ହାଇଟେକ୍‌ ମେଡିକାଲ ବିସ୍ଫୋରଣ ଘଟଣା: ଛାରଖାର ହୋଇଗଲା ଦୁଇ ପରିବାର, ମୃତଦେହ କାହାର ତାହାକୁ ନେଇ ଚର୍ଚ୍ଚା

ଖୋର୍ଦ୍ଧା,୫ା୧(ପ୍ରଭାତ ପାଣିଗ୍ରାହୀ): ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ହାଇଟେକ୍‌ ହସ୍ପିଟାଲରେ ଗତ ୨୯ ତାରିଖରେ ଘଟିଥିବା ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ଡେଲାଙ୍ଗ ଥାନା ଅନ୍ତର୍ଗତ ବଅଙ୍ଗ ଗ୍ରାମର ଦିଲ୍ଲୀପ ସାମନ୍ତରାୟ ମୃତ ନୁହେଁ ବରଂ ଜୀବିତ। ବିସ୍ଫୋରଣରେ ଆହତ ୪ଜଣଙ୍କ ମଧ୍ୟରୁ ଗତ ୩୧ ତାରିଖରେ ଦିଲ୍ଲୀପଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ଏପରି କି ସେହି ଅନୁସାରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିଲେ। ପରେ ପରିବାର ଲୋକ […] The post ହାଇଟେକ୍‌ ମେଡିକାଲ ବିସ୍ଫୋରଣ ଘଟଣା: ଛାରଖାର ହୋଇଗଲା ଦୁଇ ପରିବାର, ମୃତଦେହ କାହାର ତାହାକୁ ନେଇ ଚର୍ଚ୍ଚା appeared first on Dharitri Odia News.

ହାଇଟେକ୍‌ ମେଡିକାଲ ବିସ୍ଫୋରଣ ଘଟଣା: ଛାରଖାର ହୋଇଗଲା ଦୁଇ ପରିବାର, ମୃତଦେହ କାହାର ତାହାକୁ ନେଇ ଚର୍ଚ୍ଚା

ଖୋର୍ଦ୍ଧା,୫ା୧(ପ୍ରଭାତ ପାଣିଗ୍ରାହୀ): ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ହାଇଟେକ୍‌ ହସ୍ପିଟାଲରେ ଗତ ୨୯ ତାରିଖରେ ଘଟିଥିବା ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ଡେଲାଙ୍ଗ ଥାନା ଅନ୍ତର୍ଗତ ବଅଙ୍ଗ ଗ୍ରାମର ଦିଲ୍ଲୀପ ସାମନ୍ତରାୟ ମୃତ ନୁହେଁ ବରଂ ଜୀବିତ। ବିସ୍ଫୋରଣରେ ଆହତ ୪ଜଣଙ୍କ ମଧ୍ୟରୁ ଗତ ୩୧ ତାରିଖରେ ଦିଲ୍ଲୀପଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ଏପରି କି ସେହି ଅନୁସାରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିଲେ। ପରେ ପରିବାର ଲୋକ ମୃତଦେହକୁ ସଂସ୍କାର କରିଥିଲେ। ତେବେ ମାତ୍ର ୨ବର୍ଷ ତଳେ ବିବାହ କରିଥିବା ଦିଲ୍ଲୀପଙ୍କ ସ୍ତ୍ରୀ ସୌମ୍ୟାଶ୍ରୀ ଜେନା ସ୍ବାମୀଙ୍କ ମୃତ୍ୟୁକୁ ସହ୍ୟ କରି ନ ପାରି ଗତ ୧ତାରିଖରେ ବାପ ଘରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିଥିଲେ। ଗୁରୁବାର ରାତିରେ ଦିଲ୍ଲୀପ ବଞ୍ଚିଥିବା ନେଇ ଖବର ଜଣାପଡ଼ିବା ପରେ ସବୁଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଦୁଇ ପରିବାର ଏବେ ଛାରଖାର ହୋଇଗଲା। ଗୋଟିଏ ପଟେ ଝିଅକୁ ହରାଇ ପରିବାର ଲୋକେ ଭାଙ୍ଗି ପଡ଼ିଥିବା ବେଳେ ସେପଟେ ପୁଅ ଦିଲ୍ଲୀପଙ୍କ ମୃତ୍ୟୁ ଖବର ପରେ ଜୀବିତ ନେଇ ଖବର ପାଇବା ପରେ ବୋହୂକୁ ହରାଇ ମାନସିକ ଦୁଶ୍ଚିନ୍ତାରେ ରହିଛନ୍ତି। ପରିବାରରେ କାନ୍ଦ ବୋବାଳିରେ ଫାଟି ପଡୁଛି। ଜଟଣୀ ନୂଆଗାଁସ୍ଥିତ ପରିବାର ସଦସ୍ୟ, ସ୍ଥାନୀୟ ବାସିନ୍ଦା ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରିଛନ୍ତି। ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଦିଲ୍ଲୀପଙ୍କ ସୁରକ୍ଷାକୁ ନେଇ ପରିବାର ଲୋକେ ଚିନ୍ତିତ ହୋଇପଡ଼ିଛନ୍ତି। ତାଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଉଭୟ ପରିବାର ଦାବି କହିଛନ୍ତି। ତେବେ ମୃତଦେହ କାହାର ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅନ୍ୟପଟେ କମିଶନରେଟ୍‌ ପୋଲିସ ଘଟଣାର ତନାଘନା ଚଳାଇଛି।

ପ୍ରକାଶ ଯେ, ଦିଲ୍ଲୀପ ମୃତ୍ୟୁବରଣ କରିଥିବା କହି ତାଙ୍କ ପରିବାରକୁ ଯେଉଁ ମୃତଦେହ ଦିଆଯାଇଥିଲା, ତାହା ଏବେ କାହାର ବୋଲି ପ୍ରଶ୍ନ ଉଠିଛି ବିସ୍ଫୋରଣରେ ଆହତ ସମସ୍ତଙ୍କ ପରିଚୟ ପ୍ରଦାନ କରା ନ ଯିବା ଏପରି କି ପୋଲିସ ମଧ୍ୟ କିଛି ସୂଚନା ଦେଇ ନ ଥିବାରୁ ଘଟଣା ଅଧିକ ରହସ୍ୟାବୃତ୍ତ ହେଉଛି।

ଦିଲ୍ଲୀପ ବଞ୍ଚୁଥିବା ଖବର ଶୁଣାଯିବା ପରେ ସମସ୍ତେ ଏବେ ହରଡ଼ଘଣାରେ ପଡ଼ିଛନ୍ତି । ମେଡିକାଲ କର୍ତ୍ତୃପକ୍ଷ ଭୁଲ୍‌ ବୋଲି ପରିବାର ଗଣମାଧ୍ୟମ ଆଗରେ କହିଛନ୍ତି। ହାଇଟେକ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଦୁଇ ଗୁରୁତରଙ୍କ ମଧ୍ୟରୁ ଜଣଙ୍କ ଚେତା ଫେରିଛି। ଏହାପରେ ସେ ନିଜକୁ ଦିଲ୍ଲୀପ ବୋଲି ପରିଚୟ ପରେ ଘଟଣା ପଦାକୁ ଆସିଛି। ମଞ୍ଚେଶ୍ୱର ଥାନା ପୋଲିସ ଟିମ୍‌ ଏନେଇ ତନାଘନା ଜାରି ରଖିଛି। ଏପରିକି ଦିଲ୍ଲୀପଙ୍କ ମୃତ ଶରୀରକୁ ଚିହ୍ନଟ କରିଥିବା ଉକ୍ତ ଏଜେନ୍ସି କର୍ତ୍ତୃପକ୍ଷଙ୍କୁ ମଧ୍ୟ ପଚରାଉଚରା କରୁଥିବା ଜଣାପଡ଼ିଛି।

The post ହାଇଟେକ୍‌ ମେଡିକାଲ ବିସ୍ଫୋରଣ ଘଟଣା: ଛାରଖାର ହୋଇଗଲା ଦୁଇ ପରିବାର, ମୃତଦେହ କାହାର ତାହାକୁ ନେଇ ଚର୍ଚ୍ଚା appeared first on Dharitri Odia News.