ହାତୀ ଆକ୍ରମଣ ରେ ବୃଦ୍ଧାଙ୍କ ଜୀବନ ଗଲା
ସମ୍ବଲପୁର: ହାତୀ ମଣିଷ ଲଢେଇର ଅନ୍ତ ଘଟୁନି। ଆଜି ପୁଣି ଏକ ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ଜୀବନ ଯାଇଛି।ସମ୍ବଲପୁର ଜିଲ୍ଲା ଯୁଜୁମୁରା ବ୍ଲକ ନୂଆବାରଙ୍ଗମାଳ ପଞ୍ଚାୟତ ଅଧୀନରେ ଥିବା ଧଧୋଲୋମୁଣ୍ଡା ଠାରେ ଏହି ଘଟଣା ଘଟିଛି। ଗାଁ ଶେଷ ମୁଣ୍ଡରୁ ଗାଁ ର ସନ୍ତୋଷ ବଢ଼ାଇ ନାମକ ଜଣେ ୮୮ ବର୍ଷୀୟ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ଦେଖି ପୋଲିସ ଓ ବନ ବିଭାଗ କର୍ମଚାରୀଙ୍କୁ ଗାଁ ଲୋକେ ଖବର ଦେଇଥିଲେ। ମୃତଦେହ […] The post ହାତୀ ଆକ୍ରମଣ ରେ ବୃଦ୍ଧାଙ୍କ ଜୀବନ ଗଲା appeared first on Odisha.News.

ସମ୍ବଲପୁର: ହାତୀ ମଣିଷ ଲଢେଇର ଅନ୍ତ ଘଟୁନି। ଆଜି ପୁଣି ଏକ ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ଜୀବନ ଯାଇଛି।ସମ୍ବଲପୁର ଜିଲ୍ଲା ଯୁଜୁମୁରା ବ୍ଲକ ନୂଆବାରଙ୍ଗମାଳ ପଞ୍ଚାୟତ ଅଧୀନରେ ଥିବା ଧଧୋଲୋମୁଣ୍ଡା ଠାରେ ଏହି ଘଟଣା ଘଟିଛି। ଗାଁ ଶେଷ ମୁଣ୍ଡରୁ ଗାଁ ର ସନ୍ତୋଷ ବଢ଼ାଇ ନାମକ ଜଣେ ୮୮ ବର୍ଷୀୟ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ଦେଖି ପୋଲିସ ଓ ବନ ବିଭାଗ କର୍ମଚାରୀଙ୍କୁ ଗାଁ ଲୋକେ ଖବର ଦେଇଥିଲେ। ମୃତଦେହ ନିକଟରେ ହାତୀ ପାଦ ଚି଼ହ୍ନ ଦେଖିବାକୁ ମିଳିଥିଲା। ପାଦ ଚି଼ହ୍ନରୁ ହାତୀ ଦ୍ୱାରା ଆକ୍ରମଣ ହୋଇଥିବା ଲୋକେ ସନ୍ଧେହ କରି ପୋଲିସ ଓ ବନ ବିଭାଗ କୁ ଜଣାଇବା ପରେ ଜୁଯୋମୁରା ପୋଲିସ ଓ ବନ ବିଭାଗ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛନ୍ତି। ଆଜି ବଡି ଭୋର ସକାଳୁ ଏହି ଘଟଣା ଘଟିଛି।ହାତୀ ଆକ୍ରମଣ ରେ ସନ୍ତୋଷଙ୍କ ମୃତ୍ୟୁ ହୋଇଥିବା ପଡିଆବାହାଲ ରେଞ୍ଜର ସୁନୀଲ ଖିଲାରି ମଧ୍ୟ୍ୟ ସ୍ପଷ୍ଟ କରିଛନ୍ତି।
ଜୁଯୋମୁରା ବ୍ଲକ ଅଞ୍ଚଳରେ ହାତୀଙ୍କ ଚଳ ପ୍ରଚଳ ଲାଗି ରହିଥିଲେବି ହାତୀଙ୍କ ବିକଳ୍ପ ପାଇଁ ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉଥିବାରୁ ଏହି ଅଞ୍ଚଳରେ ହାତୀ ମଣିଷ ଲଢେଇ ଏକ ନିତିଦିନିଆଁ ଘଟଣାରେ ପରିଣତ ହୋଇଛି।
The post ହାତୀ ଆକ୍ରମଣ ରେ ବୃଦ୍ଧାଙ୍କ ଜୀବନ ଗଲା appeared first on Odisha.News.