‘ହାତ’ ଛାଡି ‘ଝାଡୁ’ ଧରିଲେ ବିଧାୟକ

ଚଣ୍ଡିଗଡ,୧୫।୩: ପଞ୍ଜାବରେ କଂଗ୍ରେସକୁ ଏକ ବଡ ଝଟ୍‌କା ଲାଗିଛି। କଂଗ୍ରେସ ବିଧାନସଭା ଦଳର ଉପନେତା ତଥା ବିଧାୟକ ରାଜକୁମାର ଚାବୱାଲ ଦଳ ତଥା ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ଏହା ପରେ ସେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚି ଆମ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନ ତାଙ୍କୁ ପାର୍ଟିରେ ସ୍ବାଗତ କରିଥିଲେ। ଆମ ଆଦମୀ ପାର୍ଟି ପକ୍ଷରୁ ସେ ହୋଶିଆରପୁର ଲୋକ ସଭା ନିର୍ବାଚନମଣ୍ଡଳୀରୁ ଏମ୍‌ପି ନିର୍ବାଚନରେ ସ୍ଥାନ ପାଇବେ। କଂଗ୍ରେସ ଟିକେଟରେ ରାଜକୁମାର […] The post ‘ହାତ’ ଛାଡି ‘ଝାଡୁ’ ଧରିଲେ ବିଧାୟକ appeared first on Dharitri Odia News.

‘ହାତ’ ଛାଡି ‘ଝାଡୁ’ ଧରିଲେ ବିଧାୟକ

ଚଣ୍ଡିଗଡ,୧୫।୩: ପଞ୍ଜାବରେ କଂଗ୍ରେସକୁ ଏକ ବଡ ଝଟ୍‌କା ଲାଗିଛି। କଂଗ୍ରେସ ବିଧାନସଭା ଦଳର ଉପନେତା ତଥା ବିଧାୟକ ରାଜକୁମାର ଚାବୱାଲ ଦଳ ତଥା ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ଏହା ପରେ ସେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚି ଆମ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନ ତାଙ୍କୁ ପାର୍ଟିରେ ସ୍ବାଗତ କରିଥିଲେ। ଆମ ଆଦମୀ ପାର୍ଟି ପକ୍ଷରୁ ସେ ହୋଶିଆରପୁର ଲୋକ ସଭା ନିର୍ବାଚନମଣ୍ଡଳୀରୁ ଏମ୍‌ପି ନିର୍ବାଚନରେ ସ୍ଥାନ ପାଇବେ।
କଂଗ୍ରେସ ଟିକେଟରେ ରାଜକୁମାର ଦୁଇଥର ବିଧାୟକ ହୋଇଛନ୍ତି। ଚାବୱାଲଙ୍କୁ ଦଲିତ ସମ୍ପ୍ରଦାୟର ଜଣେ ବଡ ନେତା ଭାବରେ ବିବେଚନା କରାଯାଏ। ସେ ଦୀର୍ଘ ଦିନ ଧରି ପଞ୍ଜାବ ପ୍ରଦେଶ କଂଗ୍ରେସର ଏସସି ସେଲର ରାଜ୍ୟ ସଭାପତି ମଧ୍ୟ ରହିଆସିଛନ୍ତି। ସେ ଗତ ଲୋକ ସଭା ନିର୍ବାଚନରେ କଂଗ୍ରେସ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ହେଁ ବିଜେପିର ସୋମପ୍ରକାଶ ତାଙ୍କୁ ପରାସ୍ତ କରିଥିଲେ।

The post ‘ହାତ’ ଛାଡି ‘ଝାଡୁ’ ଧରିଲେ ବିଧାୟକ appeared first on Dharitri Odia News.