ହାତରେ ସମ୍ବିଧାନ ଧରି ଶପଥ ନେଲେ ରାହୁଲ, ଭାଜପା ଏମପି କହିଲେ ‘ଜୟ ଶ୍ରୀରାମ’
ନୂଆଦିଲ୍ଲୀ,୨୫।୬: ମଙ୍ଗଳବାର ଉତ୍ତରପ୍ରଦେଶ ରାଏବରେଲିର କଂଗ୍ରେସ ନେତା ତଥା ଏମପି ରାହୁଲ ଗାନ୍ଧୀ ସଂସଦର ସଦସ୍ୟତା ଗ୍ରହଣ କରିଛନ୍ତି। ଏହି ସମୟରେ ରାହୁଲ ଗାନ୍ଧୀ ସମ୍ବିଧାନର ଏକ ନକଲ ସହିତ ଶପଥ ଗ୍ରହଣ କରିବାକୁ ଆସିଥିଲେ। ଶପଥ ଗ୍ରହଣ କରିବା ପରେ ରାହୁଲ ଗାନ୍ଧୀ ଜୟ ହିନ୍ଦ ଏବଂ ଜୟ ସମ୍ବିଧାନର ସ୍ଲୋଗାନ ଦେଇଥିଲେ। ଯେତେବେଳେ ରାହୁଲ ଗାନ୍ଧୀ ଶପଥ ଗ୍ରହଣ କରିବା ପରେ ଦସ୍ତଖତ କରିବାକୁ ଯାଉଥିଲେ, ସେତେବେଳେ ଗୃହରେ ଉପସ୍ଥିତ ଥିବା ଭାରତୀୟ ଜନତା […] The post ହାତରେ ସମ୍ବିଧାନ ଧରି ଶପଥ ନେଲେ ରାହୁଲ, ଭାଜପା ଏମପି କହିଲେ ‘ଜୟ ଶ୍ରୀରାମ’ appeared first on Dharitri Odia News.
ନୂଆଦିଲ୍ଲୀ,୨୫।୬: ମଙ୍ଗଳବାର ଉତ୍ତରପ୍ରଦେଶ ରାଏବରେଲିର କଂଗ୍ରେସ ନେତା ତଥା ଏମପି ରାହୁଲ ଗାନ୍ଧୀ ସଂସଦର ସଦସ୍ୟତା ଗ୍ରହଣ କରିଛନ୍ତି। ଏହି ସମୟରେ ରାହୁଲ ଗାନ୍ଧୀ ସମ୍ବିଧାନର ଏକ ନକଲ ସହିତ ଶପଥ ଗ୍ରହଣ କରିବାକୁ ଆସିଥିଲେ। ଶପଥ ଗ୍ରହଣ କରିବା ପରେ ରାହୁଲ ଗାନ୍ଧୀ ଜୟ ହିନ୍ଦ ଏବଂ ଜୟ ସମ୍ବିଧାନର ସ୍ଲୋଗାନ ଦେଇଥିଲେ। ଯେତେବେଳେ ରାହୁଲ ଗାନ୍ଧୀ ଶପଥ ଗ୍ରହଣ କରିବା ପରେ ଦସ୍ତଖତ କରିବାକୁ ଯାଉଥିଲେ, ସେତେବେଳେ ଗୃହରେ ଉପସ୍ଥିତ ଥିବା ଭାରତୀୟ ଜନତା ପାର୍ଟି(ଭାଜପା)ର ଏମପିମାନେ ଜୟ ‘ଶ୍ରୀ ରାମ’ ସ୍ଲୋଗାନ ଦେଇଥିଲେ।
ସୂଚନାଯୋଗ୍ୟ, ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ବହୁ ବିରୋଧୀ ଏମପି ସମ୍ବିଧାନର ଏକ ନକଲ ଦେଖାଇଥିଲେ। ଏଥି ସହ ରାହୁଲ ଗାନ୍ଧୀ ଏଥର ଉତ୍ତରପ୍ରଦେଶର ରାଏବରେଲି ଲୋକ ସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଛନ୍ତି। ତେବେ ଏହାପୂର୍ବରୁ ସେ କେରଳରେ ୱାୟନାଡ ଏବଂ ଉତ୍ତରପ୍ରଦେଶର ଆମେଠୀରୁ ଲୋକ ସଭାରେ ପ୍ରତିନିଧିତ୍ୱ କରିଛନ୍ତି। ଯେତେବେଳେ ରାହୁଲ ଗାନ୍ଧୀଙ୍କ ନାମ ଶପଥ ପାଇଁ ଡକାଗଲା, ସେତେବେଳେ କଂଗ୍ରେସ ସଦସ୍ୟମାନେ ସେମାନଙ୍କ ସ୍ଥାନରେ ଠିଆ ହୋଇ ’‘ଯୋଡୋ ଯୋଡୋ, ଭାରତ ଯୋଡୋ’ର ସ୍ଲୋଗାନ ଦେବା ଆରମ୍ଭ କରିଥିଲେ।
The post ହାତରେ ସମ୍ବିଧାନ ଧରି ଶପଥ ନେଲେ ରାହୁଲ, ଭାଜପା ଏମପି କହିଲେ ‘ଜୟ ଶ୍ରୀରାମ’ appeared first on Dharitri Odia News.