ହାତ ଯୋଡି ପୁଣି କ୍ଷମା ମାଗିଲେ ରଣବୀର ଆହ୍ଲାବାଦିଆ, କହିଲେ-ମୁଁ କଣ୍ଟେଣ୍ଟ ଦାୟିତ୍ୱର ସହ କରିବି...
ମୁମ୍ଵାଇ ୩୧।୦୩; ୟୁଟ୍ୟୁବର ତଥା ଷ୍ଟାଣ୍ଡଅପ୍ କମେଡିଆନ୍ ରଣବୀର ଆହ୍ଲାବାଦିଆ । ଗତ ଫେବ୍ରୁଆରୀ ମାସରେ ହୋଇଥିବା ବିବାଦରେ ଫସିରହିଥିଲେ। ଦୁଇ ମାସ ପରେ ରବିବାର ୟୁଟ୍ୟୁବ୍ରେ ପ୍ରଥମ ଭିଡ଼ିଓ ପୋଷ୍ଟ କରିଛନ୍ତି। ଏହି ଭିଡ଼ିଓରେ ରଣବୀର ଲୋକଙ୍କୁ ଥାଙ୍କୟୁ୍ କହିଛନ୍ତି। ଯିଏକି ବିବାଦର ସମୟରେ ତାଙ୍କୁ ସପୋର୍ଟ ଦେଇଥିଲେ। ସେ ସେହି ଲୋକଙ୍କୁ କ୍ଷମା ମାଗିଛନ୍ତି , ଯାହାଙ୍କୁ ତାଙ୍କ କଥା ଖରାପ ଲାଗିଥିଲା। ସେ ଏହି ଭିଡ଼ିଓକୁ ନୂଆ ଆରମ୍ଭ କହିଛନ୍ତି ଏବଂ ପ୍ରତିଶ୍ରୁତି ଦେଇଛନ୍ତି କି, ସେ ଯେଉଁ କଣ୍ଟେଣ୍ଟ କରିବେ ତାକୁ ଖୁବ୍ ଧ୍ୟାନର ସହ କରିବେ। View this post on InstagramA post shared by Ranveer Allahbadia (@beerbiceps)ରଣବୀର ତାଙ୍କ ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବରେ 'ଦି ରଣବୀର ଶୋ' ପୋଡକାଷ୍ଟ ପୁନଃଆରମ୍ଭ କରିଛନ୍ତି। ସେ ତାଙ୍କ ସମ୍ପୂର୍ଣ୍ଣ ଟିମ୍ ସହିତ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ବହୁତ ଖୁସି ଦେଖାଯାଉଛି। ରଣବୀର ତାଙ୍କ ବଡ଼ମାନଙ୍କ ଆଶୀର୍ବାଦରେ ଏହି ନୂତନ ଯାତ୍ରା ଆରମ୍ଭ କରିଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି, 'ଯେଉଁମାନେ ମୋତେ ଭଲ ପାଆନ୍ତି ସେମାନଙ୍କୁ ଓ ଏହି ବ୍ରହ୍ମାଣ୍ଡକୁ ଧନ୍ୟବାଦ।' ଏକ ନୂତନ ଅଧ୍ୟାୟ ଆରମ୍ଭ ହେଉଛି, ପୁନର୍ଜନ୍ମ।View this post on InstagramA post shared by Ranveer Allahbadia (@ranveerallahbadia)ଏହା ସ
ମୁମ୍ଵାଇ ୩୧।୦୩; ୟୁଟ୍ୟୁବର ତଥା ଷ୍ଟାଣ୍ଡଅପ୍ କମେଡିଆନ୍ ରଣବୀର ଆହ୍ଲାବାଦିଆ । ଗତ ଫେବ୍ରୁଆରୀ ମାସରେ ହୋଇଥିବା ବିବାଦରେ ଫସିରହିଥିଲେ। ଦୁଇ ମାସ ପରେ ରବିବାର ୟୁଟ୍ୟୁବ୍ରେ ପ୍ରଥମ ଭିଡ଼ିଓ ପୋଷ୍ଟ କରିଛନ୍ତି। ଏହି ଭିଡ଼ିଓରେ ରଣବୀର ଲୋକଙ୍କୁ ଥାଙ୍କୟୁ୍ କହିଛନ୍ତି। ଯିଏକି ବିବାଦର ସମୟରେ ତାଙ୍କୁ ସପୋର୍ଟ ଦେଇଥିଲେ। ସେ ସେହି ଲୋକଙ୍କୁ କ୍ଷମା ମାଗିଛନ୍ତି , ଯାହାଙ୍କୁ ତାଙ୍କ କଥା ଖରାପ ଲାଗିଥିଲା। ସେ ଏହି ଭିଡ଼ିଓକୁ ନୂଆ ଆରମ୍ଭ କହିଛନ୍ତି ଏବଂ ପ୍ରତିଶ୍ରୁତି ଦେଇଛନ୍ତି କି, ସେ ଯେଉଁ କଣ୍ଟେଣ୍ଟ କରିବେ ତାକୁ ଖୁବ୍ ଧ୍ୟାନର ସହ କରିବେ।
ରଣବୀର ତାଙ୍କ ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବରେ 'ଦି ରଣବୀର ଶୋ' ପୋଡକାଷ୍ଟ ପୁନଃଆରମ୍ଭ କରିଛନ୍ତି। ସେ ତାଙ୍କ ସମ୍ପୂର୍ଣ୍ଣ ଟିମ୍ ସହିତ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ବହୁତ ଖୁସି ଦେଖାଯାଉଛି। ରଣବୀର ତାଙ୍କ ବଡ଼ମାନଙ୍କ ଆଶୀର୍ବାଦରେ ଏହି ନୂତନ ଯାତ୍ରା ଆରମ୍ଭ କରିଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି, 'ଯେଉଁମାନେ ମୋତେ ଭଲ ପାଆନ୍ତି ସେମାନଙ୍କୁ ଓ ଏହି ବ୍ରହ୍ମାଣ୍ଡକୁ ଧନ୍ୟବାଦ।' ଏକ ନୂତନ ଅଧ୍ୟାୟ ଆରମ୍ଭ ହେଉଛି, ପୁନର୍ଜନ୍ମ।
ଏହା ସହ ଆହ୍ଲାବାଦିଆ ଲମ୍ଵା ଭିଡ଼ିଓଟିର ଆରମ୍ଭ ଏକ ମଣ୍ଟାଜ୍ରୁ କରିଛନ୍ତି। ସେଥିରେ ଲେଖିଛନ୍ତି – କହିବାକୁ ଆହୁରି ବହୁତ କିଛି ଅଛି , କିନ୍ତୁ ଏବେ ନୁହେଁ । ଏହା ପରେ ରଣବୀର ହାତ ଯୋଡ଼ି ସେହି ଲୋକଙ୍କୁ ଧନ୍ୟବାଦ ଦେଉଛନ୍ତି ,ଯିଏକି ତାଙ୍କୁ ଅସୁବିଧା ସମୟରେ ତାଙ୍କ ସହ ଠିଆ ହୋଇଥିଲେ। ସେ କହିଛନ୍ତି ଯେ, ଏହା ତାଙ୍କ ପାଇଁ ଖୁବ୍ ମୁସ୍କିଲର ସମୟ ଥିଲା। ଏହି ସମୟରେ ଲୋକଙ୍କ ପଜିଟିଭ୍ ମେସେଜ୍ ତାଙ୍କୁ ବହୁତ ସାହାଯ୍ୟ କରିଛି। ଯେଉଁଥିରେ ସେ ତାଙ୍କ କ୍ରୁର ସଦସ୍ୟଙ୍କୁ ଧନ୍ୟବାଦ ଦେଇଛନ୍ତି । ଟିମ୍ରୁ କେହି ଜଣେ ବି ଏହି ସମୟରେ ଇସ୍ତଫା ଦେଇ ନାହାନ୍ତି।
ଏହାସହ ରଣବୀର ନିଜର କଣ୍ଟେଣ୍ଟ କ୍ରିଏସନକୁ ନେଇ ମଧ୍ୟ କହିଛନ୍ତି ମୁଁ ଶପଥ କରୁଛି କି, ଆଗାମୀ ୨୦ରୁ ୩୦ ବର୍ଷ ଯାଏ କଣ୍ଟେଣ୍ଟ ଦାୟିତ୍ୱର ସହ କରିବି। ମୁଁ ବୁଝି ଗଲି ଯେ, ମୋ କାନ୍ଧରେ ବଡ଼ ଦାୟିତ୍ୱ ରହିଛି। ମୁଁ ଏହି ପୂର୍ଣ୍ଣବିରାମ ପରେ ନୂଆ କାହାଣୀ ଲେଖିବାକୁ ଚେଷ୍ଟା କରିବି। ମୋର ଆଶା ଯେ , ଆପଣ ମୋତେ ସପୋର୍ଟ କରିବେ।