‘ହାଉସଫୁଲ ୫’ର ଟ୍ରେଲର ଆଉଟ୍

ମୁମ୍ବାଇ: ବଲିଉଡର ହିଟ୍ ଫିଲ୍ମ ହାଉସଫୁଲର ପଞ୍ଚମ ସଂସ୍କରଣ ‘ହାଉସଫୁଲ ୫’ର ଟ୍ରେଲର ବର୍ତ୍ତମାନ୍ ରିଲିଜ ହୋଇ ସାରିଛି।ଏହି ଫିଲ୍ମରେ ପୁଣି ଥରେ  ଅକ୍ଷୟ କୁମାର ଏବଂ ରିତେଶ ଦେଶମୁଖଙ୍କ ଯୋଡ଼ିକୁ ଦେଖିବାକୁ ମିଳିବ। ଏଥିସହିତ ଏହି ଫିଲ୍ମରେ କିଛି ନୂଆ ଚେହେରା ମଧ୍ୟ ଦେଖିବାକୁ ମିଳିବ। ଏଥିରେ ଅକ୍ଷୟ କୁମାର, ରିତେଶ ଦେଶମୁଖଙ୍କ ବ୍ୟତୀତ ସଞ୍ଜୟ ଦତ୍ତ, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍, ନର୍ଗିସ୍ ଫଖ୍ରୀ, ସୋନମ୍ ବାଜୱାଙ୍କୁ ବିଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ। ଏହି ଫିଲ୍ମକୁ ସାଜିଦ […] The post ‘ହାଉସଫୁଲ ୫’ର ଟ୍ରେଲର ଆଉଟ୍ appeared first on Odisha.News.

‘ହାଉସଫୁଲ ୫’ର ଟ୍ରେଲର ଆଉଟ୍

ମୁମ୍ବାଇ: ବଲିଉଡର ହିଟ୍ ଫିଲ୍ମ ହାଉସଫୁଲର ପଞ୍ଚମ ସଂସ୍କରଣ ‘ହାଉସଫୁଲ ୫’ର ଟ୍ରେଲର ବର୍ତ୍ତମାନ୍ ରିଲିଜ ହୋଇ ସାରିଛି।ଏହି ଫିଲ୍ମରେ ପୁଣି ଥରେ  ଅକ୍ଷୟ କୁମାର ଏବଂ ରିତେଶ ଦେଶମୁଖଙ୍କ ଯୋଡ଼ିକୁ ଦେଖିବାକୁ ମିଳିବ। ଏଥିସହିତ ଏହି ଫିଲ୍ମରେ କିଛି ନୂଆ ଚେହେରା ମଧ୍ୟ ଦେଖିବାକୁ ମିଳିବ।

ଏଥିରେ ଅକ୍ଷୟ କୁମାର, ରିତେଶ ଦେଶମୁଖଙ୍କ ବ୍ୟତୀତ ସଞ୍ଜୟ ଦତ୍ତ, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍, ନର୍ଗିସ୍ ଫଖ୍ରୀ, ସୋନମ୍ ବାଜୱାଙ୍କୁ ବିଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ। ଏହି ଫିଲ୍ମକୁ ସାଜିଦ ନାଡିଆଡୱାଲା ନିର୍ମାଣ କରୁଥିବା ବେଳେ ତରୁଣ ମନସୁଖାନିଙ୍କ ଦ୍ୱାରା ନିର୍ଦ୍ଦେଶିତ ହେଉଛି। ଫିଲ୍ମର ଟ୍ରେଲର୍ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ସଂପୂର୍ଣ୍ଣ ମନୋରଞ୍ଜନରେ ଭରପୁର ରହିଛି।

ଫିଲ୍ମର ଟ୍ରେଲରରେ ଦେଖାଯାଉଛି ଯେ ରଞ୍ଜିତ ତାଙ୍କ ପୁଅ ଜଲିଙ୍କ ଜନ୍ମଦିନରେ ତାଙ୍କର ସମସ୍ତ ସମ୍ପତ୍ତି ହସ୍ତାନ୍ତର କରିବାକୁ ଚାହୁଁଛନ୍ତି। ଯାହାପରେ ଅଭିଷେକ ବଚ୍ଚନ, ରିତେଶ ଏବଂ ଅକ୍ଷୟଙ୍କ ମଧ୍ୟରେ ଜଲି ହେବା ନେଇ ସଂଘର୍ଷ ଦେଖାଯାଉଛି। କୋଟି କୋଟି ଟଙ୍କାର ସମ୍ପତ୍ତି ପାଇଁ ସେମାନେ ନିଜକୁ ଜାଲି  କହି ପରିଚୟ ଦେଉଛନ୍ତି। କିନ୍ତୁ ଏହି ସମୟରେ କ୍ରୁଜ୍‌ରେ ତିନି ଜଣଙ୍କ ପ୍ରେମିକାଙ୍କ ଅଦଳବଦଳ ହୋଇଯାଉଛି ଯାହା ଫଳରେ କାହାଣୀରେ  ଟ୍ୱିଷ୍ଟ୍ ଆସିଯାଇଛି।

ଏତେ ବଡ଼ ଷ୍ଟାରକାଷ୍ଟକୁ ନେଇ ଫିଲ୍ମଟି ଆସନ୍ତା ମାସ ଜୁନ ୬ରେ ମୁକ୍ତିଲାଭ କରିବ। ଫିଲ୍ମରେ ସଞ୍ଜୟ ଦତ୍ତଙ୍କ ଚରିତ୍ର କାହାଣୀକୁ ଅଧିକ ଦମଦାର କରିପାରିଛି। ଅଭିନେତ୍ରୀ ଭୂମିକା ରେ ଥିବା  ଜ୍ୟାକଲିନ୍ ଏବଂ ନର୍ଗିସ୍ ମଧ୍ୟ ଫିଲ୍ମରେ ଗ୍ଲାମର ଯୋଡ଼ିବାରେ କୌଣସି କସରତ ଛାଡ଼ୁନାହାଁନ୍ତି।

The post ‘ହାଉସଫୁଲ ୫’ର ଟ୍ରେଲର ଆଉଟ୍ appeared first on Odisha.News.