ହାରିଲେ ଦୀପାଳି, ଜିତିଲେ ଟଙ୍କଧର!

ଝାରସୁଗୁଡ଼ା ବିଧାନସଭା ଆସନରୁ ବିଜେଡି ଟିକେଟରେ ପ୍ରାର୍ଥୀ ହୋଇଥିବା ଦୀପାଳି ଦାସ ପରାସ୍ତ ହୋଇଛନ୍ତି। ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କଠାରୁ ସେ ୧୩୨୨ ଭୋଟରେ ପରାସ୍ତ ହୋଇଛନ୍ତି । 

ହାରିଲେ ଦୀପାଳି, ଜିତିଲେ ଟଙ୍କଧର!

ଝାରସୁଗୁଡ଼ା ବିଧାନସଭା ଆସନରୁ ବିଜେଡି ଟିକେଟରେ ପ୍ରାର୍ଥୀ ହୋଇଥିବା ଦୀପାଳି ଦାସ ପରାସ୍ତ ହୋଇଥିବା ସୂଚନା ମିଳିଛି। ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କଠାରୁ ସେ ୧୩୨୨ ଭୋଟରେ ପରାସ୍ତ ହୋଇଥିବା ଜଣାଯାଇଛି। 

ନବ ଦାସ ହତ୍ୟା ପରେ ଝାରସୁଗୁଡ଼ା ବିଧାନସଭା ସିଟ୍‌ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେତେବେଳେ ବାପାଙ୍କ ସିଟ୍‌ରୁ ଦୀପାଳି ମଇଦାନକୁ ଓହ୍ଲାଇ ବିଜୟୀ ହୋଇଥିଲେ। ସେତେବେଳେ ମଧ୍ୟ ଟଙ୍କଧର ତାଙ୍କ ବିରୋଧରେ ଛିଡ଼ା ହୋଇଥିବା ବେଳେ ପରାସ୍ତ ହୋଇଥିଲେ। ମାତ୍ର ଚଳିତ ଥର ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି ଟଙ୍କଧର । ଫଳରେ ଝାରସୁଗୁଡ଼ାରେ ବିଜେପି ଶିବିରରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।