ହାଇଦ୍ରବାଦ୍‌ରେ ସବୁଠାରୁ ଅଧିକ ଯାତ୍ରୀ ଗସ୍ତ: ତୀର୍ଥ କ୍ଷେତ୍ରରେ ଲୋକଙ୍କ ପସନ୍ଦ ପୁରୀ ଓ ବାରାଣସୀ

ନୂଆଦିଲ୍ଲୀ: ବର୍ତ୍ତମାନ ପର୍ଯ୍ୟଟନ ସମୟ ଚାଲିଛି। ବିଭିନ୍ନ ଐତିହାସିକ ସ୍ଥାନ, ଧାର୍ମିକ ସ୍ଥାନରେ ପର୍ଯ୍ୟଟକଙ୍କ ଆଗମନ ହେଉଛି। ତେବେ ତୀର୍ଥ ସ୍ଥାନ ଭାବେ ଲୋକେ ବାରାଣସୀ, ହରିଦ୍ୱାରା ଏବଂ ପୁରୀକୁ ଅଧିକ ପସନ୍ଦ କରୁଛନ୍ତି। ଓୟୋର ଟ୍ରାଭେଲୋପିଡିଆ ୨୦୨୪ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ସେହିପରି ଉତ୍ତର ପ୍ରଦେଶର ଗୋବର୍ଦ୍ଧନ,ଦେଓଘର, ଓ ପାଲାନୀରେ ପର୍ଯ୍ୟଟକଙ୍କ ସଂଖ୍ୟା ପୂର୍ବ ଅପେକ୍ଷା ବଢୁଛି ବୋଲି ଓୟୋ ତା ରିପୋର୍ଟରେ ଦର୍ଶାଇଛି। ଓୟୋ ୨୪ ଡିସେମ୍ବର ୨୦୨୪ ରେ ଟ୍ରାଭେଲଭେଡିଆ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ, ଭବିଷ୍ୟତର ଟେକ୍‌ ଜାଏଣ୍ଟ ହେବାକୁ ଯାଉଥିବା ହାଇଦ୍ରାବାଦ ୨୦୨୪ର ଭାରତର ସର୍ବାଧିକ ବୁକ୍ ହୋଇଥିବା ସହର ହୋଇଛି। ତା’ ପଛକୁ ବେଙ୍ଗାଲୁରୁ ଏବଂ ଦିଲ୍ଲୀ  ରହିଥିବା ବେଳେ ତାଲିକାରେ କୋଲକାତା ଚତୁର୍ଥ ସ୍ଥାନରେ ରହିଛି।ଦେଶର ସବୁଠାରୁ ଜନବହୁଳ ରାଜ୍ୟ ଉତ୍ତରପ୍ରଦେଶକୁ ସର୍ବାଧିକ ଲୋକେ ଭ୍ରମଣ କରିଛନ୍ତି। ତା’ ପଛକୁ ମହାରାଷ୍ଟ୍ର, ତେଲେଙ୍ଗାନା ଏବଂ କର୍ଣ୍ଣାଟକରେ ମଧ୍ୟ ବହୁ ସଂଖ୍ୟାରେ ବୁକିଂ ହୋଇଛି। OYO ର ବାର୍ଷିକ 'ଟ୍ରାଭେଲଭେଡିଆ ୨୦୨୪' ରିପୋର୍ଟରେ ଟ୍ରାଭେଲ ଟେକ୍ କମ୍ପାନୀର ବୁକିଂ ତଥ୍ୟ ଉପରେ ଆଧାର କରି ସମଗ୍ର ଭାରତରେ କେଉଁଭଳି ଯାତ୍ରୀ ଯାତ୍ରା କରୁଛନ୍ତି ତାର ରିପୋର୍ଟ ପ୍ରଦାନ କରୁଛି। 

ହାଇଦ୍ରବାଦ୍‌ରେ ସବୁଠାରୁ ଅଧିକ ଯାତ୍ରୀ ଗସ୍ତ: ତୀର୍ଥ କ୍ଷେତ୍ରରେ ଲୋକଙ୍କ ପସନ୍ଦ ପୁରୀ ଓ ବାରାଣସୀ

ନୂଆଦିଲ୍ଲୀ: ବର୍ତ୍ତମାନ ପର୍ଯ୍ୟଟନ ସମୟ ଚାଲିଛି। ବିଭିନ୍ନ ଐତିହାସିକ ସ୍ଥାନ, ଧାର୍ମିକ ସ୍ଥାନରେ ପର୍ଯ୍ୟଟକଙ୍କ ଆଗମନ ହେଉଛି। ତେବେ ତୀର୍ଥ ସ୍ଥାନ ଭାବେ ଲୋକେ ବାରାଣସୀ, ହରିଦ୍ୱାରା ଏବଂ ପୁରୀକୁ ଅଧିକ ପସନ୍ଦ କରୁଛନ୍ତି। ଓୟୋର ଟ୍ରାଭେଲୋପିଡିଆ ୨୦୨୪ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ସେହିପରି ଉତ୍ତର ପ୍ରଦେଶର ଗୋବର୍ଦ୍ଧନ,ଦେଓଘର, ଓ ପାଲାନୀରେ ପର୍ଯ୍ୟଟକଙ୍କ ସଂଖ୍ୟା ପୂର୍ବ ଅପେକ୍ଷା ବଢୁଛି ବୋଲି ଓୟୋ ତା ରିପୋର୍ଟରେ ଦର୍ଶାଇଛି। 

ଓୟୋ ୨୪ ଡିସେମ୍ବର ୨୦୨୪ ରେ ଟ୍ରାଭେଲଭେଡିଆ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ, ଭବିଷ୍ୟତର ଟେକ୍‌ ଜାଏଣ୍ଟ ହେବାକୁ ଯାଉଥିବା ହାଇଦ୍ରାବାଦ ୨୦୨୪ର ଭାରତର ସର୍ବାଧିକ ବୁକ୍ ହୋଇଥିବା ସହର ହୋଇଛି। ତା’ ପଛକୁ ବେଙ୍ଗାଲୁରୁ ଏବଂ ଦିଲ୍ଲୀ  ରହିଥିବା ବେଳେ ତାଲିକାରେ କୋଲକାତା ଚତୁର୍ଥ ସ୍ଥାନରେ ରହିଛି।

ଦେଶର ସବୁଠାରୁ ଜନବହୁଳ ରାଜ୍ୟ ଉତ୍ତରପ୍ରଦେଶକୁ ସର୍ବାଧିକ ଲୋକେ ଭ୍ରମଣ କରିଛନ୍ତି। ତା’ ପଛକୁ ମହାରାଷ୍ଟ୍ର, ତେଲେଙ୍ଗାନା ଏବଂ କର୍ଣ୍ଣାଟକରେ ମଧ୍ୟ ବହୁ ସଂଖ୍ୟାରେ ବୁକିଂ ହୋଇଛି। OYO ର ବାର୍ଷିକ 'ଟ୍ରାଭେଲଭେଡିଆ ୨୦୨୪' ରିପୋର୍ଟରେ ଟ୍ରାଭେଲ ଟେକ୍ କମ୍ପାନୀର ବୁକିଂ ତଥ୍ୟ ଉପରେ ଆଧାର କରି ସମଗ୍ର ଭାରତରେ କେଉଁଭଳି ଯାତ୍ରୀ ଯାତ୍ରା କରୁଛନ୍ତି ତାର ରିପୋର୍ଟ ପ୍ରଦାନ କରୁଛି।