ହାଇଦ୍ରାବାଦରେ ନିର୍ଯାତିତ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା,୨୩ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ଥାନା ଟିକ୍ରାପଡ଼ା ଗାଁର ଦାଦନ ଶ୍ରମିକ ମଦନ ବନଗୋଳା(୧୯) ହାଇଦ୍ରାବାଦରେ ନିର୍ଯାତିତ ହେଉଥିବା ନେଇ ଜିଲା ଶ୍ରମ ଅଧିକାରୀଙ୍କଠାରେ ଅଭିଯୋଗ ହୋଇଥିଲା। ଜିଲା ଅତିରିକ୍ତ ଶ୍ରମ ଅଧିକାରୀ ମନୋରଞ୍ଜନ ନାୟକଙ୍କ ହସ୍ତକ୍ଷେପ ପରେ ରବିବାର ମଦନ ଉଦ୍ଧାର ହୋଇ ଗାଁକୁ ଫେରୁଛନ୍ତି। ମିଳିଥିବା ସୂଚନା ମୁତାବକ, ଟିକ୍ରାପଡା ଗାଁର ପୁସ୍ତମ ବନଗୋଳା (୩୭), ସ୍ତ୍ରୀ ରେଣୁକା ଶବର(୨୭), ପୁଅ ମଦନ ବନଗୋଳା ଓ ରେଣୁକାଙ୍କ ବଡ ଭଉଣୀ କୁନ୍ତଳା […] The post ହାଇଦ୍ରାବାଦରେ ନିର୍ଯାତିତ ଦାଦନ ଶ୍ରମିକ ଉଦ୍ଧାର appeared first on Dharitri Odia News.

ହାଇଦ୍ରାବାଦରେ ନିର୍ଯାତିତ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା,୨୩ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ଥାନା ଟିକ୍ରାପଡ଼ା ଗାଁର ଦାଦନ ଶ୍ରମିକ ମଦନ ବନଗୋଳା(୧୯) ହାଇଦ୍ରାବାଦରେ ନିର୍ଯାତିତ ହେଉଥିବା ନେଇ ଜିଲା ଶ୍ରମ ଅଧିକାରୀଙ୍କଠାରେ ଅଭିଯୋଗ ହୋଇଥିଲା। ଜିଲା ଅତିରିକ୍ତ ଶ୍ରମ ଅଧିକାରୀ ମନୋରଞ୍ଜନ ନାୟକଙ୍କ ହସ୍ତକ୍ଷେପ ପରେ ରବିବାର ମଦନ ଉଦ୍ଧାର ହୋଇ ଗାଁକୁ ଫେରୁଛନ୍ତି।

ମିଳିଥିବା ସୂଚନା ମୁତାବକ, ଟିକ୍ରାପଡା ଗାଁର ପୁସ୍ତମ ବନଗୋଳା (୩୭), ସ୍ତ୍ରୀ ରେଣୁକା ଶବର(୨୭), ପୁଅ ମଦନ ବନଗୋଳା ଓ ରେଣୁକାଙ୍କ ବଡ ଭଉଣୀ କୁନ୍ତଳା ଶବର (୩୨) ୨୦୨୪ ସେପ୍ଟେମ୍ବରରେ ଦାଦନ ସର୍ଦ୍ଦାର ସହାୟତାରେ ହାଇଦ୍ରାବାଦର ନରପୁର କଟାପେଟ ଇଟାଭାଟିକୁ ଇଟା ତିଆରି କରିବା ପାଇଁ ଯାଇଥିଲେ।

ସେଠାରେ ୩ ମାସ ଅନ୍ୟ କାମକରି ଡିସେମ୍ବର ୧ରୁ ଇଟା ତିଆରି କାମରେ ନିୟୋଜିତ ଥିଲେ। ଏପରିସ୍ଥଳେ ଫେବୃଆରୀ ୧ରେ କୁନ୍ତଳାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ସେଠାରେ ବିଭିନ୍ନ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଭଲ ନ ହେବାରୁ ଏବେ ତାଙ୍କୁ ରାୟପୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କୁ ଦେଖାରଖା ପାଇଁ ପୁସ୍ତମ ଓ ରେଣୁକା ରାୟପୁର ଆସିଥିବା ବେଳେ ହାଇଦ୍ରାବାଦରେ ଥିବା ମଦନଙ୍କୁ ଇଟାଭାଟି ମାଲିକ ନିର୍ଯାତନ ଦେଉଥିବା ନେଇ ମା’ ବାପା ଜିଲା ଶ୍ରମ କାର୍ଯ୍ୟାଳୟରେ ଅଭିଯୋଗ କରି ଉଦ୍ଧାର ପାଇଁ ନିବେଦନ କରିଥିଲେ।

ଜିଲା ଅତିରିକ୍ତ ଶ୍ରମ ଅଧିକାରୀ ନାୟକ ଇଟାଭାଟି ମାଲିକ ଓ ଦାଦନ ସର୍ଦ୍ଦାର ସହ କଥା ହୋଇ ମଦନଙ୍କୁ ଉଦ୍ଧାର କରି ଫେରାଇ ଆଣୁଛନ୍ତି। ସୋମବାର ସେ ଘରେ ପହଞ୍ଚିବେ ବୋଲି ଜଣାପଡିଛି। ଅତିରିକ୍ତ ଶ୍ରମ ଅଧିକାରୀ ନାୟକ କହିଛନ୍ତି, ଚଳିତବର୍ଷ ପାଖାପାଖି ୫୦ରୁ ଊର୍ଦ୍ଧ୍ୱ ଦାଦନ ଶ୍ରମିକ ଉଦ୍ଧାର ହୋଇସାରିଲେଣି। ଜିଲାରେ ୧୩୮ଜଣ ଦାଦନ ସର୍ଦ୍ଦାର ଅଛନ୍ତି ା ସେମାନଙ୍କ କାଗଜାତ ଯାଞ୍ଚ ହେବ। ମଙ୍ଗଳବାର ଓ ଶନିବାର ୩୫ ଜଣ ଲେଖାଏ ଆସିବେ। ଯାହାର କାଗଜାତ ଠିକ ନ ଥିବ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

The post ହାଇଦ୍ରାବାଦରେ ନିର୍ଯାତିତ ଦାଦନ ଶ୍ରମିକ ଉଦ୍ଧାର appeared first on Dharitri Odia News.