ହାତୀ ଉପଦ୍ରବରେ ପରିବା ଚାଷ ନଷ୍ଟ

ସମ୍ବଲପୁର: ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଅନ୍ତର୍ଗତ ଝାଙ୍କରପାଲି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ହାତୀ ଉପଦ୍ରବ ଯୋଗୁ ପନିପରିବା ଚାଷ ନଷ୍ଟ ହୋଇଛି। ଏହାସହିତ ଗାଈ ଗୁହାଳ ମଧ୍ୟ ନଷ୍ଟ ହୋଇଯାଇଛି। ସୂଚନାନୂଯାୟୀ, ଝାଙ୍କରପାଲି ପଞ୍ଚାୟତର ଡାହାରୁପଡାଠାରେ ବଣୁଆ ହାତୀ ଗୁରୁବାର ରାତ୍ରିରେ ଉପଦ୍ରବ କରି ଶ୍ୟାମଲାଲା ଓରାମଙ୍କ ପନିପରିବା ଚାଷ ସମେତ ଗାଈ ଗୁହାଳକୁ ମଧ୍ୟ ନଷ୍ଟ କରି ଦେଇଛି। ଏଥିସହ ବଲିଆ ବାଗୁହାର, ବୂଠଲୁ ଓରାମଙ୍କ ଚାଷ ଜମିରେ କରାଯାଇଥିବା ପନି ପରିବା ଚାଷକୁ […]

ହାତୀ ଉପଦ୍ରବରେ ପରିବା ଚାଷ ନଷ୍ଟ

ସମ୍ବଲପୁର: ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଅନ୍ତର୍ଗତ ଝାଙ୍କରପାଲି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ହାତୀ ଉପଦ୍ରବ ଯୋଗୁ ପନିପରିବା ଚାଷ ନଷ୍ଟ ହୋଇଛି। ଏହାସହିତ ଗାଈ ଗୁହାଳ ମଧ୍ୟ ନଷ୍ଟ ହୋଇଯାଇଛି। ସୂଚନାନୂଯାୟୀ, ଝାଙ୍କରପାଲି ପଞ୍ଚାୟତର ଡାହାରୁପଡାଠାରେ ବଣୁଆ ହାତୀ ଗୁରୁବାର ରାତ୍ରିରେ ଉପଦ୍ରବ କରି ଶ୍ୟାମଲାଲା ଓରାମଙ୍କ ପନିପରିବା ଚାଷ ସମେତ ଗାଈ ଗୁହାଳକୁ ମଧ୍ୟ ନଷ୍ଟ କରି ଦେଇଛି। ଏଥିସହ ବଲିଆ ବାଗୁହାର, ବୂଠଲୁ ଓରାମଙ୍କ ଚାଷ ଜମିରେ କରାଯାଇଥିବା ପନି ପରିବା ଚାଷକୁ ମଧ୍ୟ ବଣୁଆ ହାତୀ ଉପଦ୍ରବ କରି ନଷ୍ଟ କରି ଦେଇଛି। ବାରମ୍ବାର ହାତୀ ଉପଦ୍ରବ ଅଞ୍ଚଳରେ ଜାରି ରହିଥିବା ବେଳେ ଏହାର ସ୍ଥାୟୀ ପ୍ରତିକାର କରାଯାଉ ନ ଥିବାରୁ ଜନ ଅସନ୍ତୋଷ କୁଞ୍ଜିଭୂତ ହେବାରେ ଲାଗିଛି।