ହାଇକୋର୍ଟରେ ବୈକୁଣ୍ଠ ଧାମ ଆଶ୍ରମ ମାମଲା । ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ।

କନକ ବ୍ୟୁରୋ: ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମ ମାମଲାକୁ ନେଇ ହାଇକୋର୍ଟରେ ଶୁଣାଣି । ଆଶ୍ରମକୁ ଯୋଗ ସ୍କୁଲ କରିବା ପାଇଁ ମିଳିଥିବା ଅନୁମତି ପତ୍ର ନକଲି ବୋଲି କୋର୍ଟଙ୍କୁ ଜଣାଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ହାଇକୋର୍ଟ କହିଛନ୍ତି, ଚିଠି ଯଦି ନକଲି, ତେବେ ସତ୍ୟପାଠ ଦିଅ । ଉଚ୍ଛେଦ ରୋକିବା ପାଇଁ ବୈକୁଣ୍ଠ ଧାମ ଆଶ୍ରମ ପକ୍ଷରୁ ଚିଠି ପୂର୍ବରୁ କୋର୍ଟରେ ଦର୍ଶାଯାଇଥିଲା । ଏହି ଆଧାରରେ ଉଚ୍ଛେଦ ଉପରେ କଟକଣା ଲାଗିଥିଲା । ତେବେ ଅନୁମତି ପତ୍ର ନକଲି ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ କୋର୍ଟଙ୍କୁ ଜଣାଇବା ପରେ ହାଇକୋର୍ଟ ଏହା ଉପରେ ସତ୍ୟପାଠ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଜାନୁଆରୀ ୩ ତାରିଖରେ ହେବ ।   