୁପ୍ରିମକୋର୍ଟରେ ପହଞ୍ଚିଲେ କେଜ୍‌ରିଓ୍ବାଲ appeared first on Dharitri Odia News.

ହାଇକୋର୍ଟରୁ ନିରାଶ ପରେ ସୁପ୍ରିମକୋର୍ଟରେ ପହଞ୍ଚିଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୦।୪: ଦିଲ୍ଲୀ ମଦ ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ହାଇକୋର୍ଟଙ୍କ ଆଦେଶ ବିରୋଧରେ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। କେଜ୍‌ରିଓ୍ବାଲଙ୍କ ଓକିଲମାନେ ବୁଧବାର ପୂର୍ବାହ୍ନ ୧୦.୩୦ରେ ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କୁ ଶୀଘ୍ର ଶୁଣାଣି ପାଇଁ ଅନୁରୋଧ କରିବେ।

ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ଆମ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ଯଥାର୍ଥତା ବୋଲି କହିଛନ୍ତି। କେଜ୍‌ରିଓ୍ବାଲଙ୍କ ଗିରଫଦାରୀରେ କୌଣସି ଆଇନଗତ ବ୍ୟବସ୍ଥା ଉଲ୍ଲଂଘନ କରାଯାଇ ନାହିଁ ଏବଂ ଇଡି ରିମାଣ୍ଡ ମଧ୍ୟ ବେଆଇନ ନୁହେଁ ବୋଲି କୋର୍ଟ କହିଛନ୍ତି। କେଜ୍‌ରିଓ୍ବାଲ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି। ହାଇକୋର୍ଟରୁ ନିରାଶ ହେବା ପରେ ଏଏପି କହିଥିଲା ଯେ ସେମାନେ ସୁପ୍ରିମକୋର୍ଟଙ୍କ ନିକଟକୁ ଯିବେ।

The post ହାଇକୋର୍ଟରୁ ନିରାଶ ପରେ ସୁପ୍ରିମକୋର୍ଟରେ ପହଞ୍ଚିଲେ କେଜ୍‌ରିଓ୍ବାଲ appeared first on Dharitri Odia News.