ହାରିଲେ ବିଜେଡି, କଂଗ୍ରେସ, ଭାଜପା ସଭାପତି

ଭୁବନେଶ୍ୱର,୪ା୬(ଅନିଲ ଦାସ): ଚଳିତ ନିର୍ବାଚନର ଫଳାଫଳ ଅତ୍ୟନ୍ତ ରୋମାଞ୍ଚକ ହୋଇଛି। ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ଭାଜପା, ବିଜେଡି ଓ କଂଗ୍ରେସ ସଭାପତି ଏହି ନିର୍ବାଚନରେ ହାରି ଯାଇଛନ୍ତି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀରୁ ହାରିଯାଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କଠାରୁ ୧୬,୩୨୧ ଖଣ୍ଡ ଭୋଟରେ ପରାସ୍ତ ହୋଇଛନ୍ତି। ଲକ୍ଷ୍ମଣଙ୍କୁ ମୋଟ ୯୦, ୫୯୪ ଖଣ୍ଡ ଭୋଟ ମିଳିଥିବା ବେଳେ ନବୀନଙ୍କୁ ୭୪,୨୭୩ […] The post ହାରିଲେ ବିଜେଡି, କଂଗ୍ରେସ, ଭାଜପା ସଭାପତି appeared first on Dharitri Odia News.

ହାରିଲେ ବିଜେଡି, କଂଗ୍ରେସ, ଭାଜପା ସଭାପତି

ଭୁବନେଶ୍ୱର,୪ା୬(ଅନିଲ ଦାସ): ଚଳିତ ନିର୍ବାଚନର ଫଳାଫଳ ଅତ୍ୟନ୍ତ ରୋମାଞ୍ଚକ ହୋଇଛି। ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ଭାଜପା, ବିଜେଡି ଓ କଂଗ୍ରେସ ସଭାପତି ଏହି ନିର୍ବାଚନରେ ହାରି ଯାଇଛନ୍ତି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀରୁ ହାରିଯାଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କଠାରୁ ୧୬,୩୨୧ ଖଣ୍ଡ ଭୋଟରେ ପରାସ୍ତ ହୋଇଛନ୍ତି। ଲକ୍ଷ୍ମଣଙ୍କୁ ମୋଟ ୯୦, ୫୯୪ ଖଣ୍ଡ ଭୋଟ ମିଳିଥିବା ବେଳେ ନବୀନଙ୍କୁ ୭୪,୨୭୩ ଖଣ୍ଡ ଭୋଟ ମିଳିଛି।

ସେହିପରି ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କଠାରୁ ୪୬, ୩୨୧ ଖଣ୍ଡ ଭୋଟରେ ହାରି ଯାଇଛନ୍ତି। ଢୋଲକିଆଙ୍କୁ ୬୧ ହଜାର ୮୮୨ ଖଣ୍ଡ ଭୋଟ ମିଳିଥିବା ବେଳେ ଶରତଙ୍କୁ ମାତ୍ର ୧୫ ହଜାର ୫୦୧ ଖଣ୍ଡ ଭୋଟ ମିଳିଛି । ସେହିପରି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କୁ ପରାଜୟର ମୁହଁ ଦେଖିବାକୁ ପଡିଛି। ରାଜ୍ୟରେ ଭାଜପା ବହୁମତ ପାଇ ସରକାର ଗଢ଼ିବାକୁ ଯାଉଥିବା ବେଳେ ଖବର ଲେଖା ହେବା ବେଳକୁ ମନମୋହନ ବିଜେଡି ପ୍ରାର୍ଥୀ ବ୍ୟୋମୋକେଶ ରାୟଙ୍କ ଠାରୁ ୧୯୨୨ ଖଣ୍ଡ ଭୋଟରେ ପଛରେ ରହିଛନ୍ତି। ବ୍ୟୋମୋକେଶ ୮୨,୧୫୯ ଖଣ୍ଡ ଭୋଟ ପାଇଥିବା ବେଳେ ମନମୋହନ ୮୦ ହଜାର ୨୩୭ ଖଣ୍ଡ ଭୋଟ ପାଇଛନ୍ତି।

The post ହାରିଲେ ବିଜେଡି, କଂଗ୍ରେସ, ଭାଜପା ସଭାପତି appeared first on Dharitri Odia News.