ହାତ ଛାଡି ଏନସିପିରେ ମିଶିଲେ ବାବା ସିଦ୍ଦିକିଙ୍କ ପୁଅ, ଅଜିତ ପାୱାରଙ୍କ ଟିମରେ ହେଲେ ସାମିଲ

ମହାରାଷ୍ଟ୍ର ୨୫/୧୦: ଅଜିତ ପାୱାରଙ୍କ ଟିମରେ ସାମିଲ ହେଲେ ପୂର୍ବତନ ଦିବଂଗତ ଏନସିପି ନେତା ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକ । ମହାରାଷ୍ଟ୍ର ନିର୍ବାଚନ ମଧ୍ୟରେ ସେ ହାତ ଛାଡ଼ି ଏନସିପିର ଅଜିତ ପାୱାରଙ୍କ ଟିମରେ ଯୋଗ ଦେଇଛନ୍ତି । ବିଧିବଦ୍ଧ ଭାବେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି ଜିଶାନ । ଏହାରି ମଧ୍ୟରେ ଆଜି ମଧ୍ୟ ଅଜିତ ପାୱାରଙ୍କ ଏନସିପି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଦଳର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଜିଶାନଙ୍କୁ ଟିକେଟ୍ ମିଳିଛି । ସେ ବାନ୍ଦ୍ରା (ପୂର୍ବ) ଆସନରୁ ବିଧାନସଭା ନିର୍ବାଚନ ଲଢିବେ । କଂଗ୍ରେସରେ ଥିବାବେଳେ ଜିଶାନ ୨୦୧୯ରେ ଏହି ଆସନରୁ ପ୍ରାର୍ଥୀ ହେବା ସହ ବିଜୟୀ ମଧ୍ୟ ହୋଇଥିଲେ । ଚଳିତ ନିର୍ବାଚନରେ ଜିଶାନଙ୍କୁ ଟକ୍କର ଦେବେ ଉଦ୍ଧବ ଠାକରେଙ୍କ ଭଣଜା ବରୁଣ ସରଦେସାଇ । Baba Siddiqui's son Zeeshan joins NCP as candidate for Vandre East constituency ahead of Maharashtra electionsRead @ANI Story | https://t.co/mMTes8ZurP #BabaSiddiqui #NCP #Maharashtraelections #Mumbai #ZeeshanSiddiqui pic.twitter.com/wvSwtPnGJO— ANI Digital (@ani_digital) October 25, 2024ଚଳିତ ନିର୍ବାଚନରେ ଉଦ୍ଧବ ଠାକରେଙ୍କ ଶିବସେନା, କଂଗ୍ରେସ ଏବଂ ଶରଦ ପାୱାରଙ୍କ ଏନସିପିର ମ

ହାତ ଛାଡି ଏନସିପିରେ ମିଶିଲେ ବାବା ସିଦ୍ଦିକିଙ୍କ ପୁଅ, ଅଜିତ ପାୱାରଙ୍କ ଟିମରେ ହେଲେ ସାମିଲ

ମହାରାଷ୍ଟ୍ର ୨୫/୧୦: ଅଜିତ ପାୱାରଙ୍କ ଟିମରେ ସାମିଲ ହେଲେ ପୂର୍ବତନ ଦିବଂଗତ ଏନସିପି ନେତା ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକ । ମହାରାଷ୍ଟ୍ର ନିର୍ବାଚନ ମଧ୍ୟରେ ସେ ହାତ ଛାଡ଼ି ଏନସିପିର ଅଜିତ ପାୱାରଙ୍କ ଟିମରେ ଯୋଗ ଦେଇଛନ୍ତି । ବିଧିବଦ୍ଧ ଭାବେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି ଜିଶାନ । 

ଏହାରି ମଧ୍ୟରେ ଆଜି ମଧ୍ୟ ଅଜିତ ପାୱାରଙ୍କ ଏନସିପି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଦଳର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଜିଶାନଙ୍କୁ ଟିକେଟ୍ ମିଳିଛି । ସେ ବାନ୍ଦ୍ରା (ପୂର୍ବ) ଆସନରୁ ବିଧାନସଭା ନିର୍ବାଚନ ଲଢିବେ । କଂଗ୍ରେସରେ ଥିବାବେଳେ ଜିଶାନ ୨୦୧୯ରେ ଏହି ଆସନରୁ ପ୍ରାର୍ଥୀ ହେବା ସହ ବିଜୟୀ ମଧ୍ୟ ହୋଇଥିଲେ । ଚଳିତ ନିର୍ବାଚନରେ ଜିଶାନଙ୍କୁ ଟକ୍କର ଦେବେ ଉଦ୍ଧବ ଠାକରେଙ୍କ ଭଣଜା ବରୁଣ ସରଦେସାଇ । 


ଚଳିତ ନିର୍ବାଚନରେ ଉଦ୍ଧବ ଠାକରେଙ୍କ ଶିବସେନା, କଂଗ୍ରେସ ଏବଂ ଶରଦ ପାୱାରଙ୍କ ଏନସିପିର ମହା ବିକାଶ ଅଗାଡି ମିଳିତ ମଞ୍ଚ ଏବଂ ବିଜେପି, ଏକନାଥ ସିନ୍ଦେଙ୍କ ଶିବସେନା, ଅଜିତ ପାୱାରଙ୍କ ଏନସିପିର ମିଳିତ ମଞ୍ଚ ମହାୟୁତି ମଧ୍ୟରେ କଡ଼ା ଟକ୍କର ହେଉଛି। ଉଭୟ ମିଳିତ ମଞ୍ଚ ଅର୍ଦ୍ଧାଧିକ ପ୍ରାର୍ଥୀ ତାଲିକା ଘୋଷଣା କରି ସାରିଲେଣି । ଏନସିପି (ଅଜିତ ପାୱାର) ଜିଶାନଙ୍କ ସହ ଅନ୍ୟ ସାତ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । 

ତାସଗାଓଁରୁ ସଞ୍ଜୟ କାକା ପାଟିଲଙ୍କୁ ଟିକେଟ ମିଳି ଥିବାବେଳେ ଇସଲାମପୁରରୁ ନିଶିକାନ୍ତ ଭୋସଲେ, ବଡଗାଓଁ ଶେରିରୁ ସୁନୀଲ ଟିଂଗରେ, ଶିରୁର ଜ୍ଞାନେଶ୍ୱର କଟକେ ଏବଂ ଲୋହାରୁ ପ୍ରତାପ ପାଟିଲ ପ୍ରାର୍ଥୀ ହୋଇଛନ୍ତି। ଏମାନଙ୍କ ବ୍ୟତୀତ ନବାବ ମଲିକଙ୍କ ଝିଅ ସନା ମଲିକଙ୍କୁ ଅଣୁଶକ୍ତି ନାଗରରୁ ଟିକେଟ୍ ମିଳିଛି । ଆସନ୍ତା ୨୦ରେ ମହାରାଷ୍ଟ୍ରର ସମସ୍ତ ୨୮୮ ଆସନରେ ଭୋଟ ହେବ । ୨୩ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ ।