ହାରିବା ପରେ ଭିଡିଓ ଜାରି କରି ସାଲେପୁରବାସୀଙ୍କୁ ଏମିତି କହିଲେ ଅରିନ୍ଦମ
ଭୁବନେଶ୍ୱର,୪।୬: ସାଲେପୁର ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ତଥା ଓଲିଉଡ ଅଭିନେତା ଅରିନ୍ଦମ ରାୟଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଏଠାରେ ବିଜେଡିର ପ୍ରଶାନ୍ତ ବେହେରା ବିଜୟୀ ହୋଇଛନ୍ତି। ଆରମ୍ଭରୁ ପ୍ରଶାନ୍ତ ଆଗୁଆ ରହିଥିଲେ ହେଁ ମଝିରେ କିଛି ରାଉଣ୍ଡରେ ଅରିନ୍ଦମ ଆଗୁଆ ଥିଲେ। ଶେଷରେ ପ୍ରଶାନ୍ତ ବାଜି ମାରି ନେଇଥିଲେ। ପରାଜୟର ଦିନକ ପରେ ଅରିନ୍ଦମ ଏକ ଭିଡିଓ ବାର୍ତ୍ତାରେ ସାଲେପୁରବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏପରିକି ସେ ପାଇଥିବା ଭୋଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ଏତେକମ୍ […] The post ହାରିବା ପରେ ଭିଡିଓ ଜାରି କରି ସାଲେପୁରବାସୀଙ୍କୁ ଏମିତି କହିଲେ ଅରିନ୍ଦମ appeared first on Dharitri Odia News.
ଭୁବନେଶ୍ୱର,୪।୬: ସାଲେପୁର ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ତଥା ଓଲିଉଡ ଅଭିନେତା ଅରିନ୍ଦମ ରାୟଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଏଠାରେ ବିଜେଡିର ପ୍ରଶାନ୍ତ ବେହେରା ବିଜୟୀ ହୋଇଛନ୍ତି। ଆରମ୍ଭରୁ ପ୍ରଶାନ୍ତ ଆଗୁଆ ରହିଥିଲେ ହେଁ ମଝିରେ କିଛି ରାଉଣ୍ଡରେ ଅରିନ୍ଦମ ଆଗୁଆ ଥିଲେ। ଶେଷରେ ପ୍ରଶାନ୍ତ ବାଜି ମାରି ନେଇଥିଲେ।
ପରାଜୟର ଦିନକ ପରେ ଅରିନ୍ଦମ ଏକ ଭିଡିଓ ବାର୍ତ୍ତାରେ ସାଲେପୁରବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏପରିକି ସେ ପାଇଥିବା ଭୋଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ଏତେକମ୍ କମ୍ ଦିନ ମଧ୍ୟରେ ଜନସାଧାରଣଙ୍କ ତାଙ୍କୁ ଏଭଳି ସମର୍ଥନ ସହ ଆଶୀର୍ବାଦ ଦେଇଛନ୍ତି, ତାକୁ କେବେ ଭୁଲିବେ ନାହିଁ ବୋଲି କହିଛନ୍ତି। ଏପରିକି ସେ ସାଲେପୁରବାସୀଙ୍କ ସୁଖ, ଦୁଃଖରେ ରହିବେ ବୋଲି ଏହି ବାର୍ତ୍ତାରେ କହିଛନ୍ତି।
The post ହାରିବା ପରେ ଭିଡିଓ ଜାରି କରି ସାଲେପୁରବାସୀଙ୍କୁ ଏମିତି କହିଲେ ଅରିନ୍ଦମ appeared first on Dharitri Odia News.