ହାଇୱା ଧକ୍କାରେ ମହିଳା ଗୁରୁତର

କୋକସରା,୩ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଡ଼ହଗାଁ ପଞ୍ଚାୟତ ଡ଼ହଗାଁର କୁମାରମଣି ନାଏକଙ୍କ ସ୍ତ୍ରୀ ଗୀତା ନାଏକ (୫୨) ଦୀର୍ଘବର୍ଷ ହେବେ ମାନସିକ ଅନଗ୍ରସର ଅବସ୍ଥାରେ ଗାଁରେ ବୁଲାବୁଲି କରୁଥିଲେ। ସୋମବାର ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଏକ ହାଇୱା ତାଙ୍କୁ ଧକ୍କା ଦେବାରୁ ସେ ଗୁରୁତର ହୋଇପଡିଥିଲେ। ତାଙ୍କୁ କୋକସରା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। The post ହାଇୱା ଧକ୍କାରେ ମହିଳା ଗୁରୁତର appeared first on Dharitri Odia News.

ହାଇୱା ଧକ୍କାରେ ମହିଳା ଗୁରୁତର

କୋକସରା,୩ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଡ଼ହଗାଁ ପଞ୍ଚାୟତ ଡ଼ହଗାଁର କୁମାରମଣି ନାଏକଙ୍କ ସ୍ତ୍ରୀ ଗୀତା ନାଏକ (୫୨) ଦୀର୍ଘବର୍ଷ ହେବେ ମାନସିକ ଅନଗ୍ରସର ଅବସ୍ଥାରେ ଗାଁରେ ବୁଲାବୁଲି କରୁଥିଲେ। ସୋମବାର ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଏକ ହାଇୱା ତାଙ୍କୁ ଧକ୍କା ଦେବାରୁ ସେ ଗୁରୁତର ହୋଇପଡିଥିଲେ। ତାଙ୍କୁ କୋକସରା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

The post ହାଇୱା ଧକ୍କାରେ ମହିଳା ଗୁରୁତର appeared first on Dharitri Odia News.