ହାଇବ୍ରିଡ ମୋଡେଲ୍ ଦରକାର ନାହିଁ, ପୂରା ଟୁର୍ଣ୍ଣାମେଣ୍ଟ ପାକିସ୍ତାନରେ ହେବ: ପିସିବି ଅଧ୍ୟକ୍ଷ
ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆୟୋଜନ ଅଧିକାର ପାକିସ୍ତାନ ପାଖରେ ରହିଛି। ଅନ୍ୟପକ୍ଷେ ସୁରକ୍ଷା କାରଣରୁ ଭାରତ ଚାମ୍ପିଅନ୍ସ ଟ୍ରଫି ଖେଳିବା ପାଇଁ ପାକିସ୍ତାନ ଯିବାକୁ ମନା କରି ଦେଇଛି। ଭାରତ ନିଜର ମ୍ୟାଚ୍ ହାଇବ୍ରିଡ ମୋଡେଲ୍ ଆଧାରରେ ଅନ୍ୟ କୌଣସି ଦେଶରେ ଖେଳିବାକୁ ଚାହୁଁଛି। କିନ୍ତୁ ପାକିସ୍ତାନ ହାଇବ୍ରିଡ ମୋଡେଲ୍ରେ ମ୍ୟାଚ୍ ଆୟୋଜନ ନ କରିବାକୁ ନିଜ ଜିଦରେ ଅଟଳ ରହିଛି। ପିସିବି ପୂରା ଚାମ୍ପିଅନ୍ସ ଟ୍ରଫିର ଆୟୋଜନ ପାକିସ୍ତାନରେ କରାଇବାକୁ ଚାହୁଁଛି। ଏହି କ୍ରମରେ ପିସିବି ଅଧ୍ୟକ୍ଷ ମୋହସିନ ନକଭି ସୋମବାର ପୁଣି ଥରେ ହାଇବ୍ରିଡ ମୋଡେଲ୍କୁ ଖାରଜ କରିଛନ୍ତି। ଏଥିସହ ସେ ଭାରତକୁ ଅନୁରୋଧ ମଧ୍ୟ କରିଛନ୍ତି।Also read: ପର୍ଥରେ ପତିଆରା ଲଢେଇ,ବିଶ୍ୱ ଦେଖିବ ଜବରଦସ୍ତ ଟେଷ୍ଟ କ୍ରିକେଟ ଟକ୍କରଭାରତ ମନା କରିବା ପରେ ଆଇସିସି ଗୋଟିଏ ସପ୍ତାହ ପୂର୍ବେ ହାଇବ୍ରିଡ ମୋଡେଲ୍କୁ ନେଇ ପିସିବିଠୁ ଜବାବ ଲୋଡ଼ିଥିଲା। ନକଭି ଲାହୋରରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଆମେ ଆଇସିସିକୁ ନିଜର ଜବାବ ପଠାଇ ଦେଇଛୁ। ଆଉ ଆଇସିସିର ପ୍ରତି ଉତ୍ତରକୁ ଅପେକ୍ଷା କରିଛୁ। ମୋ ମତରେ କ୍ରୀଡ଼ା ଓ ରାଜନୀତିକୁ ଅଲଗା ରଖିବା ଉଚିତ୍। କୌଣସି ବି ଦେଶକୁ ଏହା ବିରୋଧରେ ଯିବା ଉଚିତ୍ ନୁହେଁ। ଏବେ ବି ମୋତେ ଚମ୍ପିଅନ୍ସ ଟ୍ରଫିର ସକରାତ୍ମକ ପରିଣାମକୁ ନେଇ ଆଶା ରହିଛି। ଆମେ ହାଇବ୍ରିଡ ମୋଡ଼େଲ କେବେ ବି ଆପଣାଇବୁ ନ
ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆୟୋଜନ ଅଧିକାର ପାକିସ୍ତାନ ପାଖରେ ରହିଛି। ଅନ୍ୟପକ୍ଷେ ସୁରକ୍ଷା କାରଣରୁ ଭାରତ ଚାମ୍ପିଅନ୍ସ ଟ୍ରଫି ଖେଳିବା ପାଇଁ ପାକିସ୍ତାନ ଯିବାକୁ ମନା କରି ଦେଇଛି। ଭାରତ ନିଜର ମ୍ୟାଚ୍ ହାଇବ୍ରିଡ ମୋଡେଲ୍ ଆଧାରରେ ଅନ୍ୟ କୌଣସି ଦେଶରେ ଖେଳିବାକୁ ଚାହୁଁଛି। କିନ୍ତୁ ପାକିସ୍ତାନ ହାଇବ୍ରିଡ ମୋଡେଲ୍ରେ ମ୍ୟାଚ୍ ଆୟୋଜନ ନ କରିବାକୁ ନିଜ ଜିଦରେ ଅଟଳ ରହିଛି। ପିସିବି ପୂରା ଚାମ୍ପିଅନ୍ସ ଟ୍ରଫିର ଆୟୋଜନ ପାକିସ୍ତାନରେ କରାଇବାକୁ ଚାହୁଁଛି। ଏହି କ୍ରମରେ ପିସିବି ଅଧ୍ୟକ୍ଷ ମୋହସିନ ନକଭି ସୋମବାର ପୁଣି ଥରେ ହାଇବ୍ରିଡ ମୋଡେଲ୍କୁ ଖାରଜ କରିଛନ୍ତି। ଏଥିସହ ସେ ଭାରତକୁ ଅନୁରୋଧ ମଧ୍ୟ କରିଛନ୍ତି।
Also read: ପର୍ଥରେ ପତିଆରା ଲଢେଇ,ବିଶ୍ୱ ଦେଖିବ ଜବରଦସ୍ତ ଟେଷ୍ଟ କ୍ରିକେଟ ଟକ୍କର
ଭାରତ ମନା କରିବା ପରେ ଆଇସିସି ଗୋଟିଏ ସପ୍ତାହ ପୂର୍ବେ ହାଇବ୍ରିଡ ମୋଡେଲ୍କୁ ନେଇ ପିସିବିଠୁ ଜବାବ ଲୋଡ଼ିଥିଲା। ନକଭି ଲାହୋରରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଆମେ ଆଇସିସିକୁ ନିଜର ଜବାବ ପଠାଇ ଦେଇଛୁ। ଆଉ ଆଇସିସିର ପ୍ରତି ଉତ୍ତରକୁ ଅପେକ୍ଷା କରିଛୁ। ମୋ ମତରେ କ୍ରୀଡ଼ା ଓ ରାଜନୀତିକୁ ଅଲଗା ରଖିବା ଉଚିତ୍। କୌଣସି ବି ଦେଶକୁ ଏହା ବିରୋଧରେ ଯିବା ଉଚିତ୍ ନୁହେଁ। ଏବେ ବି ମୋତେ ଚମ୍ପିଅନ୍ସ ଟ୍ରଫିର ସକରାତ୍ମକ ପରିଣାମକୁ ନେଇ ଆଶା ରହିଛି। ଆମେ ହାଇବ୍ରିଡ ମୋଡ଼େଲ କେବେ ବି ଆପଣାଇବୁ ନାହିଁ। ଆମେ ଚାମ୍ପିଅନ୍ସ ଟ୍ରଫିର ଆୟୋଜ ସଂପୂର୍ଣ୍ଣ ଭାବେ ପାକିସ୍ତାନରେ ଆୟୋଜନ କରାଇବୁ।
ପିସିବି ମୁଖ୍ୟ କହିଛନ୍ତି, ସଂପ୍ରତି ଚାମ୍ପିଅନ୍ସ ଟ୍ରଫି ପାଇଁ ଯୋଗ୍ୟତା ଅର୍ଜନ କରିଥିବା ପ୍ରତ୍ୟେକ ଦଳ ପାକିସ୍ତାନ ଆସିବାକୁ ପ୍ରସ୍ତତ। ଅନ୍ୟ କୌଣସି ଦଳର କିଛି ସମସ୍ୟା ନାହିଁ। ମୁଁ ଆଜି ବି କହୁଛି ଯଦି ଭାରତର କୌଣସି ଚିନ୍ତା ରହିଛି ତେବେ ଆମ ସହ ଆଲୋଚନା କରନ୍ତୁ। ଆମେ ସେମାନଙ୍କ ଚିନ୍ତାକୁ ଦୂର କରି ପାରିବୁ। ମୋତେ ଲାଗୁନି ଗସ୍ତ ନ କରିବା ପଛରେ କିଛି କାରଣ ଥିବ। ନକଭିଙ୍କୁ ପ୍ରଶ୍ନ ହୋଇଥିଲା ଯେ, ଯଦି ପିସିବିଠୁ ଆୟୋଜନର ଅଧିକାର ଛଡ଼ାଇ ନିଆଯାଏ ତେବେ କଣ ବୋର୍ଡ ଏହି ଟୁର୍ଣ୍ଣାମେଣ୍ଟରୁ ଓହରିବା ଉପରେ ବିଚାର କରିବ ? ସେ କହିଛନ୍ତି, ପାକିସ୍ତାନର ଗୌରବ ସର୍ବପରି।