‘ହାରିବା ପ୍ରାର୍ଥୀ ନୁହଁ, ନୂଆ ମୁହଁ ଦିଅ’
ମଙ୍ଗୁଳି-ଜଗତପୁର,୪ା୪(ମାନସ ସାମଲ): କ୍ରମାଗତ ୫ଥର ବିଧାନସଭା ନିର୍ବାଚନରେ ହାରିଥିବା ନୟନ କିଶୋର ମହାନ୍ତିଙ୍କୁ ଚଳିତବର୍ଷ ଷଷ୍ଠ ଥର ପାଇଁ ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରାଯାଇଛି। ଏଭଳି ନିଷ୍ପତ୍ତିକୁ ସ୍ଥଗିତ ରଖି ଏହାର ପୁନଃ ବିଚାର କରାଯିବା ପାଇଁ ଜଗତ୍ପୁରସ୍ଥିତ କୃଷ୍ଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଚୌଦ୍ୱାର-କଟକ ଭାଜପା ପକ୍ଷରୁ ଏକ କର୍ମୀ ସମ୍ମିଳନୀ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଇନ୍ଦ୍ରାଣୀପାଟଣା ମଣ୍ଡଳ ଭାଜପା ସଭାପତି ଜୟନ୍ତ ସ୍ବାଇଁ ଯୋଗଦେଇ କହିଛନ୍ତି, ୫ଥର ହାରିଥିବା ପ୍ରାର୍ଥୀ ନୁହେଁ ବରଂ […] The post ‘ହାରିବା ପ୍ରାର୍ଥୀ ନୁହଁ, ନୂଆ ମୁହଁ ଦିଅ’ appeared first on Dharitri Odia News.
ମଙ୍ଗୁଳି-ଜଗତପୁର,୪ା୪(ମାନସ ସାମଲ): କ୍ରମାଗତ ୫ଥର ବିଧାନସଭା ନିର୍ବାଚନରେ ହାରିଥିବା ନୟନ କିଶୋର ମହାନ୍ତିଙ୍କୁ ଚଳିତବର୍ଷ ଷଷ୍ଠ ଥର ପାଇଁ ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରାଯାଇଛି। ଏଭଳି ନିଷ୍ପତ୍ତିକୁ ସ୍ଥଗିତ ରଖି ଏହାର ପୁନଃ ବିଚାର କରାଯିବା ପାଇଁ ଜଗତ୍ପୁରସ୍ଥିତ କୃଷ୍ଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଚୌଦ୍ୱାର-କଟକ ଭାଜପା ପକ୍ଷରୁ ଏକ କର୍ମୀ ସମ୍ମିଳନୀ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଇନ୍ଦ୍ରାଣୀପାଟଣା ମଣ୍ଡଳ ଭାଜପା ସଭାପତି ଜୟନ୍ତ ସ୍ବାଇଁ ଯୋଗଦେଇ କହିଛନ୍ତି, ୫ଥର ହାରିଥିବା ପ୍ରାର୍ଥୀ ନୁହେଁ ବରଂ ନୂଆ ମୁହଁ ଦରକାର ବୋଲି ଦାବି କରୁଛୁ। ନ ହେଲେ ଭୁବନେଶ୍ୱରସ୍ଥିତ ରାଜ୍ୟ ଭାଜପା କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବୁ। ଏହି କର୍ମୀ ସମ୍ମିଳନୀରେ ବରିଷ୍ଠ ଭାଜପା ନେତା ପ୍ରମୋଦ କୁମାର ସାହୁ, ସୁରେଶ ମହାନ୍ତି, ଦୀପକ ସାମନ୍ତରାୟ, ପୂର୍ବତନ କର୍ପୋରେଟର ନୀରୋଧ ଚନ୍ଦ୍ର ପଣ୍ଡା, ବର୍ଷାରାଣୀ ପଲେଇ, ଝୁନୁରାଣୀ ଦାସ, ଅଭୟ ସିଂ, ପବିତ୍ର ମୋହନ ଷଡଙ୍ଗୀଙ୍କ ସମେତ ଶତାଧିକ କର୍ମୀ ଯୋଗଦେଇଥିଲେ। ଏ ନେଇ ନୟନ କିଶୋର ମହାନ୍ତିଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
The post ‘ହାରିବା ପ୍ରାର୍ଥୀ ନୁହଁ, ନୂଆ ମୁହଁ ଦିଅ’ appeared first on Dharitri Odia News.