ହାଣ୍ଡିଶାଳରେ ମହଙ୍ଗାମାଡ଼; ସବୁ ମହଙ୍ଗା, ଖାଇବୁ କ'ଣ ?
କନକ ବ୍ୟୁରୋ : ରାଜ୍ୟରେ ବେଲଗାମ ହୋଇଛି ଅତ୍ୟାବଶ୍ୟକ ସାମଗ୍ରୀର ଦର । ଲୋକ କଣ ଖାଇବେ କଣ ବଜାରରୁ କିଣିବେ ସେ ନେଇ ଚିନ୍ତାରେ ପଡ଼ିଲେଣି । ଖାଇବା ତେଲ, ଅଟାଠାରୁ ଆରମ୍ଭ କରି ପରିବା ଦର ବି ଚଢ଼ା ରହିଛି । ବିଧାସଭାରେ ବି ଆଜି ଏହି ପ୍ରସଙ୍ଗ ଉଠାଇ ସରକାରକୁ ଘେରିଛନ୍ତି ବିରୋଧୀ । ଆୟ ଆଧାରୁ ଅଧିକ ଯାଉଛି କେବଳ ଖାଇବା ଜିନିଷରେ । ବଜାରରେ କେବଳ ଆଳୁ ଓ ପିଆଜ ଦର ଚଢା ବୋଲି ଧାରଣା ସୃଷ୍ଟି କରାଯାଉଛି । କିନ୍ତୁ ଏହାକୁ ଛାଡ଼ିଦେଲେ ଡାଲି ରସୁଣଠାରୁ ଆରମ୍ଭ କରି ଲୁଣ, ତେଲ, ଅଟା ଓ ପରିବା ଦର ବଜାରରେ ବେଲଗାମ ହୋଇଛି । ଲୋକେ ଏବେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଡରିଲେଣି । ଆମଦାନୀ ଶୁଳ୍କ ବୃଦ୍ଧି ଯୋଗୁଁ ତେଲ ମହଙ୍ଗା ହୋଇଛି । ମୋଟ ଉପରେ କହିବାକୁ ଗଲେ ଦରଦାମ ବୃଦ୍ଧିରେ ଲୋକେ ତ୍ରାହି ତ୍ରାହି ଡାକିଲେଣି । ଅଧିକ ବାଧୁଛି, ରାଜ୍ୟ ସରକାର କିମ୍ବା ସ୍ଥାନୀୟ ପ୍ରଶାସନ ଦର ନିୟନ୍ତ୍ରଣ କରିବାରେ ପଦକ୍ଷେପ ନ ନେବା । ସେପଟେ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି ନେଇ ବିଧାନସଭାରେ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ । ବିଜେଡି ଓ କଂଗ୍ରେସ ସରକାରଙ୍କୁ ଏ ନେଇ କାଠଗଡ଼ାରେ ଠିଆ କରାଇଛନ୍ତି । କିନ୍ତୁ ଯୋଗାଣମନ୍ତ୍ରୀ ଦରବୃଦ୍ଧିର କାରଣ ପାଇଁ ପାଣିପାଗ ଅନିୟମିତତା ଓ ପ୍ରତିକୂଳ ପାଗକୁ ଦୋଷଠେଲି ନିଜେ ହାତ ଟେକିଦେଇଛନ୍ତି । ବଡ଼ କଥା ହେଲା, ପଶ୍ଚିମବଙ୍ଗ ଓ ତେଲେଙ୍ଗାନା ଅପେକ୍ଷା ଓଡିଶାରେ ମୁଦ୍ରାସ୍ପୀତି ଅଧିକ ରହ

କନକ ବ୍ୟୁରୋ : ରାଜ୍ୟରେ ବେଲଗାମ ହୋଇଛି ଅତ୍ୟାବଶ୍ୟକ ସାମଗ୍ରୀର ଦର । ଲୋକ କଣ ଖାଇବେ କଣ ବଜାରରୁ କିଣିବେ ସେ ନେଇ ଚିନ୍ତାରେ ପଡ଼ିଲେଣି । ଖାଇବା ତେଲ, ଅଟାଠାରୁ ଆରମ୍ଭ କରି ପରିବା ଦର ବି ଚଢ଼ା ରହିଛି । ବିଧାସଭାରେ ବି ଆଜି ଏହି ପ୍ରସଙ୍ଗ ଉଠାଇ ସରକାରକୁ ଘେରିଛନ୍ତି ବିରୋଧୀ ।
ଆୟ ଆଧାରୁ ଅଧିକ ଯାଉଛି କେବଳ ଖାଇବା ଜିନିଷରେ । ବଜାରରେ କେବଳ ଆଳୁ ଓ ପିଆଜ ଦର ଚଢା ବୋଲି ଧାରଣା ସୃଷ୍ଟି କରାଯାଉଛି । କିନ୍ତୁ ଏହାକୁ ଛାଡ଼ିଦେଲେ ଡାଲି ରସୁଣଠାରୁ ଆରମ୍ଭ କରି ଲୁଣ, ତେଲ, ଅଟା ଓ ପରିବା ଦର ବଜାରରେ ବେଲଗାମ ହୋଇଛି । ଲୋକେ ଏବେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଡରିଲେଣି । ଆମଦାନୀ ଶୁଳ୍କ ବୃଦ୍ଧି ଯୋଗୁଁ ତେଲ ମହଙ୍ଗା ହୋଇଛି ।
ମୋଟ ଉପରେ କହିବାକୁ ଗଲେ ଦରଦାମ ବୃଦ୍ଧିରେ ଲୋକେ ତ୍ରାହି ତ୍ରାହି ଡାକିଲେଣି । ଅଧିକ ବାଧୁଛି, ରାଜ୍ୟ ସରକାର କିମ୍ବା ସ୍ଥାନୀୟ ପ୍ରଶାସନ ଦର ନିୟନ୍ତ୍ରଣ କରିବାରେ ପଦକ୍ଷେପ ନ ନେବା ।
ସେପଟେ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି ନେଇ ବିଧାନସଭାରେ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ । ବିଜେଡି ଓ କଂଗ୍ରେସ ସରକାରଙ୍କୁ ଏ ନେଇ କାଠଗଡ଼ାରେ ଠିଆ କରାଇଛନ୍ତି । କିନ୍ତୁ ଯୋଗାଣମନ୍ତ୍ରୀ ଦରବୃଦ୍ଧିର କାରଣ ପାଇଁ ପାଣିପାଗ ଅନିୟମିତତା ଓ ପ୍ରତିକୂଳ ପାଗକୁ ଦୋଷଠେଲି ନିଜେ ହାତ ଟେକିଦେଇଛନ୍ତି ।
ବଡ଼ କଥା ହେଲା, ପଶ୍ଚିମବଙ୍ଗ ଓ ତେଲେଙ୍ଗାନା ଅପେକ୍ଷା ଓଡିଶାରେ ମୁଦ୍ରାସ୍ପୀତି ଅଧିକ ରହିଛି, ଯାହାଫଳରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବି ବଢୁଛି ।