ହାରିଥିଲା ଭାରତ, କାନ୍ଦିଥିଲେ କାମ୍ବଲି: ଭାଙ୍ଗିଯାଇଥିଲା କୋଟି କୋଟି ଭାରତୀୟଙ୍କ ମନ

କନକ ବ୍ୟୁରୋ:  ଭାରତୀୟ କ୍ରିକେଟର ପୂର୍ବତନ ଖେଳାଳି ବିନୋଦ କାମ୍ବଲିଙ୍କୁ ନେଇ ନିକଟରେ ଚର୍ଚ୍ଚା ଜୋର ଧରିଛି । ହଠାତ କାମ୍ୱଲିଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ସାହାଯ୍ୟ ପାଇଁ ସୋସିଆଲମିଡିଆରେ ନିବେଦନ କରିଥିଲେ ଫ୍ୟାନ । ହେଲେ ଜଣେ କ୍ରିକେଟର ହୋଇ ଚିକିତ୍ସା ପାଇଁ କାହିଁକି ଲୋକଙ୍କ ପାଖରେ ତାଙ୍କୁ ଗୁହାରି କରିବାକୁ ପଡିଲା, ଏ ପ୍ରଶ୍ନ ସମସ୍ତଙ୍କ ମନରେ ଆସୁଥିବ । ସଚିନଙ୍କ ସହ କ୍ୟାରିୟର ଆରମ୍ଭ କରିଥିବା କାମ୍ୱଲି କାହିଁକି ପଛରେ ପଡିଗଲେ । କାମ୍ୱଲିଙ୍କ ପାଖରେ କ୍ରିକେଟ ଦକ୍ଷତାର କୌଣସି ଅଭାବ ନଥିଲା । ମାତ୍ର ଅଳ୍ପ ବର୍ଷ ମଧ୍ୟରେ ସେ କ୍ରିକେଟରୁ ଦୂରେଇ ଯାଇଥିଲେ ।  ତେବେ ତାଙ୍କ ଜନ୍ମଦିନରେ ଆଜି ଆମେ ତାଙ୍କ କ୍ରିକେଟ କ୍ୟାରିୟରର କିଛି ଖାସ କଥାକୁ ମନେ ପକାଇବା- ମନେ ଥିବ ୧୯୯୬ ମସିହା କ୍ରିକେଟ ବିଶ୍ୱକପ କଥା । ଯେବେ ଭାରତ ଚମତ୍କାର ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଥିଲା । ମାତ୍ର ଆଉ ଗୋଟିଏ ପାଦରେ ଥିଲା ବିଶ୍ବକପ । ଭାରତର ବିଶ୍ୱାସ ଥିଲା ସେ ଏଥର ଇତିହାସ ରଚିବ ଆଉ ବିଶ୍ୱକପ ନିଜ ନାଁରେ କରିବ । କାରଣ ଦଳରେ ଥାନ୍ତି ସେତେବେଳର କିମ୍ୱଦନ୍ତି କ୍ରିକେଟର ସଚିନ ତେନ୍ଦୁଲକର, ସଞ୍ଜୟ ମାଞ୍ଜେକର, ଅନୀଲ କୁମ୍ୱଲେ ଓ ବିନୋଦ କାମ୍ୱଲେଙ୍କ ଭଳି ଖେଳାଳି । କିନ୍ତୁ ସବୁ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା । ସେମିଫାଇନାଲରେ ଦଳ ଶ୍ରୀଲଙ୍କାଠାରୁ ପରାସ୍ତ ହୋଇଯାଇଥିଲା । ଯାହା କୋଟି କୋଟି ଭାରତୀୟ

ହାରିଥିଲା ଭାରତ, କାନ୍ଦିଥିଲେ କାମ୍ବଲି: ଭାଙ୍ଗିଯାଇଥିଲା କୋଟି କୋଟି ଭାରତୀୟଙ୍କ ମନ

କନକ ବ୍ୟୁରୋ:  ଭାରତୀୟ କ୍ରିକେଟର ପୂର୍ବତନ ଖେଳାଳି ବିନୋଦ କାମ୍ବଲିଙ୍କୁ ନେଇ ନିକଟରେ ଚର୍ଚ୍ଚା ଜୋର ଧରିଛି । ହଠାତ କାମ୍ୱଲିଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ସାହାଯ୍ୟ ପାଇଁ ସୋସିଆଲମିଡିଆରେ ନିବେଦନ କରିଥିଲେ ଫ୍ୟାନ । ହେଲେ ଜଣେ କ୍ରିକେଟର ହୋଇ ଚିକିତ୍ସା ପାଇଁ କାହିଁକି ଲୋକଙ୍କ ପାଖରେ ତାଙ୍କୁ ଗୁହାରି କରିବାକୁ ପଡିଲା, ଏ ପ୍ରଶ୍ନ ସମସ୍ତଙ୍କ ମନରେ ଆସୁଥିବ । ସଚିନଙ୍କ ସହ କ୍ୟାରିୟର ଆରମ୍ଭ କରିଥିବା କାମ୍ୱଲି କାହିଁକି ପଛରେ ପଡିଗଲେ । କାମ୍ୱଲିଙ୍କ ପାଖରେ କ୍ରିକେଟ ଦକ୍ଷତାର କୌଣସି ଅଭାବ ନଥିଲା । ମାତ୍ର ଅଳ୍ପ ବର୍ଷ ମଧ୍ୟରେ ସେ କ୍ରିକେଟରୁ ଦୂରେଇ ଯାଇଥିଲେ । 

ତେବେ ତାଙ୍କ ଜନ୍ମଦିନରେ ଆଜି ଆମେ ତାଙ୍କ କ୍ରିକେଟ କ୍ୟାରିୟରର କିଛି ଖାସ କଥାକୁ ମନେ ପକାଇବା- 
ମନେ ଥିବ ୧୯୯୬ ମସିହା କ୍ରିକେଟ ବିଶ୍ୱକପ କଥା । ଯେବେ ଭାରତ ଚମତ୍କାର ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଥିଲା । ମାତ୍ର ଆଉ ଗୋଟିଏ ପାଦରେ ଥିଲା ବିଶ୍ବକପ । ଭାରତର ବିଶ୍ୱାସ ଥିଲା ସେ ଏଥର ଇତିହାସ ରଚିବ ଆଉ ବିଶ୍ୱକପ ନିଜ ନାଁରେ କରିବ । କାରଣ ଦଳରେ ଥାନ୍ତି ସେତେବେଳର କିମ୍ୱଦନ୍ତି କ୍ରିକେଟର ସଚିନ ତେନ୍ଦୁଲକର, ସଞ୍ଜୟ ମାଞ୍ଜେକର, ଅନୀଲ କୁମ୍ୱଲେ ଓ ବିନୋଦ କାମ୍ୱଲେଙ୍କ ଭଳି ଖେଳାଳି । କିନ୍ତୁ ସବୁ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା । ସେମିଫାଇନାଲରେ ଦଳ ଶ୍ରୀଲଙ୍କାଠାରୁ ପରାସ୍ତ ହୋଇଯାଇଥିଲା । ଯାହା କୋଟି କୋଟି ଭାରତୀୟଙ୍କ ହୃଦୟକୁ ଭାଙ୍ଗିଦେଇଥିଲା । ଆଉ ସେହି ମ୍ୟାଚରେ ଶେଷ ଯାଏଁ ନଟଆଉଟ ରହିଥିବା ବିନୋଦ କାମ୍ବଲି ପରାଜୟର ଦୁଃଖ ପାଇଁ ପଡିଆ ମଝିରେ କାନ୍ଦି କାନ୍ଦି ପାଭିଲିୟନ ଫେରିଥିଲେ । 

ବିନୋଦ କାମ୍ୱଲିଙ୍କ ପିଲାଦିନ ଭାରି ଅଭାବ ଅନଟନରେ ରହିଥିଲା । ବାପା ମେକାନିକ ଥିଲେ ଭାରି କଷ୍ଟରେ ୭ ପ୍ରାଣି କୁଟୁମ୍ୱକୁ ଚଳାଉଥିଲେ । ଏତେ କଷ୍ଟ ଓ ଅଭାବ ଭିତରେ ବି ସେ କାମ୍ୱଲିଙ୍କୁ କ୍ରିକେଟ ଖେଳରୁ ରୋକିନଥିଲେ । କାରଣ ସେ ବି ଜଣେ କ୍ରିକେଟର ଥିଲେ ଆଉ ମୁମ୍ୱାଇର କ୍ଲବ କ୍ରିକେଟ ଖେଳିଥିଲେ । ଆଉ ଏହି କାରଣ ପାଇଁ ହିଁ କାମ୍ୱଲି କମ ବୟସରେ ନିଜ ପ୍ରତିଭା ବଳରେ କାମ୍ବଲି ମୁମ୍ୱାଇ କ୍ରିକେଟରେ ନିଜ ପରିଚୟ ସୃଷ୍ଟି କରିଥିଲେ । 

ସ୍କୁଲ କ୍ରିକେଟ ସମୟରେ ସଚିନଙ୍କ ସହ କାମ୍ୱଲିଙ୍କ ପରିଚୟ ହୋଇଥିଲା । ଆଉ ଏହି ବନ୍ଧୁତା ବଦଳିଯାଇଥିଲା କ୍ରିକେଟ ମୈଦାନରେ । କାମ୍ବଲି ମୁମ୍ୱାଇର କାଙ୍ଗା ଲିଗରେ ସଚିନଙ୍କ ସାଙ୍ଗରେ ଡେବ୍ୟୁରେ କରିଥିଲେ । ଆଉ ଏହି ସମୟରେ ସଚିନଙ୍କ ସହ ମିଶି ସେ ବିଶ୍ୱ ରେକର୍ଡ କରିଥିଲେ । ସେତେବେଳେ ସେ ୧୭ ଓ ସଚିନ ୧୬ ବର୍ଷର ହୋଇଥିଲେ । ଦୁହେଁ ଏହି ମ୍ୟାଚରେ ୬୬୪ ରନର ପାର୍ଟନରସିପ କରିଥିଲେ । ଆଉ କାମ୍ୱଲି ନଟଆଉଟ ରହି ୩୪୯ ରନ କରିଥିଲେ । ଏହି ପାର୍ଟନରସିପ ସେତେବେଳେ ଭାଙ୍ଗିଥିଲା ଯେତେବେଳେ କୋଚ ରମାକାନ୍ତ ଆର୍ଚେରକର ପାଳି ଘୋଷଣାର ନିଷ୍ପତ୍ତି ନେଇଥିଲେ । 

କାମ୍ୱଲି ୧୯୯୩ ମସିହା ଜାନୁଆରୀ ୨୯ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ । ସେ ତାଙ୍କ କ୍ୟାରିୟରରେ ଅନେକ ସ୍ମରଣୀୟ ମ୍ୟାଚ ଖେଳିଛନ୍ତି । ସେ ମୋଟ ୧୭ ଟେଷ୍ଟ ମ୍ୟାଚ ଖେଳି ୧ ହଜାର ୮୪ ରନ କରିଥିଲେ । ଯେଉଁଥିରେ ୪ ଶତକ ଓ ୩ ଅର୍ଦ୍ଧଶତକ ସାମିଲ ଅଛି । ସେହିପରି ୧୦୪ ଦିନିକିଆ ମ୍ୟାଚ ଖେଳି ୨ ହଜାର ୪୭୭ ରନ କରିଛନ୍ତି, ଯେଉଁଥିରେ ୨ ଶତକ ଓ ୧୪ ଅର୍ଦ୍ଧଶତକ ସାମିଲ ଅଛି । 

ଏବେ ବିନୋଦ କାମ୍ବଲି ବେଶ ଅସୁସ୍ଥ ହୋଇପଡିଛନ୍ତି । ଏକ ଭିଡିଓରେ ସଚିନଙ୍କୁ ତାଙ୍କୁ ଏକାଠି ଦେଖିବାକୁ ମିଳିଥିଲା, ଆଉ ସେତେବେଳେ ତାଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ବେଶ ଚର୍ଚ୍ଚା ଲାଗି ରହିଥିଲା । ଆଉ ଆଜି ତାଙ୍କ ଜନ୍ମଦିନରେ ତାଙ୍କ ଦୀର୍ଘାୟୁ କାମନା କରୁଛନ୍ତି ତାଙ୍କ ଫ୍ୟାନ ।