ହାତରେ କୋଦାଳ ଧରି ପୋଖରୀ ସଫା କଲେ ଶିକ୍ଷା ମନ୍ତ୍ରୀ

ନବରଙ୍ଗପୁର,୨୫।୯(ସଦାଶିବ ପ୍ରହରାଜ): ହାତରେ କୋଦାଳ ଧରି ସଚ୍ଛତା ଅଭିଯାନରେ ଅଗ୍ରସର ହୋଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ବୁଧବାର ସକାଳୁ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ ଉମରକୋଟ ଭାଲୁଗୁଡା ପୋଖରୀ ଅପରିଷ୍କାର ହୋଇ ରହିଥିବା ତାଙ୍କ ନଜରରେ ଆସିଥିଲା। ସେ ନିଜେ କିଛି ସ୍ଥାନୀୟ ଲୋକଙ୍କୁ ନେଇ ପ୍ରଥମେ ପୋଖରୀକୁ ସଫା କରିବା ପାଇଁ ବାହାରିଥିଲେ। ପୋଖରୀ ଚାରି ପାଖରେ ଉଠିଥିବା ଅନାବନା […] The post ହାତରେ କୋଦାଳ ଧରି ପୋଖରୀ ସଫା କଲେ ଶିକ୍ଷା ମନ୍ତ୍ରୀ appeared first on Dharitri Odia News.

ହାତରେ କୋଦାଳ ଧରି ପୋଖରୀ ସଫା କଲେ ଶିକ୍ଷା ମନ୍ତ୍ରୀ

ନବରଙ୍ଗପୁର,୨୫।୯(ସଦାଶିବ ପ୍ରହରାଜ): ହାତରେ କୋଦାଳ ଧରି ସଚ୍ଛତା ଅଭିଯାନରେ ଅଗ୍ରସର ହୋଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ବୁଧବାର ସକାଳୁ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ ଉମରକୋଟ ଭାଲୁଗୁଡା ପୋଖରୀ ଅପରିଷ୍କାର ହୋଇ ରହିଥିବା ତାଙ୍କ ନଜରରେ ଆସିଥିଲା। ସେ ନିଜେ କିଛି ସ୍ଥାନୀୟ ଲୋକଙ୍କୁ ନେଇ ପ୍ରଥମେ ପୋଖରୀକୁ ସଫା କରିବା ପାଇଁ ବାହାରିଥିଲେ। ପୋଖରୀ ଚାରି ପାଖରେ ଉଠିଥିବା ଅନାବନା ଗଛକୁ ସଫା କରିବା ସହ ପାଣିରେ ପଡ଼ିଥିବା ଅଳିଆ ମଧ୍ୟ ସଫା କରିଛନ୍ତି।

ଏହା ପରେ ସ୍ଥାନୀୟ କିଛି ଯୁବକ ମଧ୍ୟ ମନ୍ତ୍ରୀଙ୍କୁ ଏହି ସଫେଇ କାର୍ଯ୍ୟରେ ସହଯୋଗ କରିଥିଲେ। ମନ୍ତ୍ରୀଙ୍କ ଏଭଳି କାମକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି। ସେପଟେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ସ୍ବଚ୍ଛତା ହେଉଛି ମନୁଷ୍ୟର ଗୌରବ। ଏକ ସୁସ୍ଥ, ଆରୋଗ୍ୟ ସମାଜ ଗଠନ ପାଇଁ ସଚ୍ଛତା ରହିବା ଆବଶ୍ୟକ। ସ୍ବପରିବର୍ତ୍ତନ ହିଁ ବିଶ୍ୱ ପରିବର୍ତ୍ତନ। ଆମେ ପ୍ରଥମେ ନିଜେ ଆଗକୁ ପାଦ ବଢାଇବାକୁ ପଡ଼ିବ। ଏହା ପରେ ଆମକୁ ନିଶ୍ଚୟ ବଳ ମିଳିଯିବ।

The post ହାତରେ କୋଦାଳ ଧରି ପୋଖରୀ ସଫା କଲେ ଶିକ୍ଷା ମନ୍ତ୍ରୀ appeared first on Dharitri Odia News.