ହାତକୁ ଦି’ ହାତ ହେଲେ ଓଡ଼ିଆ ଚେସ୍ ତାରକା ପଦ୍ମିନୀ ରାଉତ, ଜୟକିଶିନ ମନକାନୀଙ୍କୁ କଲେ ବିବାହ
ଭୁବନେଶ୍ୱର (କେନ୍ୟୁଜ): ବିବାହ ବନ୍ଧନରେ ବାନ୍ଧି ହେଲେ ଓଡ଼ିଆ ଚେସ୍ ତାରକା ପଦ୍ମିନୀ ରାଉତ। ମୁମ୍ବାଇର ଜୟକିଶିନ ମନକାନୀଙ୍କୁ ପଦ୍ମିନୀ ରାଉତ ବିବାହ କରିଛନ୍ତି। ଭୁବନେଶ୍ବରର ପଟିଆ ଅଞ୍ଚଳରେ ଥିବା ଏକ ତାରକା ହୋଟେଲରେ ହିନ୍ଦୁ ବୈଦିକ ରୀତିରେ ପଦ୍ମିନୀ ରାଉତ ଓ ଜୟକିଶିନି ମନକାନୀଙ୍କ ମଧ୍ୟରେ ବିବାହ ସମ୍ପନ୍ନ ହୋଇଛି। ଏହି ବିବାହ ଉତ୍ସବରେ ଓଡ଼ିଶା ସମେତ ଦେଶର ନାମୀଦାମୀ ଚେସ୍ ତାରକା ଓ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ। ମୁମ୍ବଇର ଜୟକିଶିନ ମନକାନୀ ଜଣେ ଚେସ […] The post ହାତକୁ ଦି’ ହାତ ହେଲେ ଓଡ଼ିଆ ଚେସ୍ ତାରକା ପଦ୍ମିନୀ ରାଉତ, ଜୟକିଶିନ ମନକାନୀଙ୍କୁ କଲେ ବିବାହ appeared first on KNews Odisha.

ଭୁବନେଶ୍ୱର (କେନ୍ୟୁଜ): ବିବାହ ବନ୍ଧନରେ ବାନ୍ଧି ହେଲେ ଓଡ଼ିଆ ଚେସ୍ ତାରକା ପଦ୍ମିନୀ ରାଉତ। ମୁମ୍ବାଇର ଜୟକିଶିନ ମନକାନୀଙ୍କୁ ପଦ୍ମିନୀ ରାଉତ ବିବାହ କରିଛନ୍ତି। ଭୁବନେଶ୍ବରର ପଟିଆ ଅଞ୍ଚଳରେ ଥିବା ଏକ ତାରକା ହୋଟେଲରେ ହିନ୍ଦୁ ବୈଦିକ ରୀତିରେ ପଦ୍ମିନୀ ରାଉତ ଓ ଜୟକିଶିନି ମନକାନୀଙ୍କ ମଧ୍ୟରେ ବିବାହ ସମ୍ପନ୍ନ ହୋଇଛି। ଏହି ବିବାହ ଉତ୍ସବରେ ଓଡ଼ିଶା ସମେତ ଦେଶର ନାମୀଦାମୀ ଚେସ୍ ତାରକା ଓ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ।
ମୁମ୍ବଇର ଜୟକିଶିନ ମନକାନୀ ଜଣେ ଚେସ ପ୍ରଶଂସକ ଏବଂ ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ପଦ୍ମିନୀ ରାଉତ ତାଙ୍କୁ ବିବାହ କରିବା ପରେ ଚେସ ଖେଳ ଜାରି ରଖିବେ ବୋଲି ସୂଚନା ମିଳିଛି।
ସୂଚନା ଅନୁସାରେ ପଦ୍ମିନୀ ରାଉତ ଜାତୀୟ ମହିଳା ଚେସ୍ ଚାମ୍ପିୟନସିପ୍ରେ ଲଗାତାର ୨୦୧୪, ୨୦୧୫, ୨୦୧୬ ଓ ୨୦୧୭ ୪ ବର୍ଷ ଧରି ଜିତି ଓଡ଼ିଶା ପାଇଁ ଗୌରବ ଆଣିଥିଲେ। ୨୦୧୫ ରେ ସେ ରାଜ୍ୟ ଗୋଷ୍ଠୀ ମହିଳା ଚାମ୍ପିୟନସିପ ଜିତିଥିଲେ।
The post ହାତକୁ ଦି’ ହାତ ହେଲେ ଓଡ଼ିଆ ଚେସ୍ ତାରକା ପଦ୍ମିନୀ ରାଉତ, ଜୟକିଶିନ ମନକାନୀଙ୍କୁ କଲେ ବିବାହ appeared first on KNews Odisha.