ହାଇୱା ଓ ମୋଟର ସାଇକେଲ ମଧ୍ୟରେ ଧକ୍କା,ଦୁଇ ଆହତ।
ଲକ୍ଷ୍ମୀପୁର ୦୪/୦୧ ଇମିସ… କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ଟିମାଝୋଲା ଛକ ନିକଟ ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ଏକ ହାଇୱା ଓ ମୋଟର ସାଇକେଲ ମଧ୍ୟ ରେ ଧକ୍କା ହେବାରୁ ଦୁଇଜଣ ଗୁରୁତର ଆହତ ହୋଇଥିବା ବେଳେ ଅଳ୍ପକେ ଜଣେ ମହିଳା ଓ ତାଙ୍କର ଆଠ ମାସର ଏକ ଝିଅ ବର୍ତ୍ତୀ ଯାଇଛନ୍ତି। ଗୁରୁତ୍ୱର ଦୁହିଁଙ୍କୁ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ କୋରାପୁଟ ଏସଏଲ ଏନ […] The post ହାଇୱା ଓ ମୋଟର ସାଇକେଲ ମଧ୍ୟରେ ଧକ୍କା,ଦୁଇ ଆହତ। appeared first on Odisha.News.

ଲକ୍ଷ୍ମୀପୁର ୦୪/୦୧ ଇମିସ…
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ଟିମାଝୋଲା ଛକ ନିକଟ ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ଏକ ହାଇୱା ଓ ମୋଟର ସାଇକେଲ ମଧ୍ୟ ରେ ଧକ୍କା ହେବାରୁ ଦୁଇଜଣ ଗୁରୁତର ଆହତ ହୋଇଥିବା ବେଳେ ଅଳ୍ପକେ ଜଣେ ମହିଳା ଓ ତାଙ୍କର ଆଠ ମାସର ଏକ ଝିଅ ବର୍ତ୍ତୀ ଯାଇଛନ୍ତି। ଗୁରୁତ୍ୱର ଦୁହିଁଙ୍କୁ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ କୋରାପୁଟ ଏସଏଲ ଏନ ମେଡିକାଲ କଲେଜ କୁ ସ୍ଥାନାନ୍ତର କରାଯାଇଛି। ଖବର ଅନୁଯାୟୀ ଦଶମନ୍ତପୁର ବ୍ଲକ ବିରିଗୁଡା ଗ୍ରାମର କାର୍ତିକ ହିକକା ତାଙ୍କ ସ୍ତ୍ରୀ ଚୈତି ଜମ୍ବେକା, ଆଠ ମାସର ଝିଅ ଆମିଆ ହିକକା ସହ ଅନ୍ୟ ଏକ ଆଠ ବର୍ଷର ସମ୍ପର୍କୀୟ ଝିଅ ଝିମା ହିକକା କୁ ଧରି ମୋଟରସାଇକେଲ ରେ ଲକ୍ଷ୍ମୀପୁର ଅଭିମୁଖେ ଯାଉଥିଲେ। ସେହି ସମୟରେ ତାଙ୍କ ସାମନା ପଟୁ ଆସୁଥିବା ଏକ ହାଇୱା ସହ ମୋଟରସାଇକେଲ ମଧ୍ୟରେ ଧକ୍କା ହୋଇଥିଲା।ରାସ୍ତା କଡରେ ସମସ୍ତେ ପଡି ରହିଥିବା ଦେଖି କିଛି ଲୋକ ସାହାଯ୍ୟର ହାତ ବଢ଼ାଇ ସମସ୍ତଙ୍କୁ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଇଥିଲେ। ସେଠାରେ କାର୍ତିକଙ୍କ ସମେତ ସମ୍ପର୍କୀୟ ଝିଅ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କର ଆଠ ମାସର ଝିଅ ଓ ସ୍ତ୍ରୀଙ୍କର କିଛି ହୋଇ ନଥିବା ଜଣା ପଡିଛି।ଏନେଇ ଲକ୍ଷ୍ମୀପୁର ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଦୁର୍ଘଟଣା ଘଟାଇ ଥିବା ହାଇୱାର ସନ୍ଧାନ କରାଯାଉଛି ବୋଲି ପୋଲିସ କହିଛି।
The post ହାଇୱା ଓ ମୋଟର ସାଇକେଲ ମଧ୍ୟରେ ଧକ୍କା,ଦୁଇ ଆହତ। appeared first on Odisha.News.