ହାତୀ ଉପଦ୍ରବରେ ଅତିଷ୍ଟ ଗ୍ରାମବାସୀ, ସମସ୍ୟାର ସମାଧାନ ଜିଲ୍ଲାପାଳଙ୍କୁ କଲେ ଗୁହାରୀ
ବାରିପଦା ୧୩/୦୬: ପ୍ରତିଦିନ ହାତୀ ଉପଦ୍ରବରେ ଗ୍ରାମବାସୀ ଅତିଷ୍ଠ । ଏହାର ସମାଧାନ ଦାବି କରିଛନ୍ତି ଗ୍ରାମବାସୀ । ବଡ଼ସାହି ବ୍ଲକ ଅନ୍ତର୍ଗତ ଶିଆଳିଘାଟି ପଞ୍ଚାୟତ ଦିନବନ୍ଧୁପୁର ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଗୁହାରୀ କରିଛନ୍ତି । ବାରିପଦା ଠାରେ ଜିଲ୍ଲାପାଳଙ୍କୁ ଜଣା ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କୁ ଗୁରୁବାର ଦିନ ୧୧ଟାରେ ଭେଟି ସମସ୍ୟା ସମାଧାନ ପାଇଁ ଗୁହାରୀ ଜଣାଇଛନ୍ତି । ଉକ୍ତ ଗ୍ରାମରେ ହାତୀପଲ ମାନଙ୍କ ଉପଦ୍ରବ ବିଗତ ଦିନ ମାନଙ୍କରୁ ଜାରି ରହିଛି। ତେବେ ଗତ କିଛି ଦିନ ହେବ ହାତୀଙ୍କ ଉପଦ୍ରବ ଅନେକ ମାତ୍ରାରେ ବୃଦ୍ଧି ପାଇଛି। ଗ୍ରାମ ମଧ୍ୟକୁ ହାତୀ ଅତର୍କିତ ଭାବେ ପ୍ରବେଶ କରି ଧନ ଜୀବନ ନଷ୍ଟ କରୁଛନ୍ତି। ଯାହାକୁ ନେଇ ଗ୍ରାମବାସୀ ମାନେ ରାତିରେ ନଶୋଇ ହାତୀଙ୍କ ଗତିବିଧିକୁ ଜଗି ରହିଛନ୍ତି।
ବାରିପଦା ୧୩/୦୬: ପ୍ରତିଦିନ ହାତୀ ଉପଦ୍ରବରେ ଗ୍ରାମବାସୀ ଅତିଷ୍ଠ । ଏହାର ସମାଧାନ ଦାବି କରିଛନ୍ତି ଗ୍ରାମବାସୀ । ବଡ଼ସାହି ବ୍ଲକ ଅନ୍ତର୍ଗତ ଶିଆଳିଘାଟି ପଞ୍ଚାୟତ ଦିନବନ୍ଧୁପୁର ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଗୁହାରୀ କରିଛନ୍ତି ।
ବାରିପଦା ଠାରେ ଜିଲ୍ଲାପାଳଙ୍କୁ ଜଣା ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କୁ ଗୁରୁବାର ଦିନ ୧୧ଟାରେ ଭେଟି ସମସ୍ୟା ସମାଧାନ ପାଇଁ ଗୁହାରୀ ଜଣାଇଛନ୍ତି । ଉକ୍ତ ଗ୍ରାମରେ ହାତୀପଲ ମାନଙ୍କ ଉପଦ୍ରବ ବିଗତ ଦିନ ମାନଙ୍କରୁ ଜାରି ରହିଛି।
ତେବେ ଗତ କିଛି ଦିନ ହେବ ହାତୀଙ୍କ ଉପଦ୍ରବ ଅନେକ ମାତ୍ରାରେ ବୃଦ୍ଧି ପାଇଛି। ଗ୍ରାମ ମଧ୍ୟକୁ ହାତୀ ଅତର୍କିତ ଭାବେ ପ୍ରବେଶ କରି ଧନ ଜୀବନ ନଷ୍ଟ କରୁଛନ୍ତି। ଯାହାକୁ ନେଇ ଗ୍ରାମବାସୀ ମାନେ ରାତିରେ ନଶୋଇ ହାତୀଙ୍କ ଗତିବିଧିକୁ ଜଗି ରହିଛନ୍ତି।